ନୂଆଦିଲ୍ଲୀ : ମୁସଲମାନ ମହିଳାଙ୍କୁ ନ୍ୟାୟ ପ୍ରଦାନ ଉଦ୍ଦେଶ୍ୟରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଆଗତ ତିନି ତଲାକ୍ ବିଲ୍ ସଂସଦରେ ପାରିତ ହେବାରେ ସହଯୋଗ କରୁ ନ ଥିବାରୁ କଂଗ୍ରେସ ସମେତ ସମସ୍ତ ବିରୋଧୀ ଦଳଗୁଡିକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ତୀବ୍ର ସମାଲୋଚନା କରିଛନ୍ତି। କଂଗ୍ରେସ ମୁସଲମାନଙ୍କ ଦଳ ବୋଲି ଏକଦା ରାହୁଲ ଦେଇଥିବା ମନ୍ତବ୍ୟକୁ ନେଇ ତାଙ୍କୁ ମୋଦୀ କଡ଼ା ସମାଲୋଚନା କରିଛନ୍ତି। ରାହୁଲଙ୍କ ମନ୍ତବ୍ୟକୁ ନେଇ ସେ ଆଶ୍ଚର୍ଯ୍ୟାନ୍ୱିତ ନୁହନ୍ତି; କିନ୍ତୁ କଂଗ୍ରେସ ମୁସଲମାନ ମହିଳାଙ୍କ ଦଳ କି ନାହିଁ? ଏହି ସମ୍ପ୍ରଦାୟର ମହିଳାଙ୍କ ମର୍ଯ୍ୟାଦା, ସମ୍ମାନ ଓ ଅଧିକାରକୁ କଂଗ୍ରେସ ଗୁରୁତ୍ୱ ଦେଉଛି କି ବୋଲି ମୋଦୀ ପ୍ରଶ୍ନ କରିଛନ୍ତି। ୩୪୦ କିଲୋମିଟର ପରିବ୍ୟାପ୍ତ ପୂର୍ବାଞ୍ଚଳ ଏକ୍ସପ୍ରେସ୍ ସଡ଼କପଥର ଉଦ୍ଘାଟନ କରିବା ଅବସରରେ ଉଦ୍ବୋଧନ ଦେଇ ମୋଦୀ ଏହା କହିଛନ୍ତି।
Popular Categories



