www.samajalive.in
Sunday, December 14, 2025
26.1 C
Bhubaneswar

ଭୁଲିଆ ସମାଜ ପକ୍ଷରୁ ଗଙ୍ଗାଧର ମେହେର ଜୟନ୍ତି ପାଳିତ

କଣ୍ଟାବାଞ୍ଜି : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ଭୁଲିଆ ସମାଜ ପକ୍ଷରୁ  ରବିବାର ସଂଧ୍ୟାରେ ସ୍ଥାନୀୟ ହରିଭବନରେ ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ଜୟନ୍ତି ପାଳିତ ହୋଇଯାଇଛି । ଏହି ଅବସରରେ ସମାଜର ସଭାପତି ଯୁବରାଜ ମେହେରଙ୍କ ଅଧ୍ୟକ୍ଷତାରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା । ଏହି ସଭାରେ କଣ୍ଟାବାଞ୍ଜି ଏନଏସି ନଗରପାଳ ବରିୟାମ ସିଂ ସାଲୁଜା ମୁଖ୍ୟ ଅତିଥି ଭାବେ,  ତହସିଲଦାର ଅମୃତଲାଲ ବେହେରା ସମ୍ମାନିତ ଅତିଥିଭାବେ ଯୋଗ ଦେଇଥିଲେ। ସେହିପରି ରାଜୀବ ଗାନ୍ଧି ଉଚ୍ଚ ମାଧ୍ୟାମିକ ବିଦ୍ୟାଳୟ ଅଧ୍ୟକ୍ଷ ଅଶ୍ୱିନୀ କୁମାର ମେହେର, ସମାଜର ବରିଷ୍ଠ ନାଗରିକ ନିଲକଣ୍ଠ ମେହେର, ସତନ ମେହେର, ସଂପାଦକ ସୁଧିର ଠାକୁର ମଞ୍ଚାସୀନ ଥିବା ବେଳେ କଣ୍ଟାବାଞ୍ଜି ଧନ୍ଦାମୂଳକ ଡିଗ୍ରୀ ମହାବିଦ୍ୟାଳୟର ଅବସରପ୍ରାପ୍ତ ଓଡିଆ ରିଡର ଡଃ ଯୁଗଲ କିଶୋର ମେହେର ମୂଖ୍ୟବକ୍ତା ଭାବେ ଯୋଗ ଦେଇଥିଲେ।

କଣ୍ଟାବାଞ୍ଜି ସହରରେ ଭୁଲିଆ ସମାଜର ନିଜସ୍ୱ କୌଣସି ଭବନ ନ ଥିବାରୁ ଗଙ୍ଗାଧର ମେହେରଙ୍କ ନାମରେ ଏକ କଲ୍ୟାଣ ମଣ୍ଡପ ନିର୍ମାଣ ପାଇଁ ନଗରପାଳ ସାଲୁଜା ଏବଂ ତହସିଲଦାର ବେହେରାଙ୍କୁ ଅନୁରୋଧ କରାଯାଇଥିଲା । ଏହି ଦିବସ ପାଳନ ଅବସରରେ ସଭା କାର୍ଯ୍ୟ ପ୍ରାରମ୍ଭରେ କବି ଗଙ୍ଗାଧର ମେହେରଙ୍କ ତୈଳଚିତ୍ରରେ ପୁଷ୍ପଗୁଚ୍ଛ ଅର୍ପଣ ପରେ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଛାତ୍ରୀ ଛାତ୍ରମାନେ ପ୍ରାରମ୍ଭିକ ସଂଗୀତ ଗାନ କରିଥିଲେ । ସଭା ପରେ ଭୁଲିଆ ସମାଜର ସଂପାଦକ ସୁଧିର ମେହେର ଧନ୍ୟବାଦ ଦେଇଥିଲେ । ସଭା ଶେଷରେ ଭୁଲିଆ ସମାଜର ଛାତ୍ରୀଛାତ୍ରମାନଙ୍କ ଦ୍ୱାରା ଏକ ରଂଗାରଂଗ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

Hot this week

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

Related Articles

Popular Categories