www.samajalive.in
Monday, December 15, 2025
15.1 C
Bhubaneswar

ମନ୍ଦିର ଭିତରେ ପାଣି…. ଲଘୁଚାପ ବର୍ଷା ପ୍ରଭାବରୁ ବାଦ ପଡି ନାହାନ୍ତି ଠାକୁର

ଭୁବନେଶ୍ବର : ଉତ୍ତର ବଙ୍ଗୋପସାଗର ଓ ଏହାର ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ସୃଷ୍ଟି ହୋଇଥିବା ଲଘୁଚାପ ଘନୀଭୂତ ହେବା ସହିତ ଏହାର ପ୍ରଭାବରେ ରାଜ୍ୟର ଅଧିକାଂଶ ଅଞ୍ଚଳରେ କିଛି ଦିନ ହେବ ବର୍ଷା ଲାଗିରହିଛି।  ଭୁବନେଶ୍ବର, କଟକ ସମେତ ରାଜ୍ୟର ପ୍ରାୟ ଅଧିକାଂଶ ସ୍ଥାନରେ ଗତକାଲିଠାରୁ ବର୍ଷା ଜାରି ରହିଛି। ବିଭିନ୍ନ ତଳିଆ ଅଞ୍ଚଳରେ ବର୍ଷା ପାଣି ଜମି ରହି କୃତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ସlହି ବସ୍ତି ଅଞ୍ଚଳର ଲୋକେ ନାହିଁ ନ ଥିବା ସମସ୍ୟାର ସମ୍ମୁଖିନ ହେଉଛନ୍ତି।

ବିଶେଷ କରି ଭୁବନେଶ୍ବର ଓଲଡ ଟାଉନ ଅଞ୍ଚଳରେ ଅନେକ ଘରେ ପାଣି ପଶିବା ସହ ଦୋକାନ ବଜାର ଓ ମନ୍ଦିରରେ ମଧ୍ୟ ପାଣି ଜମି ରହିଛି।ବୈତାଳ ମନ୍ଦିର ପରିସରରେ ପାଣି ଜମି ରହିଛି। ଫଳରେ ମନ୍ଦିର ଭିତକୁ ପ୍ରବେଶ ନେଇ ସମସ୍ୟା ସୃଷ୍ଟି ହୋଇଛି। ସେହିପରି ମେଘେଶ୍ବର ମନ୍ଦିରରେ ପାଣି ପଶିବାରୁୁ ଠାକୁରଙ୍କ ନୀତିକାନ୍ତି ପ୍ରଭାବିତ ହୋଇଛି। ମନ୍ଦିରର ପୂଜକ ମନ୍ଦିର ଭିତରୁ ବାଲଟିରେ ପାଣି କାଢି ଠାକୁରଙ୍କ ପୂଜା କରିଛନ୍ତି।

- Advertisement -
ବୈତାଳ ମନ୍ଦିର ପରିସରରେ ପାଣି, photo : samajalive.in

ଏହା ସହ ବର୍ଷା ଯୋଗୁଁ ରାଜଧାନୀରେ ପ୍ରାଚୀନ ଐତିହ୍ୟ କିର୍ତ୍ତିରାଜି ଅସୁରକ୍ଷିତ ହୋଇ ପଡିଛି । ସାମାନ୍ୟ ଲଘୁଚାପ ଜନିତ ବର୍ଷା ଜଳ ମନ୍ଦିର ଭିତରେ ପଶୁଛି । ଦିଅଁଙ୍କୁ ବର୍ଷା ପାଣିରେ ବୁଡିବାକୁ ପଡୁଛି । ଅନ୍ୟ ପକ୍ଷରେ ମନ୍ଦିର ମାଳିନୀ ଭୁବନେଶ୍ବର କୁହାଯାଉଥିବା ସ୍ମାର୍ଟ ସିଟିର ଏଭଳି ଅବ୍ୟବସ୍ଥାର ନିଦର୍ଶନ ବିଭାଗୀୟ କାର୍ଯ୍ୟକୁ ଉପହାସ କରୁଛି । ବର୍ଷ ବର୍ଷ ଧରି ପ୍ରାଚୀନ ମନ୍ଦିର ଗୁଡିକର ସୁରକ୍ଷା ଭାର କେନ୍ଦ୍ର ପ୍ରତ୍ନତତ୍ତ୍ବ ବିଭାଗ ବହନ କରୁଥିଲେ ମଧ୍ୟ ଏଭଳି ସମସ୍ୟା ପ୍ରତି କୌଣସି ସମାଧାନ କରୁନି । ବର୍ଷା ଦିନରେ ମନ୍ଦିର ପୂଜକ ଦିଅଁଙ୍କ ସେବା କରିବାକୁ ବହୁ ଅସୁବିଧାର ସମ୍ମୁଖୀନ ହେଉଛି ।ଏପରିକି ପୂଜକଙ୍କୁ ମନ୍ଦିର ଗର୍ବଗୃହରୁ ଗରା ଓ ବାଲଟିରେ ପାଣି ପଦାକୁ କଢିବାକୁ ପଡୁଛି । ପ୍ରତି ବର୍ଷ ଏଭଳି ଚିତ୍ର ମେଘେଶ୍ବର ଓ ବୈତାଳ ମନ୍ଦିରରେ ଦେଖିବାକୁ ମିଳୁଛି। ବର୍ଷା ସମୟରେ ଶ୍ରୀ ଲିଙ୍ଗରାଜ, ଅନନ୍ତ ବାସୁଦେବ ମନ୍ଦିରରେ ମଧ୍ୟ ପାଣି ଗଳିବା ଆରମ୍ଭ କଲାଣି । ରାଜ୍ୟ ସରକାର ଏକାମ୍ର ବିକାଶ ଯୋଜନା ଆରମ୍ଭ କରିଥିବା ବେଳେ ଐତିହ୍ୟ ଗୁଡିକର ସୁରକ୍ଷା ପ୍ରାଥମିକତା ଭାବେ ଗୁରୁତ୍ବ ଦେବା ଜରୁରୀ ବୋଲି ସାଧାରଣରେ ଦାବି ହେଉଛି ।

ଆଜି କଟକ-ଭୁନେଶ୍ବରର କେତେକ ଅଞ୍ଚଳରେ ୭ରୁ ୧୧ସେମି. ବର୍ଷା ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି।

ତେବେ ରାଜ୍ୟର ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, କେନ୍ଦୁଝର, ମୟୂରଭଞ୍ଜ ଓ ଢ଼େଙ୍କାନାଳରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ରହିଛି। ଏସବୁ ଜିଲାକୁ ରେଡ଼ ଆଲର୍ଟ ଜାରି କରାଯାଇଛି। ପୁରୀ, ଖୋର୍ଦ୍ଧା, ଅନୁଗୋଳ, ଦେବଗଡ଼, ସୁନ୍ଦରଗଡ଼, ସମ୍ବଲପୁର, ସୋନପୁର, ବୌଦ୍ଧ, ବଲାଙ୍ଗୀର, କଳାହାଣ୍ଡି ଓ କନ୍ଧମାଳ ଜିଲାରେ ପ୍ରବଳ ବର୍ଷାର ସମ୍ଭାବନା ଥିବାରୁ ଏସବୁ ଜିଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories