www.samajalive.in
Sunday, December 7, 2025
23.1 C
Bhubaneswar

ଆସିଲା ହିରୋର ‘ଡେଷ୍ଟିନି-୧୨୫’

ନୂଆଦିଲ୍ଲୀ : ଭାରତୀୟ ଅଟୋମୋବାଇଲ କମ୍ପାନୀ ‘ହିରୋ’ ନିଜର ପ୍ରଥମ ୧୨୫ସିସି ନୂତନ ମଡେଲ ସ୍କୁଟରର ଭାରତୀୟ ବଜାରରେ ପ୍ରବେଶ କରାଇଛି। ଏହି ନୂତନ ମଡେଲ ସ୍କୁଟରର ଦୁଇ ୱାରିଏଣ୍ଟ ରହିଛି। ଏହାର ନାମ ‘ଡେଷ୍ଟିନି ୧୨୫ ଏଲଏକ୍ସ’ ଓ ‘ଡେଷ୍ଟିନି ୧୨୫ଭିଏକ୍ସ’ ରହିଛି। ସ୍କୁଟରକୁ ଆକର୍ଷଣୀୟ କରିବାପାଇଁ କମ୍ପାନୀ ଏହାର ଷ୍ଟାଇଲ ଉପରେ ଅଧିକ ଧ୍ୟାନ ଦେଇଥିବା ଦେଖିବାକୁ ମିଳିଛି। ଏହି ସ୍କୁଟରରେ ସମ୍ମୁଖ ଚକରେ ଡିସ୍‍ ବ୍ରେକ୍‍, ଇଣ୍ଟିଗ୍ରେଟେଡ ବ୍ରେକିଂ ସିଷ୍ଟମ, ସାଇଡ ଷ୍ଟାଣ୍ଡ ଇଣ୍ଡିକେଟର, ସର୍ଭିସ୍‍ ରିମାଇଣ୍ଡର, ପାସ ସ୍ୱିଚ ଓ ଏକଷ୍ଟ୍ରନାଲ ଫୁଏଲ ଫିଲିଂ ଭଳି ଅନେକ ସୁବିଧା ରହିଛି। ଗତ କିଛି ବର୍ଷ ହେବ ୧୨୫ସିସି ଇଞ୍ଜିନ ବିଶିଷ୍ଟ ସ୍କୁଟର ବଜାରରେ ଭଲ ବ୍ୟବସାୟ କରିଥିବା ଦେଖିବାକୁ ମିଳିଥିଲା। ଯାହାକୁ ନଜର ରଖି ହିରୋ ଏହାର ବଜାର ପ୍ରବେଶ କରିଥିବା ବିଶେଷଜ୍ଞ ମାନେ କହିଛନ୍ତି। ଏହି ସ୍କୁଟରରେ ଏକକ ସିଲିଣ୍ଡର ସହ ୧୨୫ ସିସି ଇଞ୍ଜିନ ରହିଛି। ଡେଷ୍ଟିନି ୧୨୫ ଏଲଏକ୍ସର ମୂଲ୍ୟ ୫୪,୬୫୦ ଟଙ୍କା ରହିଥିବାବେଳେ, ଡେଷ୍ଟିନି ୧୨୫ଭିଏକ୍ସର ମୂଲ୍ୟ ୫୭,୫୦୦ ଟଙ୍କା ରହିଛି। ବଜାରରେ ବହୁ ଅଗ୍ରଣୀ କମ୍ପାନୀ ସ୍କୁଟର ସହ ପ୍ରତିଯୋଗୀତା କରିବା ସହ ଭଲ ବ୍ୟବସାୟ କରିବ ବୋଲି କମ୍ପାନୀ ଆଶା ରଖିଛି।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories