ମହାନଦୀ ଜଳ ବିବାଦ : ଉଭୟ ରାଜ୍ୟ ଗସ୍ତ କରିବେ ବୈଷୟିକ ଟିମ୍ , ନଭେମ୍ବର ୩୦ରେ ପରବର୍ତ୍ତୀ ଶୁଣାଣି

ଭୁବନେଶ୍ୱର: ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ଲାଗି ରହିଥିବା ମହାନଦୀ ଜଳ ବିବାଦର ଶନିବାର ଟ୍ରାଇବୁନାଲ ଶୁଣାଣୀ କରିଛନ୍ତି । ଉଭୟ ରାଜ୍ୟ ଓଡ଼ିଶା ଓ ଛତିଶଗଡ଼ର ବୈଷୟିକ ଟିମ୍ ଦୁଇ ରାଜ୍ୟ ଗସ୍ତ କରିବେ । ଏହାପରେ ନଭେମ୍ବର ୩୦ରେ ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ କାରାଯାଇଥିବା ଜଣାପଡିଛି।
ସୂଚନା ଯୋଗ୍ୟ, ଛତିଶଗଡ଼ରେ ହୋଇଥିବା ପ୍ରକଳ୍ପର ସମୀକ୍ଷା କରିବାକୁ ଓଡ଼ିଶା ଟିମ୍‌ ଅକ୍ଟୋବର ୩୦ରୁ ନଭେମ୍ବର ୨ ଯାଏଁ ଛତିଶଗଡ଼ ଗସ୍ତରେ ଯିବେ। ପରେ ଓଡ଼ିଶାରେ ହୋଇଥିବା ପ୍ରକଳ୍ପର ସମୀକ୍ଷା ନିମନ୍ତେ ଛତିଶଗଡ଼ ଟିମ୍‌ ନଭେମ୍ବର ୧୭ ରୁ ୧୯ ଯାଏଁ ଓଡ଼ିଶା ଗସ୍ତରେ ଆସିବେ। ଏହି ପ୍ରକ୍ରିୟା ସରିବା ପରେ ଚୂଡ଼ାନ୍ତ ରାୟ ଦିଆଯିବ। ଏଣୁ ନଭେମ୍ବର ୩୦ରେ ପରବର୍ତ୍ତୀ ଶୁଣାଣି କରାଯିବ।

kalyan agarbati

Comments are closed.