www.samajalive.in
Monday, December 15, 2025
16.1 C
Bhubaneswar

ଜୁଆଙ୍ଗ ଅଧ୍ୟୁଷିତ ଗ୍ରାମରେ ଜଳ ପରିମଳ ସ୍ବଚ୍ଛତା ଅଭିଯାନ

ପାଟଣା : ଘଟଗାଁ ବ୍ଲକ ଅନ୍ତର୍ଗତ ପୁରୁମୁଣ୍ଡା ପଞ୍ଚାୟତର ଗୟଳମୁଣ୍ଡା ଗ୍ରାମରେ ରବିବାର ସାମାଜିକ ସେବା ପ୍ରଦାନକାରୀ ସଂସ୍ଥା ଆଇଜିଏସଏସଏସ ତରଫରୁ ଜଳ, ପରିମଳ ଓ ସ୍ୱଚ୍ଛତା ଅଭିଯାନ ଅନୁଷ୍ଠିତ ହୋଇଯାଇଛି । ନଳକୂପ ଚାରିପାଖେ ସଫେଇ ସହ ବିଚିଂ ପାଉଡର ବ୍ୟବହାର ପକାଇବା, ଗ୍ରାମ ପରିଭ୍ରମଣ ସହ ସାଧାରଣ ବୈଠକ ମଧ୍ୟ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଗ୍ରାମର ଥିବା ୫୩ଟି ପରିବାରରୁ ୭୦ ଜଣ ଉପସ୍ଥିତ ଥାଇ ହାତଧୁଆର ଗୁରୁତ୍ଵ ପ୍ରଦର୍ଶନରେ ଭାଗ ନେଇଥିଲେ। ପାଣିକୁ ଘୋଡାଇ ରଖି ବ୍ୟବହାର କରିବା ସହ ପାଇଖାନା ବ୍ୟବହାର କରିବା ଉପରେ ଗୁରୁତ୍ଵ ଦିଆଯାଇଥିଲା । ଏଥିରେ ଅଙ୍ଗନୱାଡ଼ି କର୍ମୀ ସୁନତି ଜୁଆଙ୍ଗ, ଆଶା ଜାନକୀ ଜୁଆଙ୍ଗ , ସ୍ବେଛାସେବୀ ଶକୁନ୍ତଳା ଜୁଆଙ୍ଗ, ସିଆରପି ଭାରତୀ ନାଏକ, ଧନିଆଁ ଜୁଆଙ୍ଗ, ସାଧବ ଜୁଆଙ୍ଗ, ରୟା ଜୁଆଙ୍ଗ, ଅନାମ ଜୁଆଙ୍ଗ ଓ ସଞ୍ଜୟ ଜୁଆଙ୍ଗ ପ୍ରମୁଖ କାର୍ଯ୍ୟକ୍ରମରେ ସହାୟତା କରିଥିଲେ। ଦୁଇଟି ସ୍ଵଂୟ ସହାୟିକା ଗୋଷ୍ଠୀର ସଦସ୍ୟା ମାନେ କାର୍ଯ୍ୟକ୍ରମରେ ଭାଗ ନେଇଥିଲେ । ପରାମର୍ଶଦାତା ଶିବନାଥ ପ୍ରଧାନ କାର୍ଯକ୍ରମକୁ ପରିଚାଳନା କରିଥିଲେ। ଚନ୍ଦ୍ରମଣି ମହାନ୍ତ ସହଯୋଗ କରି ହାତଧୁଆର ବିଭିନ୍ନ ସୋପାନ ଦେଇଥିଲେ।

Hot this week

ପଶ୍ଚିମ ଓଡ଼ିଶାରେ ପ୍ରଫେସର ସଙ୍କଟ

ସମ୍ବଲପୁର: ପଶ୍ଚିମ ଓଡ଼ିଶାର ଅଧିକାଂଶ ବିଶ୍ବବିଦ୍ୟାଳୟରେ ପ୍ରଫେସର ପଦ ଖାଲି ପଡ଼ିଛି।...

ମଧ୍ୟସ୍ଥତା ହିଁ ନ୍ୟାୟ ପ୍ରଣାଳୀର ସରଳ ବିକଳ୍ପ : ପ୍ରଧାନ ବିଚାରପତି

କଟକ: ବିଚାରାଧୀନ ମାମଲା, ବଢ଼ୁଥିବା ମକଦ୍ଦମା ଖର୍ଚ୍ଚ ଏବଂ ସମୟ ବ୍ୟୟ-ଏହି...

କଂଗ୍ରେସରୁ ବିଦା ହେଲେ ମୋକିମ୍‌ : ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ

ସମାଜ ଡିଜିଟାଲ ଡେସ୍କ: ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ...

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

Related Articles

Popular Categories