www.samajalive.in
Tuesday, December 9, 2025
19.1 C
Bhubaneswar

ରାସନକାର୍ଡ ଓ ଆବାସରୁ ବଞ୍ଚିତ ଯୋଗ୍ୟ ହିତାଧିକାରୀଙ୍କ ଧାରଣା  

ବାସୁଦେବପୁର:  ଯୋଗ୍ୟ ହିତାଧିକାରୀଙ୍କୁ ମିଳୁନି ରାସନକାର୍ଡ ଓ ଆବାସ । ବ୍ୟାପକ ହେରଫେରକୁ ନେଇ ଧାରଣାରେ ବସିଲେ ଯୋଗ୍ୟ ହିତାଧିକାରୀ । ବାସୁଦେବପୁର ପଞ୍ଚାୟତ ସମିତିରେ ବାରମ୍ବାର ଅଭିଯୋଗ ହୋଇ ଆସୁଥିଲେ ହେଁ କୈାଣସି ସୁଫଳ ମିଳିପାରିନଥିବା କାରଣରୁ ଶେଷରେ ଯୋଗ୍ୟ ହିତାଧିକାରୀମାନେ ଯୁବ ନେତା ମାନସ ସାହୁଙ୍କ ନେତୃତ୍ବରେ ବିଡିଓଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବସିଥବା ଦେଖିବାକୁ ମିଳିଥିଲା । ସୂଚନା ମୁତାବକ, ବାସୁଦେବପୁର ପଞ୍ଚାୟତ ସମିତି ଅଧିନ ଅରଣ୍ଡୁଆ ଓ ଏଡତାଳ ପଞ୍ଚାୟତର ଶତାଧିକ ହିତାଧିକାରୀ ସରକାରଙ୍କ ଆବାସ ଯୋଜନା ଓ ରାସନ କାର୍ଡରୁ ବର୍ଷ ବର୍ଷ ଧରି  ବଞ୍ଚିତ ହୋଇ ରହିଛନ୍ତି । ଏନେଇ ବାରମ୍ବାର ସ୍ଥାନୀୟ ବିଡିଓଙ୍କ ସମେତ ଯୋଗାଣ ହୀତାଧିକାରୀଙ୍କ ନିକଟରେ ଅଭିଯୋଗ ହୋଇଥିଲା । ମାତ୍ର କୈାଣସି ସୁଫଳ ମିଳିପାନଥିବା କାରଣରୁ ନିରୁପାୟ ହୋଇ ଆଜି ଧାରଣାରେ ବସିବାକୁ ବାଧ୍ୟ ହୋଇଛନ୍ତି ବୋଲି ସରପଞ୍ଚଙ୍କ ପ୍ରତିନିଧି ମୁକ୍ତିକାନ୍ତ ନାୟକ କହିଛନ୍ତି ।

ଅନ୍ୟପଟେ ଏନେଇ ବିଡିଓ ସଞ୍ଜିବକୁମାର ସାହୁ କୁହନ୍ତି, ‘ମୁଁ ବାସୁଦେବପୁର ବିଡିଓ ଭାବରେ ଯୋଗ ଦେବା ପରଠାରୁ କୈାଣସି ପ୍ରକାରର ଅନିୟମିତତା କାର୍ଯ୍ୟକୁ ପ୍ରଶୟ ଦେଇନାହିଁ । ଯେତେବେଳେ କୈାଣସି ପ୍ରକାରର ଅଭିଯୋଗ ଆସିଛି ତାହାର ସମାଧାନ କରାଇବା ପାଇଁ ନିରନ୍ତର ଭାବରେ ପଦକ୍ଷେପ ନିଆଯାଇଛି । ଆଜିର ପରିସ୍ଥିତିକୁ ନେଇ ସମାଧାନ  କରାଯିବା ସହିତ ଯୋଗ୍ୟ ହିତାଧିକାରୀମାନଙ୍କୁ ରାସନ କାର୍ଡ ଯୋଗାଇ ଦେବା ସହିତ ଆବସ ଯୋଜନାରେ ସାମିଲ କରାଯିବ ।‘ ଅଯୋଗ୍ୟମାନଙ୍କ ବିରୁଦ୍ଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି ।

Hot this week

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

ପ୍ରଥମେ ବ୍ୟାଟିଂ କରିବ ଭାରତ

କଟକ: ଆଉ ମାତ୍ର କିଛି ସମୟର ଅପେକ୍ଷା। କଟକ ବାରବାଟୀ ଷ୍ଟାଡିୟମରେ...

Related Articles

Popular Categories