www.samajalive.in
Sunday, December 14, 2025
19.1 C
Bhubaneswar

ମଧୁସ୍ମୃତି ସୁରକ୍ଷା ମଞ୍ଚର ନିତ୍ୟ ପୂଜ୍ୟପୂଜାର ୩୬୫ ଦିନ ପୂର୍ତ୍ତି ଉତ୍ସବ

କଟକ : ମଧୁସ୍ମୃତି ସୁରକ୍ଷା ମଞ୍ଚ ପକ୍ଷରୁ ମଧୁବାବୁଙ୍କ ସମାଧିପୀଠରେ ଚାଲିଥିବା ନିତ୍ୟ ପୂଜ୍ୟପୂଜାର ୩୬୫ ଦିନ ପୂର୍ତ୍ତି ଉତ୍ସବ ରବିବାର ପାଳିତ ହୋଇଯାଇଛି । ଏହି ଅବସରରେ ମଞ୍ଚ ପକ୍ଷରୁ ସମାଧିପୀଠରେ ଏକ ସ୍ୱତନ୍ତ୍ର ପୂଜ୍ୟପୂଜା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା । ଏଥିରେ ବରେଣ୍ୟ ଅତିଥି ଭାବେ କଟକ ମହାନଗର ନିଗମ ମେୟର ସୁବାସ ସିଂହ, ସ୍ଥାନୀୟ କର୍ପୋରେଟର ଲକ୍ଷ୍ମୀପ୍ରୀୟା ବେହେରା, ଡ. ଖାରବେଳ ମହାନ୍ତି, ପୂର୍ବତନ କର୍ପୋରେଟର ରମଜାନ ଖାନ୍ ପ୍ରମୁଖ ଯୋଗ ଦେଇଥିଲେ । ଏହି ଅବସରରେ ସମାଧି ପୀଠରେ ୩୬୫ଟି ଦୀପଦାନ କରାଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ମଞ୍ଚ ପକ୍ଷରୁ ସନ୍ତୋଷ ମହାରଣା, ଆକାଶ ପଟ୍ଟନାୟକ, ସତ୍ୟଜିତ ମହାନ୍ତି, ଦେବୀ ପ୍ରସାଦ ସେଠୀ, ଜଗନ୍ନାଥ ମହାନ୍ତି, ବିଜୟିନୀ ମିଶ୍ର, ଅବିନାସ ନାୟକ, କବିନ୍ଦ୍ର ବେହେରା, ମନୋରମା ନାୟକ, ପ୍ରଦେଶ କୁମାରୀ ମହାରଣା, ଅକ୍ଷୟ ଆଚାର୍ଯ୍ୟ, ରଶ୍ମୀରଞ୍ଜନ ପ୍ରଧାନ, ଗୀତି ରଞ୍ଜନ ତ୍ରିପାଠୀ, ବିସ୍ମୟ ନାୟକ, ଜ୍ଞାନ ରଞ୍ଜନ ବେହେରା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Hot this week

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

Related Articles

Popular Categories