www.samajalive.in
Monday, December 15, 2025
24.1 C
Bhubaneswar

କଂସ ମହାରାଜାଙ୍କ ମଥୁରା ଭ୍ରମଣ

ସମ୍ବଲପୁର: ଧନୁଯାତ୍ରାର ତୃତୀୟ ଦିବସ ଶୁକ୍ରବାର ଦିନ ମହାରାଜା କଂସ ମଥୁରା ନଗର ଭ୍ରମଣ କରିବା ସମୟରେ ପ୍ରଜାବାସୀଙ୍କ ମଧ୍ୟରେ ଆନନ୍ଦ ଉଲ୍ଲାସ ଦେଖାଦେଇଛି। ବିଭିନ୍ନ ଛକରେ ମହାରାଜା କଂସ ଓ ମନ୍ତ୍ରୀ ପାରିଷଦଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଦିନ ୧୦ ଟାରୁ ନିଜ ଦରବାରରୁ ମହାରାଜା କଂସ ନିଜର ମନ୍ତ୍ରୀ ପରିଷଦ ଓ ଗୁପ୍ତଚର ସହ ବାହାରି ନେଲସନ ମଣ୍ଡେଲା, ଜେଲଖାନା ଛକ ଦେଇ ଧନୁପାଲି, ମହାବୀରପଡା, ଗୋବିନ୍ଦତୋଳା ପ୍ରଭୁତି ଅଞ୍ଚଳ ବୁଲି ରାଜ ଉଆଁସକୁ ଫେରିଥିଲେ। ଏହି ସମୟରେ ମହାରାଜା କଂସ ଲୋକଙ୍କ ଦୁଃଖ ସୁଖ ପଚାରି ବୁଝି ଏକ ସାଂସ୍କୃତିକ ଓ ସଂହତି ପୂର୍ଣ୍ଣ ପରିବେଶ ସୃଷ୍ଟି କରିବାକୁ ଆହ୍ୱାନ ଦେଇଥିଲେ। ମହାରାଜା କଂସଙ୍କ ମଥୁରା ରାଜ୍ୟ ଭ୍ରମଣ ସମୟରେ ଏଭଳି ଜନ କଲ୍ୟାଣ ମୂଳକ ସଚେତନତା ନେଇ ମଥୁରା ନାଗରୀରେ ଉଲ୍ଲାସ ଖେଳି ଯାଇଥିଲା। ଗୋବିନ୍ଦତୋଳା ଦୁର୍ଗା ପୂଜା କମିଟି ସହିତ ବିଭିନ୍ନ ଅଞ୍ଚଳରେ ମହାରାଜା କଂସଙ୍କ ସହିତ ସମସ୍ତ ମନ୍ତ୍ରୀ ପରିଷଦଙ୍କୁ ସମର୍ଦ୍ଧିତ କରାଯାଇଥିଲା। ଏହି ଅବସରରେ ମହାରାଜା କଂସ ଗୋବିନ୍ଦତୋଳାରେ ସ୍ଥାୟୀ ଦୁର୍ଗାମଣ୍ଡପ ନିର୍ମାଣ ପାଇଁ ଜିଲା ପ୍ରଶାସନଙ୍କୁ ପରାମର୍ଶ ଦେଇଥିଲେ।

Hot this week

କେନ୍ଦ୍ରାପଡାରେ ଶୀତଳ ଭଣ୍ଡାର ଲୋକାର୍ପଣ

ସମାଜ ଡିଜିଟାଲ ଡେସ୍କ: କେନ୍ଦ୍ରାପଡା ଜମଧର ଠାରେ ନିର୍ମିତ ଶୀତଳଭଣ୍ଡାରକୁ ଲୋକାର୍ପଣ...

ମୋଦୀଙ୍କୁ କଂଗ୍ରେସର ଅପଶବ୍ଦ : କ୍ଷମା ଦାବି କଲେ ନଡ୍ଡା

ସମାଜ ଲାଇଭ ଡ଼େସ୍କ : ଗତକାଲି ଦିଲ୍ଲୀରେ ଏସାଇଆର ବିରୋଧରେ କଂଗ୍ରେସ...

ମାଲକାନଗିରିରେ ସ୍ଵାଭାବିକ ହେଲା ଇଣ୍ଟରନେଟ୍

ମାଲକାନଗିରି: ମାଲକାନଗିରିରେ ହିଂସାର ୮ ଦିନ ପରେ ସ୍ଵାଭାବିକ ହେଲା...

ବୈଜୟନ୍ତ ପଣ୍ଡାଙ୍କୁ ଆସାମ ନିର୍ବାଚନ ଦାୟିତ୍ଵ

ସମାଜ ଲାଇଭ ଡ଼େସ୍କ : କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ପୁଣି...

କେନାଲ ଖୋଳକୁ ନେଇ ଉତ୍ତେଜନା: ପୁଲିସ ସହ ଧସ୍ତାଧସ୍ତି

ବ୍ରହ୍ମଗିରି: ବ୍ରହ୍ମଗିରି ହରିଦାସ ଗାଁରେ କେନାଲ ଖୋଳାକୁ ନେଇ ପ୍ରବଳ ଉତ୍ତେଜନା...

Related Articles

Popular Categories