www.samajalive.in
Wednesday, December 10, 2025
17.1 C
Bhubaneswar

ମା ବିରଜାଙ୍କ ରଥଯାତ୍ରା ଆରମ୍ଭ

ଯାଜପୁର: ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କ ରଥଯାତ୍ରା ଆରମ୍ଭ ହୋଇଛି । ମା’ ବିରଜାଙ୍କର ନବଦିବସୀୟ ରଥଯାତ୍ରା ପାଇଁ ଉତ୍ସବ ମୁଖର ସମଗ୍ର ଅଞ୍ଚଳ । ପାରମ୍ପରିକ ଋତି ନିତି ଅନୁଯାୟୀ ରଥ ପୂଜା ଆରମ୍ଭ ହେବା ପରେ ରଥପ୍ରତିଷ୍ଠା କରାଯାଇଥିଲା । ଏହାପରେ ମାଙ୍କ ଚଳନ୍ତି ପ୍ରତିମାଙ୍କୁ ରଥାରୁଢ଼ କରାଯାଇ ରଥା ଟଣା ଯାଇଥିଲା । ଆସନ୍ତାକାଲି ଠାରୁ ୮ଦିନ ଯାଏ ପ୍ରତ୍ୟେହ ସଂଧ୍ୟାରେ ରଥ ମନ୍ଦୀରର ବେଢ଼ା ପରିକ୍ରମା କରିବ । ବିଶ୍ୱାସ ରହିଛି ଏହି ନଅଦିନ ଧରି ଚାଲିଥିବା ପୂଜା ସମୟରେ ମାଙ୍କ ମୁଖ ଦର୍ଶନ କଲେ କୋଟି ଜନ୍ମର ପୂଣ୍ୟ ମିଳିଥାଏ । ରଥରେ ମାଙ୍କୁ ଦର୍ଶନ କରିବା ପାଇଁ ଶ୍ରଦ୍ଦାଳୁଙ୍କ ଭିଡ ଜମିଛି । ଏହି ରଥ ଟଣା ଦେଖିବା ପାଇଁ ବହୁ ଶ୍ରଦ୍ଧାଳୁଙ୍କ ଭିଡ ଦେଖିବାକୁ ମିଳିଥିଲା । ପ୍ରବଳ ଶ୍ରଦ୍ଧାଳୁଙ୍କ ଭିଡକୁ ଲକ୍ଷ୍ୟ ରଖି ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଥିଲା । ମା ବିରାଜାଙ୍କ ଶାରଦୀୟ ଉତ୍ସବ କୁ ଶାନ୍ତି ଶୃଙ୍ଖଳା ରେ ସାରିବାକୁ ମନ୍ଦିର ପ୍ରଶାସନ ପ୍ରସ୍ତୁତ ଥିବା କହିଛନ୍ତି ମନ୍ଦିର ଟ୍ରଷ୍ଟି ତଥା ଉପଜିଲ୍ଲାପାଳ ନାରାୟଣ ଚନ୍ଦ୍ର ଧଳ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories