www.samajalive.in
Sunday, December 7, 2025
16.1 C
Bhubaneswar

‘ମା’କୁ ଆଣିଲେ ମିଳିବ ଭତ୍ତା’

କୁଆଁପାଳ : ମାନବିକତା ଭୁଲି ଗଲେ ବ୍ୟାଙ୍କ କର୍ତ୍ତୃପକ୍ଷ। ମା’ଙ୍କୁ ନ ଆଣିଲେ ଭତ୍ତା ଟଙ୍କା ମିଳିବ ନାହିଁ ବୋଲି କହିବା ପରେ ମାତ୍ର ହଜାର ଟଙ୍କା ଭତ୍ତା ପାଇଁ ପୁଅ ଚଳପ୍ରଚଳ କରିପାରୁ ନ ଥିବା ଶଯ୍ୟାଶାୟୀ ବୃଦ୍ଧା ମା’ଙ୍କୁ ଟ୍ରଲିରେ ବୋହି ବ୍ୟାଙ୍କକୁ ଆଣିବା ଭଳି ବେଦନାଦାୟକ ଘଟଣା ଦେଖିବାକୁ ମିଳିଛି। ଦିବ୍ୟାଙ୍ଗ, ଅସହାୟ ଓ ବୃଦ୍ଧ ବ୍ୟକ୍ତିଙ୍କ ନିକଟରେ ସାମାଜିକ ସୁରକ୍ଷା ଭତ୍ତା ଯୋଜନାରେ ପ୍ରଦାନ କରାଯାଉଥିବା ଅର୍ଥ ପହଞ୍ଚାଇବା ପାଇଁ ସରକାରୀ ନିର୍ଦେଶ ରହିଥିବାବେଳେ ବ୍ୟାଙ୍କ କର୍ତ୍ତୃପକ୍ଷ ସାମାନ୍ୟତମ ମାନବିକତା ନ ଦେଖାଇବା ଘଟଣା ମାହାଙ୍ଗା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।
ଅଭିଯୋଗରୁ ପ୍ରକାଶ; ମାହାଙ୍ଗା ବ୍ଲକ ଚାହାପଡ଼ା ପଞ୍ଚାୟତ ଭଁରାଜ ଗ୍ରାମର ଶ୍ରୀମତୀ ସାହୁ ଙ୍କ ମାସିକ ଭତ୍ତା ଟଙ୍କା ଛତ୍ରତୋଟାସ୍ଥିତ କାନାରା ବ୍ୟାଙ୍କ ଖାତାକୁ ଆସିଥାଏ। ଶ୍ରୀମତୀ ସାହୁ ବାର୍ଦ୍ଧକ୍ୟ ହେତୁ ବର୍ତ୍ତମାନ ଶଯ୍ୟାଶାୟୀ। ସେ ବ୍ୟାଙ୍କ ଆସିବା ସମ୍ଭବ ନଥିବାରୁ ପୂର୍ବରୁ ତାଙ୍କ ପୁଅ ବନ୍ଧୁସୂଦନ ବ୍ୟାଙ୍କ ଶାଖା ପରିଚାଳକଙ୍କୁ ସାକ୍ଷାତ କରି ଭତ୍ତା ଟଙ୍କା ଦେବା ପାଇଁ ନିବେଦନ କରିଥିଲେ। ହେଲେ ବ୍ୟାଙ୍କ କର୍ମଚାରୀ ଏହାକୁ କର୍ଣ୍ଣପାତ ନ କରି ମା’ଙ୍କୁ ଆଣିଲେ ଭତ୍ତା ଟଙ୍କା ମିଳିବ ବୋଲି ପୂର୍ବରୁ କହିଥିଲେ। ତେଣୁ ବନ୍ଧୁସୂଦନ ବାଧ୍ୟହୋଇ ମଙ୍ଗଳବାର ତାଙ୍କ ମା’ଙ୍କୁ ଦୟନୀୟ ଅବସ୍ଥାରେ ଏକ ଟ୍ରଲିରେ ଶୁଆଇ ବ୍ୟାଙ୍କକୁ ଆଣିଥିଲେ। ବ୍ୟାଙ୍କରୁ ଭତ୍ତା ଟଙ୍କା ଉଠାଇବା ପାଇଁ ଘଣ୍ଟାଘଣ୍ଟା ଧରି ଟ୍ରଲି ଉପରେ ଅପେକ୍ଷା କରିଥିଲେ ବୃଦ୍ଧା। ବନ୍ଧୁସୂଦନ ଟଙ୍କା ଉଠାଣ ଦାୟିତ୍ୱରେ ଥିବା କର୍ମଚାରୀଙ୍କୁ ଶୀଘ୍ର ଟଙ୍କା ଦେବା ପାଇଁ ଅନୁରୋଧ କରିଥିଲେ ବି ସମ୍ପୃକ୍ତ ଅଧିକାରୀ ବିରକ୍ତି ଭାବ ପ୍ରକାଶ କରିବା ସହ ତହସିଲଦାର ଓ ବିଡିଓଙ୍କ ପାଖରୁ ଲେଖା ଆଣ ବୋଲି କହି ବ୍ୟାଙ୍କ ଖାତାକୁ ଚିରି ଦେବାକୁ ଧମକ ଦେଇଥିବା ବନ୍ଧୁସୂଦନ ଗଣମାଧ୍ୟମ ନିକଟରେ ଅଭିଯୋଗ କରିଛନ୍ତି।
