www.samajalive.in
Sunday, December 7, 2025
26.1 C
Bhubaneswar

ମନସ୍କାମନା ପୂରଣ ଓ କୃପା ପ୍ରାପ୍ତି ପାଇଁ ମହାଶିବରାତ୍ରୀରେ ପ୍ରଭୁଙ୍କୁ ଅର୍ପଣ କରନ୍ତୁ ଏହି ଦ୍ରବ୍ୟ

ମହାଶିବରାତ୍ରୀରେ ପ୍ରଭୁ ଭୋଳାଶଙ୍କରଙ୍କୁ ପ୍ରସନ୍ନ କରିବା ପାଇଁ ଓ କୃପା ପ୍ରାପ୍ତି ପାଇଁ ଭକ୍ତମାନେ ଖୁବ ଶ୍ରଦ୍ଧାର ସହ ପୂଜାର୍ଚ୍ଚନା କରାଯାଇଥାଏ। ଏହି ଦିନରେ ଭଗବାନ ଶିବଙ୍କୁ ଶ୍ରଦ୍ଧା ଓ ଭକ୍ତିଭାବର ସହ ପୂଜା କଲେ ବହୁ ଶୁଭଫଳ ମିଳିବା ସହ ସମସ୍ତ ମନୋସ୍କାମନା ପୂରଣ ହୋଇଥାଏ। ପ୍ରଭୁଙ୍କ ପୂଜାରେ ଏପରି କିଛି ବିଶେଷ ଦ୍ରବ୍ୟ ରହିଛି ବ୍ୟବହାର କରିବା ଦ୍ୱାରା ଅକ୍ଷୟ ପୁଣ୍ୟ ପ୍ରାପ୍ତି ହୋଇଥାଏ। ଜାଣନ୍ତୁ ….
ଜଳ –
‘ଓଁ ନମଃ ଶିବାୟ’ ମନ୍ତ୍ର ଜପ କରି ଜଳ ଅର୍ପଣ କରିବା ଦ୍ୱାରା ମନ ସର୍ବଦା ଶାନ୍ତ ରହିବା ସହ ମନରେ କରୁଣା ଭାବ ଜାଗ୍ରତ ହୋଇଥାଏ।
କ୍ଷୀର –
ପ୍ରଭୁ ଭୋଳାଶଙ୍କରଙ୍କୁ କ୍ଷୀରରେ ଅଭିଷେକ କରିବା ଦ୍ୱାରା ଖୁବ ପୁଣ୍ୟଫଳ ପ୍ରାପ୍ତି ହୋଇଥାଏ। କ୍ଷୀର ଅର୍ପଣ କରିବା ଦ୍ୱାରା ବ୍ୟକ୍ତି ସର୍ବଦା ସୁସ୍ଥ ଓ ରୋଗମୁକ୍ତ ରହିଥାଏ। ବିଷ୍ଣୁ ପୁରାଣ ଅନୁଯାୟୀ, ସମୁଦ୍ର ମନ୍ଥନ ସମୟରେ ଭଗବାନ ଶିବ ବିଷ ପାନ କରିଥିବାରୁ କଣ୍ଠ ଓ ଶରୀର ନୀଳବର୍ଣ୍ଣ ପଡ଼ିଯାଇଥିଲା। ସେହି ସମୟରେ ସମସ୍ତ ଦେବାଦେବୀ ମାନେ ତାଙ୍କୁ କ୍ଷୀରରେ ଅଭିଷେକ କରିଥିଲେ। ଫଳରେ ତାଙ୍କର ଶରୀର ନୀଳବର୍ଣ୍ଣ ହୋଇ ରହିଲା ନାହିଁ। ସେହି ଦିନ ଠାରୁ ଭଗବାନ ଶିବଙ୍କୁ କ୍ଷୀର ଖୁବ ପ୍ରିୟ ବୋଲି ଶାସ୍ତ୍ରରେ କୁହାଯାଇଛି।
ଚିନି –
ମହାଶିବ ରାତ୍ରୀରେ ଭଗବାନ ଶିବଙ୍କ ନିକଟରେ ଚିନି ଅର୍ପଣ କରନ୍ତୁ। ଏପରି କରିବା ଦ୍ୱାରା ଘରେ ସର୍ବଦା ଶାନ୍ତିର ଓ ବୈଭବ ରହିଥାଏ।
କେଶର –
ଲାଲ ରଙ୍ଗର କେଶର ଭଗବାନ ଶିବଙ୍କୁ ଅର୍ପଣ କରିବା ଦ୍ୱାରା ମାଙ୍ଗଳିକ ଦୋଷ ଦୂର ହୋଇଥାଏ। କର୍ମକ୍ଷେତ୍ରରେ ମଧ୍ୟ ଶୁଭଫଳ ପ୍ରାପ୍ତି ହୋଇଥାଏ।
ଦହି –
ପ୍ରଭୁ ଭୋଳାଶଙ୍କରଙ୍କୁ ଦହି ଅର୍ପଣ କରିବା ଦ୍ୱାରା ଜୀବନରେ ଥିବା ସମସ୍ତ ବାଧାବିଘ୍ନ ଦୂର ହୋଇଥାଏ।
ଘିଅ –
ପ୍ରଭୁଙ୍କୁ ଘିଅ ଅର୍ପଣ କରିବା ଦ୍ୱାରା ଶରୀର ସୁସ୍ଥ ରହିବା ସହ ସନ୍ତାନ ପ୍ରାପ୍ତି ହୋଇଥାଏ।
ଚନ୍ଦନ –
ପ୍ରଭୁଙ୍କୁ ଚନ୍ଦନ ଅର୍ପଣ କରିବା ଦ୍ୱାରା ମାନସମ୍ମାନ ଆଦି ପ୍ରାପ୍ତି ହୋଇଥାଏ। ଧନସମ୍ପତ୍ତି ପ୍ରାପ୍ତି ହୋଇଥାଏ।
ମହୁ –
ପ୍ରଭୁଙ୍କ ମହୁ ଅର୍ପଣ କରିବା ଦ୍ୱାରା ମନରେ ଦୟାଭାବ ଜାଗ୍ରତ ହେବା ସହ, ମଧୁର ବଚନ ଓ ଜୀବନରେ ସଫଳତା ମିଳିଥାଏ।

Hot this week

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

Related Articles

Popular Categories