ପାକିସ୍ତାନକୁ ଗୁପ୍ତ ତଥ୍ୟ ଦେବା ମାଲାରେ ମାଧୁରୀ ଗୁପ୍ତା ଦୋଷୀ ସାବ୍ୟସ୍ତ

0

ନୂଆଦିଲ୍ଲୀ : ପାକିସ୍ତାନକୁ ଗୁପ୍ତ ତଥ୍ୟ ଦେବା ମାମଲାରେ ପୂର୍ବତନ କୂଟନୀତିଜ୍ଞ ମାଧୁରୀ ଗୁପ୍ତାଙ୍କୁ ଦିଲ୍ଲୀ ପଟିୟାଲା ହାଉସକୋର୍ଟ ଶନିବାର ଦୋଷୀ ସାବ୍ୟସ୍ତ କରିଛନ୍ତି । ପାକିସ୍ତାନରେ ନିଯୁକ୍ତି ବେଳେ ମାଧୁରୀ ଆଇଏସ୍‌ଆଇକୁ ଗୁପ୍ତ ତଥ୍ୟ ଯୋଗାଉଥିଲେ ଓ ପାକିସ୍ତାନ ପାଇଁ ଗୁପ୍ତଚର କାର୍ଯ୍ୟ କରୁଥିଲେ । ମାଧୁରୀଙ୍କୁ ଦଣ୍ଡାଦେଶ ନେଇ ମେ’ ୧୯ରେ ଶୁଣାଣି ହେବ । ମାଧୁରୀ ପୂର୍ବରୁ ୨୧ ମାସର ଜେଲ ଦଣ୍ଡ ଭୋଗି ସାରିଛନ୍ତି । ଅତିରିକ୍ତ ଜିଲା ଦୌରାଜଜ ସିଦ୍ଧାର୍ଥ ଶର୍ମାଙ୍କ ଖଣ୍ଡପୀଠ ମାଧୁରୀଙ୍କୁ ଅନୈତିକ ଉପାୟରେ ଗୁପ୍ତ ତଥ୍ୟ ଯୋଗାଇବା ଅଭିଯୋଗରେ ଅଧିକାରିକ ଗୋପନୀୟତା ଅଧିନିୟମ ଧାରା ୩ ଏବଂ ୫ରେ ଦୋଷୀ ସାବ୍ୟସ୍ତ କରିଛନ୍ତି । ମାଧୁରୀ ଇସଲାମାବାଦସ୍ଥିତ ଭାରତୀୟ ଦୂତାବାସ୍‌ରେ (ପ୍ରେସ୍‌ ଏବଂ ସୂଚନା) ଦ୍ୱିତୀୟ ସଚିବ ଭାବେ ନିଯୁକ୍ତି ପାଇଥିଲେ । ପାକିସ୍ତାନର ଗୁଇନ୍ଦା ସଂସ୍ଥା ଆଇଏସ୍‌ଆଇକୁ ଗୁପ୍ତ ତଥ୍ୟ ଯୋଗାଇବା ଅଭିଯୋଗରେ ୨୦୧୦ ଅପ୍ରେଲ ୨୨ରେ ମାଧୁରୀଙ୍କୁ ଦିଲ୍ଲୀ ପୁଲିସ୍‌ର ସ୍ୱତନ୍ତ୍ର ଶାଖା ଗିରଫ କରିଥିଲା ଓ ତତ୍କାଳ ତାଙ୍କୁ ଚାକିରିରୁ ନିଲମ୍ବିତ କରାଯାଇଥିଲା ।

Leave A Reply