ମା’କୁ ଦୁଷ୍କର୍ମ ଓ ହତ୍ୟା ପରେ ଝିଅକୁ ପଥରରେ ଛେଚି ହତ୍ୟା ଅଭିଯୋଗ
ଭଦ୍ରକ : ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧିନସ୍ଥ ରାଇମଣୀ ଛକ ନିକଟରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ମାଆକୁ ଦୁଷ୍କର୍ମ ପରେ ହତ୍ୟା ସହିତ ଝିଅକୁ ପଥରରେ ଚେଛି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ସୂଚନା ଅନୁଯାୟୀ ଜଳଙ୍ଗା ଅଞ୍ଚଳର ସୁକାନ୍ତି ମୁଣ୍ଡା ନିଜ ସ୍ୱାମୀ ରାଜୁ ମୁଣ୍ଡା ଓ ୬ ବର୍ଷୀୟ ଝିଅ ସହ ରାଇମଣିରେ ରହି ଦିନ ମଜୁରିଆ କାମ କରୁଥିଲେ। ଆଜି ସକାଳୁ ମାଆ ଓ ଝିଅ ମେଡିକାଲ ଯାଇଥିଲେ। ପରେ ସ୍ଥାନୀୟ ଲୋକେ ମାଆ ସୁକାନ୍ତି ମୁଣ୍ଡାଙ୍କ ମୃତଦେହ ଦେଖିଥିଲେ। ସେହି ସ୍ଥାନରେ ଜଣେ ନାବାଳକକୁ ଦେଖି ସନ୍ଦେହ ହେବାରୁ ଲୋକେ ପୁଲିସକୁ ଖବର ଦେଇଥିଲେ।
ତେବେ କିଛି ସମୟ ପରେ ମୃତ ମହିଳାଙ୍କ ୬ ବର୍ଷୀୟ ଝିଅର ମୃତଦେହ ଘଟଣାସ୍ଥଳରୁ ଏକ କିଲୋମିଟର ଦୂରରେ ଥିବା ଏକ ପୋଲ ତଳୁ ରକ୍ତାକ୍ତ ଅବସ୍ଥାରେ ମିଳିଥିଲା। ସ୍ଥାନୀୟ ଲୋକେ ନାବାଳକକୁ ଧରି ଗ୍ରାମାଞ୍ଚଳ ପୁଲିସକୁ ଦେଇଥିଲେ। ନାବାଳକ ଜଣକ ମହିଳାଙ୍କୁ ଦୁଷ୍କର୍ମ କରିଥିବା ଓ ଝିଅ ଦେଖିଦେବାରୁ ଝିଅକୁ ପଥରରେ ଛେଚି ହତ୍ୟା କରିଥିବା ଅଭିଯୋଗ ଆଣିଛନ୍ତି ମୃତକଙ୍କ ସ୍ୱାମୀ ରାଜୁ ମୁଣ୍ଡା । ଘଟଣାସ୍ଥଳରେ ଗ୍ରାମାଞ୍ଚଳ ଥାନାଧିକାରୀ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।
Comments are closed.