www.samajalive.in
Wednesday, December 10, 2025
26.1 C
Bhubaneswar

ଧାନ ଫସଲ ଖାଇଗଲେ ହାତୀ ପଲ

ଟିଟିଲାଗଡ଼: ଟିଟିଲାଗଡ଼ ବନାଞ୍ଚଳ ଅନ୍ତର୍ଗତ ବେଲଗାଁ ଫରେଷ୍ଟ ବିଟ୍ ଅଞ୍ଚଳରେ ଗୁରୁବାର ରାତିଠାରୁ ହାତୀ ପଲ ପଶି ବ୍ୟାପକ ଧାନ ଫସଲ ଖାଇବା ସହ ଅନେକଙ୍କ ପନିପରିବା ବାଡ଼ିରେ ଦଳାଚକଟା କରିଛନ୍ତି। ଖବର ପାଇ ଟିଟିଲାଗଡ଼ ବନାଞ୍ଚଳ ଅଧିକାରୀ ସଚ୍ଚିଦାନନ୍ଦ ସୁବୁଦ୍ଧି, ବେଲଗାଁ ବନପାଳ ଏବଂ ପୁଲିସ ହାତୀଙ୍କ ପିଛା ଜାରି ରଖିଛନ୍ତି। ବନାଞ୍ଚଳ ଅଧିକାରୀଙ୍କ ସୂଚନାମତେ, ୫ ପୁରୁଷ, ୨୬ ମାଈ ହାତୀ, ୧୫ ଶାବକ ଗତକାଲି ରାତିରେ କଲାହାଣ୍ଡି ଜିଲା ପଟରୁ ତେଲ ନଦୀ ଡେଇଁ ଟିଟିଲାଗଡ଼ ବନାଞ୍ଚଳରେ ପ୍ରବେଶ କରିଛନ୍ତି। ଶିଶକେଲା ପଞ୍ଚାୟତ ତଥା ଆଖପାଖ ଅଞ୍ଚଳରେ ହାତୀ ପଲ ଅନେକଙ୍କ ଧାନ ଫସଲ ଖାଇବା ପରେ ଚିତାମରା ସଂରକ୍ଷିତ ଜଙ୍ଗଲ ମଧ୍ୟକୁ ପ୍ରବେଶ କରିଛନ୍ତି। ଡ୍ରୋନ କ୍ୟାମେରା ସହାୟତାରେ ହାତୀପଲଙ୍କ ଉପରେ ତୀକ୍ଷ୍‌ଣ ଦୃଷ୍ଟି ରଖାଯାଇଛି। ଗାଁଗୁଡ଼ିକରେ ଡାକବାଜି ଯନ୍ତ୍ର ଯୋଗେ ସତର୍କ କରାଯାଉଛି। ଶିଶକେଲା ପଞ୍ଚାୟତର କଡ଼ି ମାଝୀ, ଶେଷଦେବ ଭୋଇ, ଗୁର ରଣା, ଯୁଗଲାଲ ରଣା ପ୍ରମୁଖ ଅନେକ ଚାଷୀଙ୍କ ଖଳାରେ ମଡାଇବାକୁ ଥିବା ତିନି ହଜାରରୁ ଊର୍ଦ୍ଧ୍ବ ଭରା ଧାନ ଖାଇବା ସହ ପନିପରିବା ଫସଲ ନଷ୍ଟ କରିଥିବା ଅଭିଯୋଗ ହୋଇଛି।

Hot this week

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

ଇଣ୍ଡିଗୋ ଅଚଳାବସ୍ଥା : ୧୧ଟି ବିମାନବନ୍ଦରରେ କ୍ଷେତ୍ର ଯାଞ୍ଚ ପାଇଁ ଡିଜିସିଏ ନିର୍ଦ୍ଦେଶ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋର ଉଡାଣ କ୍ଷେତ୍ରରେ ବଡ଼ ଧରଣର...

ହୃଦୟ ହ୍ୟାକ୍‌ କରନ୍ତି ମୋଦୀ

ନୂଆଦିଲ୍ଲୀ : ସଂସଦର ଶୀତକାଳୀନ ଅଧିବେଶନ ସମୟରେ, ବିଜେପି ସାଂସଦ କଙ୍ଗନା...

ଭାରତରେ ନିବେଶ ପାଇଁ ମୋଦୀଙ୍କ ସହ ଆଲୋଚନା କଲେ ମାଇକ୍ରୋସଫ୍ଟ ସିଇଓ

ସମାଜ ଲାଇଭ ଡ଼େସ୍କ : ମାଇକ୍ରୋସଫ୍ଟର ସିଇଓ ସତ୍ୟ ନାଡେଲା କହିଛନ୍ତି...

ଏହି ଦେଶରେ ବ୍ୟାନ୍ ହେଲା ସୋସିଆଲ ମିଡିଆ

ନୂଆଦିଲ୍ଲୀ : ଅଷ୍ଟ୍ରେଲିଆରେ ବ୍ୟାନ୍ ହେଲା ସୋସିଆଲ ମିଡିଆ। ଅଷ୍ଟ୍ରେଲିଆ...

Related Articles

Popular Categories