www.samajalive.in
Monday, December 15, 2025
17.1 C
Bhubaneswar

ମଧୁଜ୍ୟୋତିକୁ ସହରରେ ବିପୁଳ ସମ୍ବର୍ଦ୍ଧନା, ଏନ୍ତୁଡ଼ିଶାଳ ସତ୍ୟଭାମାପୁରରୁ କର୍ମଭୂମି କଟକ ପର୍ଯ୍ୟନ୍ତ ଜ୍ୟୋତିଯାତ୍ରା

କଟକ: ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ୧୭୫ ତମ ଜୟନ୍ତୀ ଅବସରରେ ‘ମଧୁଜ୍ୟୋତି ଆୟୋଜକ କମିଟି, ଉତ୍କଳ ସମ୍ମିଳନୀ ଯୁବ ସେବକ ବାହିନୀ, ଉତ୍କଳ ସମ୍ମିଳନୀ କେନ୍ଦ୍ରୀୟ କମିଟି ଓ ସମସ୍ତ ଆଇନଜୀବୀ ସଂଘ ପକ୍ଷରୁ ମଧୁଜ୍ୟୋତି-୨୦୨୨ ଅନୁଷ୍ଠିତ ହୋଇଯାଇଛି। ଏହିଅବସରରେ ଆଜି ପ୍ରାତଃ ସମୟରେ କମିଟିର ସମସ୍ତ କର୍ମକର୍ତ୍ତା ଓ ସାଧାରଣ ଲୋକେ ମଧୁବାବୁଙ୍କ ଜନ୍ମସ୍ଥାନ ସତ୍ୟଭାମାପୁର ଠାରେ ଏକାଠି ହୋଇଥିଲେ। ପରେ ତାଙ୍କ ଏନ୍ତୁଡ଼ିଶାଳରେ ଥିବା ମଧୁବାବୁଙ୍କ ପ୍ରତିକୃତିରେ ପୁଷ୍ପମାଲ୍ୟ ଅର୍ପଣ ସହ ସେଠାରୁ ଜ୍ୟୋତିଯାତ୍ରା ଆରମ୍ଭ ହୋଇଥିଲା। ବନ୍ଦେ ଉତ୍କଳ ଜନନୀ.., ମଧୁବାବୁ ଅମର ରହେ…ନାରାରେ ସମସ୍ତଙ୍କ ମଧ୍ୟରେ ଅପୂର୍ବ ଉତ୍ସାହ ଦେଖାଦେଇଥିଲା। ଏହି ଶୋଭଯାତ୍ରାକୁ ବିଭିନ୍ନ ସ୍ଥାନରେ ଲୋକେ ବିପୁଳ ସମ୍ବର୍ଦ୍ଧନା ଜଣାଇଥିଲେ। ପରେ ଜଗତପୁର ସ୍ଥିତ ମଧୁବାବୁଙ୍କ ପ୍ରତିମୂର୍ତ୍ତି ଠାରେ ମଧୁଜ୍ୟାତିକୁ ଓଲ୍‍ସା ପକ୍ଷରୁ ଅଧ୍ୟକ୍ଷ ଆଇନଜୀବୀ ବିପିନ ଚୌଧୁରୀଙ୍କ ନେତୃତ୍ୱରେ ସମ୍ବର୍ଦ୍ଧନା ଦିଆଯାଇଥିଲା।

ସେହିପରି ମଧୁସୂଦନ ଆଇନ୍‍ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ ଓ ରେଭେନ୍ସା ବିଶ୍ୱବିଦ୍ୟାଳୟ ନିକଟରେ କୁଳପତିଙ୍କ ପକ୍ଷରୁ ଜ୍ୟୋତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା। ଏଥିସହ ‘ପ୍ରମେୟ’ ଖବରକାଗଜ, ଜାଗୃତ ଓଡ଼ିଶା ଆଇନଜୀବୀ ମଞ୍ଚ, ବିଭିନ୍ନ ପୂଜା କମିଟି, ରେଭେନ୍ସା କଲିଜିଏଟ୍‍ ସ୍କୁଲ୍‍, ରାଜ୍ୟ ଓଡ଼ିଶା ରାଜ୍ୟ ଆଇନଜୀବୀ ପରିଷଦ, ଓଡ଼ିଶା ହାଇକୋର୍ଟ ବାର ଆସୋସିଏସନ୍‍, କ୍ରିମିନାଲ୍‍ କୋର୍ଟସ୍‍ ବାର ଆସୋସିଏସନ୍‍, କଟକ ବାର ଆସୋସିଏସନ୍‍, ରାଜ୍ୟ ରାଜସ୍ୱ ପର୍ଷଦ ଆଇନଜୀବୀ ସଂଘ, ଓ ଶେଷରେ ଶୈଳବାଳା ସ୍ୱୟଂଶାସିତ ମହିଳା ମହାବିଦ୍ୟାଳୟ ପକ୍ଷରୁ ମଧୁଜ୍ୟୋତିକୁ ଭବ୍ୟ ସମ୍ବର୍ଦ୍ଧନା ପଦାନ କରାଯାଇଥିଲା। ଶେଷରେ ସମସ୍ତ ବରେଣ୍ୟ ଅତିଥିଙ୍କ ଉପସ୍ଥିତିରେ ମଧୁଜ୍ୟୋତିକୁ ଶୈଳବାଳା କଲେଜ ପରିସର ମଧୁବାବୁଙ୍କ ସଂଗ୍ରହାଳୟ ଠାରେ ସାଧାରଣ ଲୋକଙ୍କ ଦର୍ଶନ ନିମନ୍ତେ ସ୍ଥାପନ କରାଯାଇଥିଲା।

- Advertisement -

ଏହି ଅବସରରେ ସେଠାରେ ଆୟୋଜିତ ସଭାରେ ବରେଣ୍ୟ ଅତିଥି ଭାବେ ବାରବାଟୀ-କଟକ ର ବିଧାୟକ ଇଂ ମହମ୍ମଦ ମୋକିମ୍‍, ମେୟର ସୁବାସ ସିଂ, ଚଳଚ୍ଚିତ୍ର ଉନ୍ନୟନ ନିଗମର ଅଧ୍ୟକ୍ଷ ସତ୍ୟବ୍ରତ ତ୍ରିପାଠୀ, ଉତ୍କଳ ସମ୍ମିଳନୀ କେନ୍ଦ୍ରୀୟ କମିଟିର ଅଧ୍ୟକ୍ଷ ପ୍ରଫେସର୍‍ ଅଦୈ୍ୱତ ପାତ୍ର, ଉଷାରାଣୀ ଦେବୀ, ଶୈଳବାଳା ମହାବିଦ୍ୟାଳୟର ଅଧ୍ୟକ୍ଷା ଡ. ସୁରେଖାସୁନ୍ଦରୀ ସ୍ୱାଇଁ ପ୍ରମୁଖ ଯୋଗ ଦେଇଥିଲେ।

ଏଥିସହ ମଧୁଜ୍ୟୋତି ଆୟୋଜକ କମିଟି ପକ୍ଷରୁ ସମାଜସେବା କ୍ଷେତ୍ରରେ ଉଳ୍ଲେଖନୀୟ ଅବଦାନ ପାଇଁ ‘ଜୟ ଜଗନ୍ନାଥ ସେବା ସମିତି’, ସିଲଭର୍‍ ସିଟି କଟକ, ସ୍ୱପ୍ନ ଫାଉଣ୍ଡେସନ୍‍, ଶ୍ରଦ୍ଧା ଫାଉଣ୍ଡେସନ୍‍, କଟକ ଓଡ଼ିଆ ବାପ୍‍ଟିଷ୍ଟ ମଣ୍ଡଳୀ ପ୍ରମୁଖ ସଂଗଠନକୁ ସମ୍ମାନିତ କରାଯାଇଥିଲା। ମଧୁଜ୍ୟୋତି ଆୟୋଜକ କମିଟିର ଆବାହକ ଆଇନଜୀବୀ ଜଗନ୍ନାଥ ମହାନ୍ତି, ସଂଯୋଜକ ପ୍ରକାଶ ପଣ୍ଡା, ଜ୍ୟୋତି କମିଟି ସଂଯୋଜକ ତଥା ଉତ୍କଳ ସମ୍ମିଳନୀ ଯୁବ ସେବକ ବାହିନୀର କଟକ ଜିଲ୍ଲା ଆବାହକ ସନ୍ତୋଷ କୁମାର ମହାରଣା, ଜିଷ୍ଣୁ ଘୋଷ, ଉପଦେଷ୍ଟା ଡ. ନୀଲିମା ପ୍ରିୟଦର୍ଶିନୀ, ପ୍ରଦେଶ କୁମାରୀ ମହାରଣା, ଆଇନଜୀବୀ ତାପସ କୁମାର ମହାନ୍ତି, ଶୁଭମ ମହାପାତ୍ର, ସାର୍ଥକ ରାୟ, ରୋମା ବେହେରା, ଦେବୀ ପ୍ରସାଦ ସେଠୀ, କବିନ୍ଦ୍ର ବେହେରା, ରମାକାନ୍ତ ସାହୁ, ମହେନ୍ଦ୍ରଲାଲ୍‍ ଜେନା, ପ୍ରଦୋଷ ଦାସ, ଅକ୍ଷୟ କୁମାର ନାଏକ, କବି ବାବୁ, କଟକ ଜିଲ୍ଲା ଉତ୍କଳ ସମ୍ମିଳନୀ ଉପସଭାପତି ବିଶ୍ୱଜିତ୍‍ ସୂର୍ଯ୍ୟବଂଶୀ, ସମ୍ପାଦକ କିଶୋର ମହାନ୍ତି, ସୟଦ୍‍ ମେହବୁବ୍‍ ଅଲ୍ଲୀ, ଆଶୁତୋଷ ହୋତା ପ୍ରମୁଖ ଯୋଗ ଦେଇଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories