www.samajalive.in
Monday, December 15, 2025
14.1 C
Bhubaneswar

ଗୁଳୁଗୁଳି ସାଙ୍ଗକୁ ଗରମ, ବିଦ୍ୟାଳୟରେ କମିଲା ଉପସ୍ଥାନ

ପାଟଣା : ମଙ୍ଗଳବାରଠୁ କେନ୍ଦୁଝର ଜିଲ୍ଲାର ସମସ୍ତ ବିଦ୍ୟାଳୟ ଖୋଲି ଯାଇଛି ମାତ୍ର ପ୍ରବଳ ଖରା ଓ ଗୁଳୁଗୁଳି ଯୋଗୁଁ ଛାତ୍ରଛାତ୍ରୀମାନେ ସ୍କୁଲ ଯିବାକୁ ରାଜି ହେଉନାହାନ୍ତି । ଏପରିକି କିଛି ବିଦ୍ୟାଳୟରେ ମାତ୍ର ୧୦ ରୁ ୧୫ ଜଣ ଛାତ୍ରଛାତ୍ରୀ ଆସୁଥିବା ଦେଖିବାକୁ ମିଳୁଛି । ଶିକ୍ଷକ ଶିକ୍ଷୟତ୍ରୀମାନେ କମ ପିଲା ଯୋଗୁଁ ପାଠ ପଢାଇବାକୁ ମଧ୍ୟ ଇଚ୍ଛା ପ୍ରକାଶ କରୁନାହାନ୍ତି । ଗୋଟିଏ ଗୋଟିଏ ବିଦ୍ୟାଳୟକୁ ଆଦୌ ପିଲା ଆସୁନଥିବା ଦେଖାଯାଇଛି । ଶିକ୍ଷକ ଶିକ୍ଷୟିତ୍ରୀମାନେ ବସି ବସି ଘରକୁ ଚାଲି ଯାଉଛନ୍ତି । ଯେଉଠି ଅଳ୍ପ ପିଲା ଆସୁଛନ୍ତି ସେଠାରେ ଖାଇବାକୁ ଦେଇସାରି ବିଦ୍ୟାଳୟ ଛୁଟି କରିବାକୁ ଶିକ୍ଷକମାନେ ବାଧ୍ୟ ହେଉଛନ୍ତି । କିଛି ଜିଲ୍ଲାରେ ୨୮ ତାରିଖ ପର୍ଯ୍ୟନ୍ତ ବିଦ୍ୟାଳୟ ଛୁଟି ଥିବାରୁ ଏହା ସବୁ ଜିଲ୍ଲା ପାଇଁ ଲାଗୁ କରାଯାଉ ବୋଲି ଅଭିଭାବକ ମାନେ ଦାବି କରୁଛନ୍ତି ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories