ଦିନ ଦୁଇପ୍ରହରରେ ରାଜସ୍ବ ନିରୀକ୍ଷକଙ୍କୁ ଆକ୍ରମଣ ଘଟଣା: ଥାନାରେ ଅଭିଯୋଗ ବଦଳାଇଲେ ତହସିଲଦାର, ଘେରିଲେ ଆରଆଇ ସଂଘ

ମାହାଙ୍ଗା: ମାହାଙ୍ଗା ଅଞ୍ଚଳରେ ଗତ ୨୨ତାରିଖରେ ଦେଖବାକୁ ମିଳିଥିଲା ଅଭାବନୀୟ ଘଟଣା। ବେଆଇନ ବାଲି ଲୁଟକୁ ରୋକିବାକୁ ଯାଇଥିବା ତହସିଲ ଟିମର ରାଜସ୍ବ ନିରୀକ୍ଷକଙ୍କୁ ହୋଇଥିଲା ମରଣାନ୍ତକ ଆକ୍ରମଣ। ଗାଡି ମାଲିକ ଓ ମାଫିଆ ଗୋଷ୍ଠୀମାନେ ପୁଲିସ ଉପସ୍ଥିତିରେ ସଂଗବଧ ଆକ୍ରମଣ କରିଥିଲେ। ତହସିଲର ରାଜସ୍ବ ନିରୀକ୍ଷକ ଗଣେଶ୍ୱର ହେମ୍ବ୍ରମଙ୍କୁ ମାଫିଆମାନେ ଗଡେଇ ପଡେଇ ମାଡ ମାରିବା ସହ ତାଙ୍କ ମୁଣ୍ଡକୁ ଶକ୍ତ ପ୍ରହାର କରି ଲହୁଲୁହାଣ କରିଥିଲେ। ଏଥିନେଇ ୩୦ରୁ ଉର୍ଦ୍ଧ ବାଲି ମାଫିଆଙ୍କ ବିରୁଦ୍ଧରେ ମାହାଙ୍ଗା ତହସିଲଦାର ଅଭିଯୋଗ କରିଥିଲେ। କିନ୍ତୁ ତହସିଲଦାର ପକେଟ ଗରମ କରି ମାଫିଆ ପାଇଁ ଦରଦ ଦେଖାଇ ରାତାରାତି ଥାନାରେ ଦେଇଥିବା ଅଭିଯୋଗ ବଦଳେଇ ଦେଲେ। କେବଳ ପୁଲିସ ଜଣେ ବାପ ପୁଅକୁ ଗିରଫ କରି ଚୁପ ହୋଇ ବସିଲା। ହେଲେ ଘଟଣାର ତିନିଦିନ ପରେ ତହସିଲଦାର ଅଭିଯୋଗ ବଦଳେଇଲେ କଣ ପାଇଁ ବୋଲି ଏହାର ତଦନ୍ତ ଦାବିକରି ଆଜି ଆରଆଇ ସଂଘ ପକ୍ଷରୁ ମାହାଙ୍ଗା ତହସିଲଦାରଙ୍କୁ ଘେରାଉ କରି ଥିବାବେଳେ ରାଜସ୍ବ ନିରୀକ୍ଷକମାନଙ୍କୁ ବିଭିନ୍ନ କଥା କହି ଭୟଭୀତ କରି ତୁମମାନଙ୍କ ଜୀବନ କିଏ ବଞ୍ଚାଇବ ବୋଲି ଓଲଟା ଯୁକ୍ତି ବାଢ଼ିଥିଲେ। ତହସିଲଦାର ଆକ୍ରମଣ ନେଇ ୨୨ ତାରିଖ ଦିନ ଥାନାରେ ଅଭିଯୋଗ କରିବା ପରେ କଣ ପାଇଁ ରାତି ଅଧିଆ ଅଭିଯୋଗକୁ ବଦଳାଇ ମାଫିଆଙ୍କୁ ଦରଦ ଦେଖାଇଲେ ତାହା ମାଫିଆ ଗୋଷ୍ଠୀ ଓ ତହସିଲଦାରଙ୍କ ମଧ୍ୟରେ ମଧୁଚନ୍ଦ୍ରିକାକୁ ପଦାରେ ପକାଇଛି। ଏଭଳି ତହସିଲଦାରଙ୍କ ବିରୁଦ୍ଧରେ ଦୃଢ଼ରୁ ଦୃଢ ଆଇନ ଗତ କାଯ୍ୟନୁଷ୍ଠାନ ଗ୍ରହଣ କରିବା ସହ ତାଙ୍କ ବିରୁଦ୍ଧରେ ଶୃଙ୍ଖଳା ଗତ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାନଗଲେ ବାତ୍ୟା ପରେ ଆରଆଇ ସଂଘ ଆନ୍ଦୋଳନକୁ ଓହ୍ଲାଇବ ବୋଲି ସୂଚନା ଦେଇଛନ୍ତି।

Comments are closed.