ପାଟଣା : ପାଟଣା ବ୍ଲକ ଅନ୍ତର୍ଗତ ଖିରେଇଟାଙ୍ଗିରୀ ପଞ୍ଚାୟତ ଡାବରଚୁଆ ଗ୍ରାମରେ ଖିରେଇଟାଙ୍ଗିରୀର ଜୟ ଶ୍ରୀରାମ ଇଣ୍ଡେନ ଗ୍ରାମୀଣ ବିତରକ ପକ୍ଷରୁ ଏଲପିଜି ପଞ୍ଚାୟତ କାର୍ୟ୍ୟକ୍ରମ ଗୁରୁବାର ଅନୁଷ୍ଠିତ ହୋଇଛି। ସ୍ବଚ୍ଛ ଇନ୍ଧନ, ସୁଖୀ ଜୀବନ, ମହିଳାଙ୍କୁ ମିଳିଲା ସମ୍ମାନ ସମ୍ପର୍କରେ ଗ୍ରାମର ମହିଳାମାନଙ୍କୁ ଅବଗତ କରାଯିବା ସହ ଇନ୍ଧନକୁ ସଂରକ୍ଷିତ କରିବା, ସୁରକ୍ଷିତ ଭବିଷ୍ୟତ ସମ୍ପର୍କରେ ଶିବିରାର୍ଥୀମାନଙ୍କୁ ଅବଗତ କରାଯାଇଥିଲା। ଜୟ ଶ୍ରୀରାମ ଇଣ୍ଡେନ ପକ୍ଷରୁ ରାଧାକାନ୍ତ ମହାନ୍ତଙ୍କ ଉପସ୍ଥିତିରେ ଉଜ୍ବଳା ଏସଡିପି ସଞ୍ଜୟ ଦାଶ, ଉଜ୍ବଳା ଦିଦି ଉର୍ମିଳା ପାତ୍ର ଓ ଆଶାକର୍ମୀ ଜୟନ୍ତୀ ନାଏକଙ୍କ ଦ୍ଵାରା ଏଲପିଜି କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ଏଠାରେ ଉଜ୍ବଳା ଗ୍ୟାସ୍ ବ୍ୟବହାର କରୁଥିବା ୧୦୩ ଜଣ ମହିଳା ଉପସ୍ଥିତି ଥିଲେ।
Popular Categories



