ପାଟଣା : ପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିନ ଡୁମୁରିଆ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଜନ ଆରୋଗ୍ୟ ସମିତି ବୈଠକ ଜିଲ୍ଲା ପରିଷଦ ସଦସ୍ୟା ରୁନୁ ମହାନ୍ତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଅଧିକାରୀ ଡ଼ ଲକ୍ଷ୍ମଣ ମହାନ୍ତ, ଡୁମୁରିଆ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ମନୁସ୍ମିତା ପ୍ରଧାନ, ଷ୍ଟାପନର୍ସ ସ୍ୱର୍ଣ୍ଣପ୍ରଭା ମୁଣ୍ଡା, ଫାର୍ମାସିଷ୍ଟ ହିମାଂଶୁ ଶେଖର ପରିଡ଼ା, ପଲାଣିଘାଟି ସରପଞ୍ଚ ରାଉତ ମୁଣ୍ଡା,ଏରେଣ୍ଡେଇ ସରପଞ୍ଚ ପାର୍ବତୀ ଦେହୁରୀ, ବିପିଏମ ଦୀପକ କୁମାର ନାୟକ, ବିରଞ୍ଚି ନାରାୟଣ ପଣ୍ଡା, ଡୁମୁରିଆ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ତ୍ରିନାଥ ନାୟକ, ସଦସ୍ୟ ଉମାକାନ୍ତ ମହାନ୍ତ, ପ୍ରଫୁଲ୍ଲ ପଲେଇ, ସନତ କୁମାର ପଲେଇ,ଏସଏଚଜି ପ୍ରତିନିଧି ଅଞ୍ଜନା ସେଠୀ, ମହିଳା ସ୍ୱାସ୍ଥ୍ୟ କର୍ମୀ, ଭାରତୀ ନାଏକ ପ୍ରମୁଖ ବୈଠକରେ ଉପସ୍ଥିତ ଥିଲେ। ଡାକ୍ତରଖାନାର ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟ ,ବ୍ୟୟ ଓ ଆଗାମୀ ପଦକ୍ଷେପ ସମ୍ପର୍କରେ ଆଲୋଚନା କରାଯାଇଥିଲା।
Comments are closed.