www.samajalive.in
Sunday, December 14, 2025
17.1 C
Bhubaneswar

ପାହଡରୁ ଯୁବକଙ୍କ ମୃତ ଦେହ ଉଦ୍ଧାର, ଘରେ ବିବାହିତା ମହିଳାଙ୍କ ଆତ୍ମହତ୍ୟା

ରାୟଗଡ଼଼ା : ଶେଷଖାଲ ଥାନା ଅନ୍ତର୍ଗତ ବାଇସିଂ ପଞ୍ଚାୟତର ଧୂମାଗଡ଼଼ ଗାଁ ନିକଟସ୍ଥ ଏକ ପାହଡରୁ ଯୁବକଙ୍କ ମୃତ ଦେହ ମିଳିବାର ୧୨ ଘଣ୍ଟା ମଧ୍ୟରେ ଘରେ ଜଣେ ବିବାହିତ ମହିଳାଙ୍କ ଆତ୍ମହତ୍ୟା ଘଟଣା ରାୟଗଡ଼଼ାରେ ଚର୍ଚ୍ଚାର ବିଷୟ ହୋଇଛି। ଆଜି ରାୟଗଡ଼଼ା ଭି.କେ.ଫଙ୍କସନାଲ ହଲ ନିକଟରେ ରହୁଥିବା ଅଟୋ ଚାଳକ ଭଜନ ନାୟକଙ୍କ ପତ୍ନୀ ନଳିନୀ ନାଗ(୨୫) ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ଘରେ କେହି ନଥିବାରୁ ସୁଯୋଗ ନେଇ ସେ ବାଥ ରୁମରେ ଆତ୍ମହତ୍ୟା କରିଥିବା ତାଙ୍କା ସ୍ୱାମୀ ଭଜନ କହିଛନ୍ତି। ତେବେ ସେ କାହିଁକି ଆତ୍ମହତ୍ୟା କଲେ ତାହାର କାରଣ ଜଣାପଡ଼ିନି।

ମିଳିଥିବା ସୂଚନା ଅନୁସାରେ ରାୟଗଡ଼଼ା ଭି.କେ.ଫଙ୍କସନାଲ ନିକଟରେ ଥିବା ଏକ ହୋଟେଲରେ କାମ କରୁଥିଲେ କାଶୀପୁରର ବ୍ଲକ ରେଙ୍ଗା ପଞ୍ଚାୟତର ପଟାମୁଣ୍ଡା ଗାଁର ପବିତ୍ର ନାୟକ। ଆଜି ତାଙ୍କର ମୃତ ଦେହ ଧୂମାଗଡ଼଼ ଗାଁ ନିକଟସ୍ଥ ଏକ ପାହଡରୁ ମିଳିଥିଲା। ପବିତ୍ରଙ୍କ ମୃତ୍ୟୁ ଖବର ପାଇ ଅଟୋ ଚାଳକ ଭଜନ ସେଠାକୁ ଯାଇଥିଲେ। ଆଉ ପବିତ୍ରର ମୃତ ଦେହ ବ୍ୟବଛେଦ ପାଇଁ ରାୟଗଡ଼଼ା ଜିଲା ମୁଖ୍ୟ ଚିକିତ୍ସାଳୟକୁ ମଧ୍ୟ ଯାଇଥିଲେ। ଏହି ସମୟରେ ତାଙ୍କ ସ୍ତ୍ରୀଙ୍କ ଚାଲିଚଳନ ପଡୋଶୀ ଲୋକଙ୍କୁ ସନ୍ଦେହ ହୋଇଥିଲା।

- Advertisement -

ପଡୋଶୀଙ୍କ ଠାରୁ ଖବର ପାଇବା ପରେ ଭଜନ ନିଜର ଜଣେ ସାଙ୍ଗକୁ ଘରକୁ ପଠାଇଥିଲେ। ତାଙ୍କ ସ୍ତ୍ରୀ ସମ୍ପର୍କରେ ଜାଣିବା ପାଇଁ। ହେଲେ ଘର ଖୋଲା ଥିବା ବେଳେ ବାଥ୍‌‌ ରୁମ ଭିତର ପଟୁ ବନ୍ଦ ଥିବାରୁ ସେ କୌଣସି ସୂଚନା ଭଜନଙ୍କୁ ଦେଇପାରିନଥିଲେ। ତାପରେ ଘଟଣାସ୍ଥଳରେ ଆସି ଦେଖିଲା ବେଳକୁ ନଳିନୀ ଗାଧୁଆ ଘରେ ଆତ୍ମହତ୍ୟା କରିଥିବା ଦେଖିବାକୁ ପାଇଥିଲେ। ଏ ନେଇ ରାୟଗଡ଼଼ା ପୁଲିସକୁ ସେ ସୂଚନା ଦେବା ପରେ ପୁଲିସ ଆସି ତଦନ୍ତ ଆରମ୍ଭ କରିଛି। ରାତି ହୋଇଯାଇଥିବାରୁ ମୃତଦେହ ଆସନ୍ତାକାଲି ବାହାର କରାଯିବ।

ସକାଳେ ଘଟିଥିବା ପବିତ୍ର ନାୟକ ମୃତ୍ୟୁ ଘଟଣା ସହ ନଳିନୀ ନାଗ ଆତ୍ମହତ୍ୟା ଘଟଣାର ଲିଙ୍କ ଥିବା ପୁଲିସ ସନ୍ଦେହ କରୁଛି। ରାୟଗଡ଼଼ା ପୁଲିସ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ କାର୍ଯ୍ୟକ୍ରମ ପାଇଁ ବ୍ୟସ୍ତ ଥିବାରୁ ଆସନ୍ତାକାଲି ମୃତ ଦେହ ଉଦ୍ଧାର କରାଯାଇ ତଦନ୍ତ କରାଯିବ ବୋଲି ଜଣାପଡ଼ିଛି।

Hot this week

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

Related Articles

Popular Categories