www.samajalive.in
Sunday, December 14, 2025
17.1 C
Bhubaneswar

ଉନ୍ମତ୍ତ ପ୍ରେମିକଙ୍କ ଫାଶୀଦଣ୍ଡ ଦାବି କଲେ ଯୁବତୀ

ଭୋପାଳ : ମଧ୍ୟପ୍ରଦେଶର ଭୋପାଳଠାରେ ଉନ୍ମତ୍ତ ଯୁବକଙ୍କ କବଳରୁ କୌଶଳକରି ଖସିଆସିବାରେ ସକ୍ଷମ ହୋଇଥିବା ଜଣେ ଇଞ୍ଜିନିୟରିଂ ଡିଗ୍ରୀଧାରୀ ମଡେଲ୍‍ ଶନିବାର ନିଜର ସ୍ୱର ବଦଳାଇଛନ୍ତି। ତାଙ୍କୁ ଅପହରଣ କରି ଦୀର୍ଘ ୧୨ ଘଣ୍ଟା ପର୍ଯ୍ୟନ୍ତ ବନ୍ଧକ ରଖିଥିବା ରୋହିତ ସିଂହ ନାମକ ଉକ୍ତ ଯୁବକକୁ ଫାଶୀ ଦେବାକୁ ସେ ଦାବି ଉଠାଇଛନ୍ତି। ବନ୍ଧକ ଥିବା ସମୟର କଥା ମନେପକାଇ ମଡେଲ ଜଣକ କହିଛନ୍ତି, ଉକ୍ତ ୧୨ ଘଣ୍ଟା ତାଙ୍କ ପାଇଁ ଅତି ଭୟଙ୍କର ଥିଲା। ରୋହିତ ତାଙ୍କୁ ଯେକୌଣସି ମୁହୂର୍ତ୍ତରେ ହତ୍ୟା କରିବାର ଆଶଙ୍କା ରହିଥିଲା। ମାତ୍ର ଜୀବନ ରକ୍ଷା ଲାଗି ତାକୁ ବିବାହ କରିବାକୁ ମିଛ ଆଶ୍ୱାସନା ଦେବାକୁ ସେ ବାଧ୍ୟ ହୋଇଥିଲେ। ଉତ୍ତର ପ୍ରଦେଶର ଆଲିଗଡ଼ ନିବାସୀ ରୋହିତ ମୁମ୍ବଇରେ ଜଣେ ସହଯୋଗୀ କାଷ୍ଟିଂ ନିର୍ଦେଶକ ଭାବେ କାର୍ଯ୍ୟ କରେ। ଫେସ୍‍ବୁକ୍‍ରେ ମିଥ୍ୟା ଆକାଉଣ୍ଟ ଖୋଲି ସେ ଏହି ମଡେଲ୍‍ଙ୍କ ସହିତ ବନ୍ଧୁତ୍ୱ ସ୍ଥାପନ କରିଥିଲା। ଶୁକ୍ରବାର ସେ ମଡେଲଙ୍କ ଶୟନ କକ୍ଷରେ ପଶି ତାଙ୍କୁ ବନ୍ଧକ କରିରଖିଥିଲା। ପୁଲିସ ମଡେଲ୍‍ଙ୍କୁ ଉଦ୍ଧାର ଲାଗି ପ୍ରୟାସ କରିଥିଲେ ମଧ୍ୟ ରୋହିତ ନିକଟରେ ଅସ୍ତ୍ର ଥିବାରୁ ତାହା ସମ୍ଭବ ହୋଇ ନ ଥିଲା। ଶେଷରେ ବିବାହ ଆଶ୍ୱାସନା ଦେଇ ସେ ରୋହିତ୍‍ କବଳରୁ ମୁକ୍ତ ହୋଇଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories