www.samajalive.in
Sunday, December 14, 2025
26.1 C
Bhubaneswar

ଆଖଣ୍ଡଳମଣିଙ୍କ ଗର୍ଭଗୃହରେ ପସିଲା ବର୍ଷାପାଣି; ବୁଡିଲା ମଣିବାବାଙ୍କ ବିଗ୍ରହ

ଆରଡି: ଲଘୁଚାପ ପ୍ରଭାବରେ ଗତ ତିନିଦିନ ଧରି ଲଗାଣ ବର୍ଷା ପ୍ରଭାବରେ ଗତକାଲି ରାତିରେ ଆଖଣ୍ଡଳମଣି ମନ୍ଦିରର ପଶ୍ଚିମ ଦ୍ବାର ଓ ପାଦୁକ କୁଣ୍ଡ ଦେଇ ଗର୍ଭଗୃହକୁ ବର୍ଷା ପାଣି ପ୍ରବେଶ କରିବା ଫଳରେ ମଣିବାବାଙ୍କ ବିଗ୍ରହ ସମ୍ପୂର୍ଣ୍ଣ ବୁଡିଯାଇଥିଲା। ଫଳରେ ଆଜି ସକାଳେ ମଙ୍ଗଳ ଆଳତୀ ନୀତି ସମେତ ଅନ୍ୟାନ୍ୟ ନୀତିରେ ବିଳମ୍ବ ଦେଖା ଦେଇଥିଲା। ବିଶେଷକରେ ମଣିବାବାଙ୍କ ମନ୍ଦିର ପୀଠର ପରିସରଠାରୁ ତଳେ ରହିଥିବାରୁ ବର୍ଷାଦିନରେ ମନ୍ଦିର ଗର୍ଭଗୃହରେ ପାଣି ସ୍ରୋତ ପଡିଥାଏ, ଦୀର୍ଘ ୩ ବର୍ଷ ତଳେ ରାଜ୍ୟ ପ୍ରତ୍ନତତ୍ତ୍ବ ବିଭାଗ ପକ୍ଷରୁ ମରାମତି ହୋଇଥିଲେ ମଧ୍ୟ ଏବେ ପୁନରବାର ସମସ୍ୟା ଦେଖାଦେଇଛି। ଅନ୍ୟପଟେ ମଣିବାବାଙ୍କ ଶିବଗଙ୍ଗା ପୁଷ୍କରିଣୀ ବନ୍ୟା ପାଣିରେ ଉଛୁଳା ଥିବାରୁ ମନ୍ଦିର ଭିତର ପାଣି ନିଷ୍କାସନରେ ବାଧା ସୃଷ୍ଟି ହୋଇଛି।

Hot this week

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

ନିତିନ ନବୀନ ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି

ନୂଆଦିଲ୍ଲୀ: ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି ଭାବରେ ନିତିନ ନବୀନ ମନୋନୀତ...

କିସ୍‌ ଗସ୍ତ କରିବେ ଓଏସସିପିସିଆର

ସମାଜଲାଇଭ ଡେସ୍କ: କିସ୍‌ ଛାତ୍ର ମୃତ୍ୟୁ ଘଟଣାର ତଦନ୍ତ ପାଇଁ କିସ୍...

Related Articles

Popular Categories