ମ.ରାମପୁର : କଳାହାଣ୍ଡି ଜିଲ୍ଲା ମ.ରାମପୁର ନିକଟସ୍ଥ ପାଜିବାହାଲି ଛକରେ ଗଜବାହାଲ ଗାଁରୁ ମ.ରାମପୁର ଆସୁଥିବା ସମୟରେ ବାଇକ୍ ଚାଳକ ଉପରେ ଏକ ଗଛ ପଡିଯିବାରୁ ଗୁରୁତର ଆହତ ହୋଇଛନ୍ତି। ଗୁରୁତର ଜଣକ ହେଲେ ଗଜବାହାଲ ଗାଁର କେଶବ ସାହୁ। ସେ ଶିକ୍ଷକ ଥିବା ଜଣାପଡିଛି। ଦୀର୍ଘ ସମୟଧରି ଗଛ ତଳେ ଚାପି ହୋଇ ରହିଯାଇଥିଲେ। ପରେ ସ୍ଥାନୀୟ ଲୋକଙ୍କ ଠାରୁ ଖବର ପାଇ ଦମକଳ ବାହିନୀ ଘଟଣାସ୍ଥଳରେ ପହଂଚି ଦୁଇ ଘଣ୍ଟାର ପରିଶ୍ରମ ପରେ ତାଙ୍କୁ ଉଦ୍ଧାର କରି ମ.ରାମପୁର ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ଖବର ଲେଖା ଯିବା ପର୍ୟ୍ୟନ୍ତ ତାଙ୍କ ସ୍ଵାସ୍ଥ୍ୟବସ୍ଥା ସ୍ଥିର ଥିବା ଜଣାପଡିଛି।
Popular Categories