ଜଣେ ଶଯ୍ୟାଶାୟୀ ବୃଦ୍ଧାଙ୍କୁ ଭତ୍ତା ଅର୍ଥ ଉଠାଣ ନିମନ୍ତେ ବ୍ୟାଙ୍କ କର୍ତ୍ତୃପକ୍ଷ ଅଗ୍ରାଧିକାର ଦେବା ବଦଳରେ ଏଭଳି ବିରକ୍ତି ଭାବ ପ୍ରକାଶ କରିବା ଘଟଣାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ଏ ସମ୍ପର୍କରେ ଅତିରିକ୍ତ ବିଡିଓ ଜନ୍ମେଜୟ ରାଉତଙ୍କୁ ଯୋଗାଯୋଗ କରିବାରୁ ଜଣେ ଅସହାୟ ଭତ୍ତା ହିତାଧିକାରୀଙ୍କୁ ବ୍ୟାଙ୍କ ମିତ୍ର ତାଙ୍କ ବାସଭବନରେ ଭତ୍ତା ଅର୍ଥ ପ୍ରଦାନ ପାଇଁ ନିୟମ ରହିଛି ବୋଲି କହିଛନ୍ତି। ଏ ନେଇ ଛତ୍ରତୋଟା କାନାରା ବ୍ୟାଙ୍କ ଶାଖା ପରିଚାଳକ ପ୍ରେମାନନ୍ଦ ମହାପାତ୍ରଙ୍କୁ ଯୋଗାଯୋଗ କରିବାରୁ ‘ମୁଁ ସକାଳ ୧୧ଟା ୩୦ରେ ଏକ ବିଦ୍ୟାଳୟକୁ କାର୍ଯ୍ୟରେ ଯାଇଥିଲି। ବ୍ୟାଙ୍କର କୌଣସି ଅଧିକାରୀ ଭତ୍ତା ଅର୍ଥ ଉଠାଣ ନେଇ କାହାରିକୁ ଦୁର୍ବ୍ୟବହାର କରିନାହାନ୍ତି। ଉକ୍ତ ହିତାଧିକାରୀଙ୍କୁ ତହସିଲଦାର, ବିଡିଓ କିମ୍ବା ସରପଞ୍ଚଙ୍କ ଠାରୁ ଲିଖିତ ପତ୍ର ଆଣି ବ୍ୟାଙ୍କରେ ଦେବା ପାଇଁ କୁହାଯାଇଥିଲେ ବି ସେ ତାହା ଦେଇନାହାନ୍ତି। ଅଶୀ ବର୍ଷ ପରେ ବହୁ ସମୟରେ ବୃଦ୍ଧବୃଦ୍ଧାଙ୍କ ଆଙ୍ଗୁଳି ଛାପ ମେସିନରେ ଆସୁ ନଥିବାରୁ ବ୍ୟାଙ୍କ ମିତ୍ର ଅର୍ଥ ପ୍ରଦାନ କରିପାରୁନାହାନ୍ତି। ତେଣୁ ଆବଶ୍ୟକ କାଗଜପତ୍ର ବ୍ୟାଙ୍କରେ ଦେଇ ନ ପାରିବାରୁ ବୃଦ୍ଧବୃଦ୍ଧା ବ୍ୟାଙ୍କକୁ ଆସି ଅର୍ଥ ଉଠାଣ କରୁଥିବା କହିଛନ୍ତି। ଏଥିସହିତ ବ୍ୟାଙ୍କ କର୍ମଚାରୀ ବିଭିନ୍ନ ସମୟରେ ବ୍ୟକ୍ତିଗତ ଭାବେ ବୃଦ୍ଧବୃଦ୍ଧା ହିତାଧିକାରୀଙ୍କ ଘରେ ଭତ୍ତା ଅର୍ଥ ପ୍ରଦାନ କରୁଥିବା କହିଛନ୍ତି।

 

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories