www.samajalive.in
Monday, December 15, 2025
15.1 C
Bhubaneswar

ପିଲା ଚୋରି ସନ୍ଦେହରେ ଜଣଙ୍କୁ ହତ୍ୟା

ପାଟନା : ବିହାରର ଅଉରାଦ ତାଲୁକା ଅନ୍ତର୍ଗତ ମୁର୍କିଠାରେ ପିଲାଚୋରି ସନ୍ଦେହରେ ଜଣେ ବ୍ୟକ୍ତିଙ୍କୁ ପିଟି ପିଟି ହତ୍ୟା କରାଯାଇଛି। ଏହି ଘଟଣାରେ ଅନ୍ୟ ଦୁଇ ଜଣ ଆହତ ହୋଇଛନ୍ତି। ଶୁକ୍ରବାର ମହମ୍ମଦ ଆଜମ, ତଲା ଇସ୍‍ମାଇଲ୍‍ ଏବଂ ମହମ୍ମଦ ସଲମାନ ନାମକ ହାଇଦ୍ରାବାଦର ତିନି ଜଣ ବ୍ୟକ୍ତି ସେମାନଙ୍କ ବନ୍ଧୁ ମହମ୍ମଦ ବସିରଙ୍କ ସହିତ ଅଉରାଦ ତାଲୁକାକୁ ଆସିଥିଲେ। ହାଇଦ୍ରାବାଦ ସ୍ଥିତ ଏକ କମ୍ପାନୀରେ କାର୍ଯ୍ୟ କରୁଥିବା ବସିର ତାଙ୍କ ଏହି ତିନି ସହଯୋଗୀଙ୍କୁ ନିଜ ଗ୍ରାମରକୁ ଆମନ୍ତ୍ରଣ କରିଥିଲେ। ହାଣ୍ଡିକେରା ବୁଲିବାକୁ ଯିବା ବାଟରେ ସେମାନେ ବାଳକୁଟ ତାଣ୍ଡା ନିକଟରେ ଅଟକିଥିଲେ। ଇସ୍‍ମାଇଲ ଦୁବାଇରୁ ଆଣିଥିବା ଚକୋଲେଟ୍‍ ସେଠାରେ ଉପସ୍ଥିତ କିଛି ସ୍କୁଲ ପିଲାଙ୍କୁ ଦେଇଥିଲେ। ଏହା ଦେଖି ସ୍ଥାନୀୟ ଲୋକେ ସେମାନଙ୍କୁ ପିଲା ଚୋର ଭାବି ନିସ୍ତୁକ ପିଟିଥିଲେ। ବସିର, ଇସ୍‍ମାଇଲ ଓ ସଲମାନ କାର୍‍ ଯୋଗେ ଖସି ପଳାଇ ଆସିବାରେ ସକ୍ଷମ ହୋଇଥିବା ବେଳେ ଗ୍ରାମବାସୀଙ୍କ ମାଡ଼ରେ ଆଜମଙ୍କ ମୃତ୍ୟୁ ଘଟିଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories