ଛିଡା ହୋଇଥିବା ଲୋକ ଶବ ପାଲଟି ଖସିପଡୁଥିଲେ , ଲୁଧିଆନାରେ ଗ୍ୟାସ ଲିକ୍‌ରେ ୧୧ ମୃତକଙ୍କ ଏପରି ହୋଇଥିଲା …

ଲୁଧିଆନା- ଲୁଧିଆନାରେ ଗ୍ୟାସ୍‌ ଲିକ୍‌ର ପ୍ରଥମ ୧୦ ମିନିଟ୍‌ ଭୟାନକ ଥିଲା । ଛିଡା ହୋଇଥିବା ଲୋକ ଶବ ପାଲଟି ତଳେ ପଡିଯାଉଥିଲେ । ସୋମାନଙ୍କୁ ସାହାଯ୍ୟ କରିବାକୁ ଯାଇଥିବା ଲୋକ ମଧ୍ୟ ଶବ ପାଲଟିଯାଇଥିଲା । ଲୁଧିଆନାରେ ବିଷାକନ୍ତ ଗ୍ୟାସ ଲିକ୍‌ରେ ୧୧ ଜଣଙ୍କର ମୃତ୍ୟୁ ହୋଇଛି ।

ସହରର ଗିୟାସପୁରା ଅଞ୍ଚଳର ସୁଆରୋଡ୍‌ ଅଞ୍ଚଳରେ ଏହି ଘଟଣା ଘଟିଥିଲା । ଏହି ସ୍ଥାନରେ ଅନେକ କଳକାରଖାନା ରହିଛି । ଏହା ସହ ଅନେକ ପ୍ରବାସୀ ଶ୍ରମିକଙ୍କ ବସ୍ତି ରହିଛି । ବିଭିନ୍ନ ସମୟରେ ଏହି ଶିଳ୍ପାଞ୍ଚଳରେ ବିଭିନ୍ନ ଗ୍ୟାସର ଦୁର୍ଗନ୍ଧ ଆସିଥାଏ ।

ଏହି ଖବର ମିଳିବା ପରେ ସ୍ଥାନୀୟ ଲୋକଙ୍କ ସହାୟତାରେ ପୁଲିସ ଏବଂ ଅଗ୍ନିଶମ ବାହିନୀର ଜବାନ ମୃତକମାନଙ୍କୁ ଉଦ୍ଧାର କରି ଡାକ୍ତରଖାନାନେଇଥିଲେ । କେଉଁ ଗ୍ୟାସ ପ୍ରଭାବରେ ଏମାନଙ୍କର ମୃତ୍ୟୁ ହୋଇଛି ତାହାର ତଦନ୍ତ ହେଉଛି । ମୃତକମାନଙ୍କର ଶରୀର ନୀଳ ପଡିଯାଇଥିବା ଦେଖା ଦେଇଛି । ବିଭିନ୍ନ ସମୟରେ ରାସାୟନିକ ନଳାରେ ମିଶି କ୍ଷତିକାରକ ଗ୍ୟାସ ବାହାରୁଥିବା ଅଭିଯୋଗ ହୋଇଛି ।

Comments are closed.