www.samajalive.in
Wednesday, December 10, 2025
26.1 C
Bhubaneswar

ଶୀଘ୍ର ଧାନ ମଣ୍ଡି ଖୋଲିବାକୁ ଦାବି କଲା ଓଡିଶା କୃଷକ ସଭା

ଗଞ୍ଜାମ: ଗଞ୍ଜାମ ବ୍ଲକ ଅଞ୍ଚଳରେ ଶୀଘ୍ର ଧାନ ମଣ୍ଡି ଖୋଲିବାକୁ ଓଡିଶା କୃଷକ ସଭା ଦାବି କରିଛି। ଅଖିଳ ଭାରତ କୃଷକ ସଭା ଅନୁବନ୍ଧିତ ଓଡିଶା କୃଷକ ସଭା, ଜିଲ୍ଲା ସଭାପତି ତଥା ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ପି. ହରିକୃଷ୍ଣ ରେଡ୍ଡୀଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳୀ ଗଞ୍ଜାମ ଜିଲ୍ଲାପାଳଙ୍କୁ ଓ ଗଞ୍ଜାମ ତହସିଲଦାରଙ୍କୁ ୬ ଦଫା ଦାବି ସମ୍ବଳିତ ସ୍ମାରକ ପତ୍ର ଦେବା ସହ ଆଲୋଚନା କରିଛନ୍ତି। ବର୍ତମାନ ଗଞ୍ଜାମ ଜିଲ୍ଲାରେ ଧାନ ଅମଳ ଆରମ୍ଭ ହୋଇ ଛୋଟ ଚାଷୀମାନେ ଧାନ ବିକିବାକୁ ଗଲା ବେଳେ ସରକାରୀ ଧାନ ମଣ୍ଡି ନଥିବା ଯୋଗୁଁ ବେପାରୀଙ୍କୁ କମ ଦାମରେ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି। ଶୀଘ୍ର ଧାନ ମଣ୍ଡି ଖୋଲାଯାଉ ବୋଲି କୃଷକ ସଭା ନେତୃମଣ୍ଡଳୀ ଦାବି କରିଛନ୍ତି।
ଚଳିତ ଖରିଫ ଋତୁରେ ବର୍ଷା ଅଭାବରୁ ୪୦ଭାଗ ଜମି ଧନ ରୁଆ ନହୋଇ ପଡିଆ ପଡିଛି। ଯେତିକି ଧାନ ରୁଆ ହୋଇଥିଲା ପାଣି ନପାଇ ଗଞ୍ଜାମ ତହସିଲର ବିଭିନ୍ନ ସ୍ଥାନରେ ବିଶେଷ କ୍ଷତିଗ୍ରସ୍ତ ହୋଇଛି।

ଏକାଠି ହେବେ ଶନି-ଶୁକ୍ର; ନୂଆବର୍ଷରେ ସୁନାଭଳି ଚମକିବେ ଏହି ରାଶି, ହେବେ ଭାଗ୍ୟଶାଳୀ, ମିଳିବ ଧନ, ହେବ ବିବାହ..

- Advertisement -

ସେହିପରି ପାଲଙ୍ଗ ପଂଚାୟତ ସମେତ ଅନ୍ୟାନ୍ୟ ଅଂଚଳର ଢ଼େପ ଜମି ପୋଡି ନଷ୍ଟ ହୋଇ ଯାଇଛି। ଯେତିକି ଧାନ ଫସଲ ହୋଇଥିଲା ଧାନ ଆଧାର ଧରିଲା ବେଳେ ପାଣି ନପାଇ ଅପରିପକ୍ୱତା ଅଵସ୍ଥାରେ ରହିଗଲା।  ଫଳରେ ଗତ କିଛି ଦିନ ତଳେ ଲଘୁଚାପ ଜନିତ ବର୍ଷା ଓ ପବନରେ ଧାନ ପଡିଯିବା ସହ ଫସଲ କ୍ଷତି ହୋଇଛି।
ଏସମ୍ପର୍କରେ ଜିଲ୍ଲାପାଳଙ୍କ ଚିଠି ତଦନ୍ତ କରି ରିପୋର୍ଟ ଦେବା ନିର୍ଦେଶ ଦେଇଛନ୍ତି। ଏହି ଫସଲର ଧାନ ଗମୁ ଅବସ୍ଥା ରେ ରହିଛି। ଯଦ୍ୱାରା ସରକାର ନିର୍ଦ୍ଧାରିତ ଧାନର ମାନ ଠିକ ରୂପେ ହୋଇ ନପାରି ଚାଷୀ ଧାନ ବିକ୍ରିରୁ ବଞ୍ଚିତ ହେଇ କ୍ଷତିଗ୍ରସ୍ତ ହେବେ। ଏଣୁ ଧାନମାନ କୋହଳ କରିବାକୁ ଦାବି କରିଛି କୃଷକ ସଭା।  ୫୦ ଭାଗରୁ ଉର୍ଦ୍ଧ ଭାଗ ଚାଷୀ ଜମି ମାଲିକଙ୍କ ଠାରୁ ସହମତି ଆଣିଲେ ଧାନ ବିକ୍ରି କରି ପାରିବେ ନାହିଁ, ଭାଗ ଚାଷୀର ଧାନ ବିକ୍ରି ନକରି ପାରି କମ ଦରରେ ବେପାରୀଙ୍କୁ ବିକ୍ରି କରିବାକୁ ବାଧ୍ୟ ହେବେ। ଏଣୁ ପଲ୍ଲୀ ସଭାରେ ଚିହ୍ନଟ କରି ଧାନ କ୍ରୟ କରାଯାଉ ବୋଲି ଦାବି କରିଛନ୍ତି।

ବାନ୍ତି ଦାମ୍‌ କୋଟି କୋଟି ଟଙ୍କା; ଜାଣନ୍ତୁ କାହିଁକି..

ଦେଖନ୍ତୁ ଭିଡିଓ; ଏମିତି ଶିକାର କରେ ବାଘ, ଆଖି ପିଛୁଳାକେ..

Hot this week

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

ଇଣ୍ଡିଗୋ ଅଚଳାବସ୍ଥା : ୧୧ଟି ବିମାନବନ୍ଦରରେ କ୍ଷେତ୍ର ଯାଞ୍ଚ ପାଇଁ ଡିଜିସିଏ ନିର୍ଦ୍ଦେଶ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋର ଉଡାଣ କ୍ଷେତ୍ରରେ ବଡ଼ ଧରଣର...

Related Articles

Popular Categories