www.samajalive.in
Sunday, December 7, 2025
26.1 C
Bhubaneswar

କୁଲାଡ ମା’ ବାଗଦେବୀ ମନ୍ଦିରରୁ ଦାନ ହୁଣ୍ଡି ଲୁଟ୍‍ ଘଟଣା; ମନ୍ଦିର ପୂଜକ ସହ ଲୁଟେରା ଗିରଫ

ଭଞ୍ଜନଗର: ଐତିହାସିକ କୁଲାଡ ମା’ ବାଗଦେବୀ ମନ୍ଦିରର ଦାନ ହୁଣ୍ଡିି ଚୋରୀ ଘଟଣାରେ କୁଲାଡର ରଂଜନ କୁମାର ମହାରଣାଙ୍କ ସହ ମନ୍ଦିରର ପୂଜକ ଓଁମ୍‍ ପ୍ରକାଶ ପାଢୀଙ୍କୁ ପୁଲିସ୍‍ ଗିରଫ କରି କୋର୍ଟ ଚାଲାଣ କରିଛି। ଲୁଟ ହୋଇଥିବା ହୁଣ୍ଡିକୁ ପୁଲିସ୍‍ ରଂଜନଙ୍କ ଘରୁ ଜବତ କରିବାରେ ସକ୍ଷମ ହୋଇଛି। ଏଥିରେ ୨୪୦୧ ଟଙ୍କା ଏବଂ ୩ଟି ରୂପାର ମୁଦି ଥିଲା ବୋଲି ପୁଲିସ୍‍ ପ୍ରକାଶ କରିଛି।

ସୂଚନା ଯୋଗ୍ୟ ଯେ, ଗତ ୨୫ ତାରିଖ ଅପରାହ୍ନ ପ୍ରାୟ ଗୋଟାଏ ସମୟରେ କୁଲାଡ୍‍ ଶ୍ରୀ ଜଗନ୍ନାଥ ମନ୍ଦିର ନିକଟସ୍ଥ ମା’ ବାଗଦେବୀ ମନ୍ଦିର ଭିତରୁ ଦାନ ହୁଣ୍ଡି ଚୋରୀ ହୋଇଯାଇଥିଲା। ଏ ସଂକ୍ରାନ୍ତରେ ମନ୍ଦିର ପରିଚାଳନା କମିଟିର କର୍ମକର୍ତ୍ତା ଶିବପ୍ରସାଦ ସାହୁ ସ୍ଥାନୀୟ ଫାଣ୍ଡିରେ ଏତଲା ଦେଇଥିଲେ। ପୁଲିସ୍‍ ଏହି ଏତଲାକୁ ଭିତ୍ତିକରି ତଦନ୍ତ ପ୍ରକ୍ରିୟା ଆରମ୍ଭ କରିଥିଲେ। ଭଂଜନଗର ଥାନା ଅଧିକାରୀ ପି.କେ ସାହୁଙ୍କ ସହ ଅନ୍ୟ ପୁଲିସ୍‍ କର୍ମଚାରୀ କୁଲାଡରେ ପହଞ୍ଚି ଚୋରୀ ଘଟଣାର ତଦନ୍ତ ଚଳାଇ ଲୁଟେରା ରଂଜନ ମହାରଣା ଘରୁ ଉକ୍ତ ଦାନ ହୁଣ୍ଡିକୁ ଜବତ କରିବାରେ ସକ୍ଷମ ହୋଇଥିଲେ। ଭକ୍ତମାଦେ ଦାନ କରିଥିବା ଅର୍ଥକୁ ରଂଜନ ମନ୍ଦିର ଭିତରୁ ହୁଣ୍ଡିସହ ଉଠାଇ ନେଇ ତାର ମାଆରେ ହାତରେ ପ୍ରଦାନ କରିଥିଲା।। ଏହି ସମୟରେ ଶ୍ରୀ ସାହୁଙ୍କ ଅଭିଯୋଗ କ୍ରମେ କୁଲାଡ ଫାଣ୍ଡିର ପୁଲିସ୍‍ କର୍ମଚାରୀ ଦୀନବନ୍ଧୁ ସ୍ୱାଇଁ ଓ ତାଙ୍କର ଟିମ୍‍ ସିଧାସଳଖ ରଂଜନର ଘରେ ପହଞ୍ଚି ମନ୍ଦିରରୁ ଲୁଟ୍‍ ହୋଇଥିବା ଦାନ ହୁଣ୍ଡିକୁ ଜବତ କରିବାରେ ସକ୍ଷମ ହୋଇଥିଲେ। ଏହି ଲୁଟ୍‍ ଘଟଣାରେ ପୁଳିସ୍‍ ଅଧିକ ତଦନ୍ତ ଚଳାଇ ମନ୍ଦିର ପୂଜକ ଓଁ ପ୍ରକାଶ ପାଢୀଙ୍କ ହାତ ଥିବାର ଜାଣିପାରି ତାଙ୍କୁ ଗିରଫ କରିଥିଲେ।

- Advertisement -

ସୂଚନା ଯୋଗ୍ୟ ଯେ, ସ୍ପଷ୍ଟ ଦିବା ଲୋକରେ ମନ୍ଦିରରୁ ଦାନ ହୁଣ୍ଡି ଲୁଟ୍‍ ଘଟଣା କୁଲାଡ ଗ୍ରମାବାସୀଙ୍କ ବିସ୍ମୟ କରି ପକାଇଥିବା ବେଳେ ଏଥିରେ ପୂଜକ ଓଁ ପ୍ରକାଶ ପାଢୀଙ୍କ ସଂପୃକ୍ତି ଥିବା କଥା ଗ୍ରାମବାସୀଙ୍କ ସନ୍ଦେହ ସୃଷ୍ଟି ହୋଇଥିଲା। ଏହି ଲୁଟ୍‍ ଘଟଣାରେ ପୁଲିସ୍‍ ଉଭୟଙ୍କୁ ଗିରଫ କରି ଭଂଜନଗର କୋର୍ଟ ଚାଲାଣ କରିଛି।

Hot this week

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

Related Articles

Popular Categories