www.samajalive.in
Sunday, December 7, 2025
16.1 C
Bhubaneswar

ଜାଣନ୍ତୁ କେଉଁ ଲୋକଙ୍କ ଘରେ ଧାର୍ମିକ କାର୍ଯ୍ୟ ହେବ: ବୁଧବାର ରାଶିଫଳ

ମେଷ: ରାଜତୁଲ୍ୟ କ୍ଷମତାର ଅଧିକାରୀ ହୋଇପାରନ୍ତି। ତେଜୀୟାନ୍‌ ହେବେ। ପୁତ୍ର ସୁଖ ମିଳିବ। ଧର୍ମ ଧ୍ବଜାଧାରୀ ହେବେ। ଜନବଲ୍ଲଭ ହୋଇପାରନ୍ତି। ଅରି ବିନାଶକାରୀ ହୋଇପାରନ୍ତି। ଧର୍ମ କାର୍ଯ୍ୟରେ ଧନ ବ୍ୟୟ କରିବେ।
ବୃଷ: କାର୍ତ୍ତିକେୟଙ୍କ ପରି ରୂପବନ୍ତ ହୋଇପାରନ୍ତି। ପରିବାରର ପ୍ରାଣରୁ ଅଧିକ ସ୍ନେହାଶୀର୍ବାଦଯୁକ୍ତ ହେବେ। ଅକ୍ଷୟ କୀର୍ତ୍ତି ଅର୍ଜନ କରିପାରନ୍ତି। ପ୍ରତ୍ୟେକ କ୍ଷେତ୍ରରେ ସଦା ସମୃଦ୍ଧ ରହିବେ। ନ୍ୟାୟବନ୍ତ ହେବେ।
ମିଥୁନ: ବିଦେଶରୁ ଧନ ପ୍ରାପ୍ତି ପାଇଁ ଉଦ୍ୟମ ଜାରି ରଖିବେ; ମାତ୍ର ସଫଳତା ମିଳିବା କଷ୍ଟସାଧ୍ୟ ହେବ। କେତେକ ବନ୍ଧୁ ଆପଣଙ୍କଠାରୁ ଦୂରେଇଯାଇ ପାରନ୍ତି। ସ୍ବାସ୍ଥ୍ୟ ହାନିର ସୂଚନା ମିଳୁଛି। ଖର୍ଚ୍ଚ ସୀମାତୀତ ହେବ।
କର୍କଟ: ଅକ୍ଲେଶରେ ଶତ୍ରୁ ଉପରେ ବିଜୟ ହାସଲ କରିବେ। ବାଣିଜ୍ୟ କାରବାରରେ ଧନ ବୃଦ୍ଧି ହେବାର ସୁଯୋଗ ସୃଷ୍ଟି ହୋଇଛି। ଜଣେ ମହାନ୍‌ ବ୍ୟକ୍ତିତ୍ବସମ୍ପନ୍ନଭାବେ ଉଚ୍ଚାସନରେ ଅଧିଷ୍ଠିତ ହୋଇପାରନ୍ତି।
ସିଂହ : ଆପଣଙ୍କ ଧୈର୍ଯ୍ୟ ଅସୀମ ହୋଇପାରେ। ସତ୍ୟାର୍ଜନ ବିବେକ ସମ୍ପନ୍ନ ହୋଇପାରନ୍ତି। ଅଶେଷ ସୁଖର ଅଧିକାରୀ ହେବେ। ନର ପ୍ରଧାନ ମାନ୍ୟତା ପ୍ରାପ୍ତ ହେବେ। ସମସ୍ତ କଳ୍ମଷ ଦୂରୀଭୂତ ହେବ।
କନ୍ୟା: ଭୋଗପ୍ରିୟ ହୋଇପାରନ୍ତି। ଶୌର୍ଯ୍ୟଶାଳୀ ହେବାର ସୂଚନା ମିଳୁଛି। ଉପକାରୀ ବ୍ୟକ୍ତି ବିଶେଷଜ୍ଞଙ୍କ ନିକଟରେ କୃତଜ୍ଞ ହେବେ। ଶାସ୍ତ୍ର ପ୍ରତି ବିଶେଷ ଅନୁରକ୍ତି ରହିବ। ପ୍ରଖର ବୁଦ୍ଧିଯୁକ୍ତ ହେବେ।
ତୁଳା: ବେପରୱା ମନୋଭାବ ପରିହର କରି ଅତିମାତ୍ରାରେ ସତର୍କତାର ସହ ଚଳିବାକୁ ପଡ଼ିବ। ଆକସ୍ମିକ ବିପଦକୁ ଡରି ନଯାଇ ତା’ର ମୁକାବିଲା କରିବାକୁ ହେବ। ଦୁଷ୍ଟ ଲୋକମାନଙ୍କୁ ପାଖରୁ ଅନ୍ତର କରିବେ।
ବିଛା: ବହୁ ଶାସ୍ତ୍ର ତଥା ଜ୍ଞାନ ଆହରଣଯୁକ୍ତ ପଠନରେ ମନୋନିବେଶ କରିପାରନ୍ତି। ବହୁ ମିତ୍ରଙ୍କ ସହାୟତା ମିଳିପାରେ। ମନୋଜ୍ଞ ହୋଇପାରନ୍ତି। ସଦାସର୍ବଦା ରାଜପୂଜ୍ୟ ଯୋଗ୍ୟତା ପ୍ରାପ୍ତ ହେବେ।
ଧନୁ: ବେଳେବେଳେ ସ୍ଥିର ବୁଦ୍ଧିର ବିପର୍ଯ୍ୟୟ ଘଟିପାରେ। ସାମାନ୍ୟ ଅସୁସ୍ଥତାକୁ ଗୌଣଭାବେ ବିଚାର ନ କରି ଗୁରୁତ୍ବ ଦେବାକୁ ପଡ଼ିବ। ଚିକିତ୍ସକଙ୍କ ପରାମର୍ଶ ନେବାକୁ ପଡ଼ିବ। ସ୍ନେହାନୁରାଗକୁ ଭୁଲିଯିବେ।
ମକର: ନିସର୍ଗ ସୁଖର ଅଧିକାରୀ ହୋଇପାରନ୍ତି। କର୍ମକ୍ଷେତ୍ରରେ ପ୍ରଭୁତ୍ବ ବିସ୍ତାର କରି ସମସ୍ତଙ୍କୁ ନିଜ ଆୟତ୍ତରେ ରଖିପାରନ୍ତି। ଶାସ୍ତ୍ର ବିଚକ୍ଷଣ ହେବେ। ଜପ, ତପ ଉପରେ ଅଧିକ ଧ୍ୟାନ ଦେଇପାରନ୍ତି। ସୁଖ ମିଳିପାରେ।
କୁମ୍ଭ: ଦେବ-ଗୁରୁ ଭକ୍ତିସମ୍ପନ୍ନ ହେବେ। ନିଜ ବକ୍ତବ୍ୟରେ ଉତ୍ତୁଙ୍ଗ ଶିଖର ସୀମା ସ୍ପର୍ଶ କରିପାରନ୍ତି। କୃପାଳୁ ସ୍ବଭାବ ସମ୍ପନ୍ନ ହୋଇପାରନ୍ତି। ଶ୍ରେଷ୍ଠାସନରେ ଆସୀନ ହେବାର ସୁଯୋଗ ସୃଷ୍ଟି ହୋଇଛି।
ମୀନ : ବିଳାସବ୍ୟସନ ପ୍ରତି ଆଗ୍ରହ ପ୍ରକାଶ କରିପାରନ୍ତି। ଖର୍ଚ୍ଚ ସୀମା ଅତିକ୍ରମ କରିପାରେ। କୁଟିଳ ସ୍ବଭାବସମ୍ପନ୍ନ ହୋଇପାରନ୍ତି। ପ୍ରତ୍ୟେକ କ୍ଷେତ୍ରରେ ଧୈର୍ଯ୍ୟହୀନ ହୋଇ ବିପଦର ସମ୍ମୁଖୀନ ହେବେ। ସମ୍ମାନିତ ହେବେ।

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories