www.samajalive.in
Tuesday, December 9, 2025
16.1 C
Bhubaneswar

ଲକ୍ଷାଧିକ ଟଙ୍କାର ମୂଲ୍ୟବାନ କାଠ ଏବଂ ସାମଗ୍ରୀ ଜବତ

ଭବାନୀପାଟଣା : ଗୋଲାମୁଣ୍ଡା ବ୍ଳକ ଅନ୍ତର୍ଗତ ତୁମୁରା ଗାଁରେ ବନ ବିଭାଗର ଚଢାଉବେଳେ ବହୁ ପରିମାଣର ମୂଲ୍ୟବାନ କାଠ ଏବଂ ଆସବାବ ପତ୍ର ଜବତ ହେଇଛି। ଜବତ ସାମଗ୍ରୀର ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି ପ୍ରାଥମିକ ଭାବେ ଆକଳନ କରାଯାଇଛି। ଆଜି ସକାଳୁ ତୁମୁରା ଗାଁର ଦୁଇଜଣ କାଠ ବ୍ୟବସାୟୀଙ୍କ ଘରେ କଳାହାଣ୍ଡି ଜିଲ୍ଲା କେଗାଁ ଏବଂ ନୂଆପଡ଼ା ଜିଲ୍ଲା ସିନାପାଲି ବନ କର୍ମଚାରୀଙ୍କ ଦ୍ଵାରା ମିଳିତ ଭାବେ ଚଢାଉ କରାଯାଇଥିଲା। ଚଢାଉ ବେଳେ ସେହି ଗାଁର ଦୁଇ ଜଣ କାଠ ବ୍ୟବସାୟୀଙ୍କ ଘରୁ ଦୁଇ ଟ୍ରାକ୍ଟର ଶାଗୁଆନ କାଠ ଗଣ୍ଡି, ପଟା ଏବଂ ଅର୍ଦ୍ଧନିର୍ମିତ ଆସବାବପତ୍ର ଠାବ ହେଇଥିଲା। ପରେ ସେଗୁଡ଼ିକୁ ଜବତ କରି କେଗାଁ ରେଞ୍ଜ ଅଫିସକୁ ନିଆଯାଇଛି। ଖବର ଲେଖାଗଲାବେଳକୁ ଜବତ ସାମଗ୍ରୀର ମୂଲ୍ୟ ଆକଳନ ଚାଲିଛି। ଏସଂକ୍ରାନ୍ତରେ ଦୁଇ ଜଣଙ୍କୁ ଅଟକ ରଖି ବନ କର୍ମଚାରୀମାନେ ପଚରା ଉଚରା ଜାରି ରଖିଛନ୍ତି। ଏହି ଚଢାଉରେ ସିନାପାଲି ରେଞ୍ଜ ଅଫିସର ଜଗତାନନ୍ଦ ମଙ୍ଗରାଜ ଏବଂ କେଗାଁ ରେଞ୍ଜ ଅଫିସର ଚିନ୍ମୟ ଗଡ଼ତିଆ, ଡେପୁଟି ରେଞ୍ଜର ଗୌରଚନ୍ଦ୍ର ସାହୁ,  ଫରେଷ୍ଟର ରମେଶ ପଣ୍ଡାଙ୍କ ସମେତ ଅନେକ ବନ କର୍ମଚାରୀ ସାମିଲ ହେଇଥିଲେ। ତେବେ ଦଶନ୍ଧି ଦଶନ୍ଧି ଧରି ସମ୍ପୃକ୍ତ ଅଞ୍ଚଳରେ ମୂଲ୍ୟବାନ କାଠ ସାମଗ୍ରୀ ତିଆରି ହେଉଥିବାବେଳେ ନିର୍ବାଚନ ସରିବା ପରେ ବନବିଭାଗ ସମ୍ପୃକ୍ତ ଗାଁରେ ଚଢାଉ କରିବା ନେଇ ସାଧାରଣରେ ନାନା କଳ୍ପନା କଳ୍ପନା ପ୍ରକାଶ ପାଇଛି।

ଏଥିପାଇଁ ମାରି ଦେଲି ; ବାରମ୍ବାର ଆକ୍ରମଣ କରି ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ, ଘର ଯାକ ରକ୍ତଛିଟା..

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories