www.samajalive.in
Sunday, December 14, 2025
26.1 C
Bhubaneswar

ଘର ତାଲା ଭାଙ୍ଗି ଲୁଟିଲେ ଦୁର୍ବୃତ୍ତ

ଗୋପାଳପୁର : ଗୋପାଳପୁର ଥାନା ଅନ୍ତର୍ଗତ ଏକ ଆପାର୍ଟମେଣ୍ଟର ଏକ ଘରୁ ତାଲା ଭାଙ୍ଗି ଦୁର୍ବୃତ୍ତମାନେ ସୁନା, ହୀରା ଲୁଟ କରିଥିବା ନେଇ ଥାନାରେ ଲିଖିତ ଅଭିଯୋଗ ହୋଇଛି । ସୂଚନା ପ୍ରକାରେ ଆମ୍ବପୁଆ ସ୍ଥିତ ସରଧାବାଲି ସ୍ଥିତ କନକ୍ଳେବ ଆପାର୍ଟମେଣ୍ଟରେ ରହୁଥିବା ଅବିନାଶ ମହାନ୍ତି ହୋଲି ଅବସରରେ ଦୁଇ ଦିନ ପାଇଁ କୌଣସି କାରଣ ପାଇଁ ବାହାରକୁ ଚାଲି ଯାଇଥିଲେ । ଗତକାଲି ପହଞ୍ଚି ଦେଖିଲା ବେଳେ ଘରର ତାଲା ଭଙ୍ଗା ଯିବା ସହ ଆଲମାରୀ ଭଙ୍ଗା ଯାଇଥିଲା । ସେଥିରେ ଥିବା ସୁନା, ହୀରା ଚୋରି ହୋଇଥିବା ନେଇ ଗୋପାଳପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ପ୍ରକାରେ ପୁଲିସ ୧୧୯/୨୪ ମାମଲା ରୁଜୁ କରି ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ ସାଇଣ୍ଟିଫିକ ଟିମ ପହଞ୍ଚି ନମୁନା ସଂଗ୍ରହ କରିଛି । ସେହିପରି ନାରାୟଣପୁରରେ ରହୁଥିବା ନାରାୟଣ ସେଠୀ ଦୀର୍ଘ ଦିନ ହେଲା ଘରେ ତାଲା ପକାଇ ବାହାରକୁ ଚାଲି ଯାଇଥିଲେ । ଘରେ ତାଲା ପଡ଼ିଥିବା ଯୋଗୁଁ ଦୁର୍ବତ୍ତ ମାନେ ସୁଯୋଗ ନେଇ ତାଲା ଭାଙ୍ଗି ଘରେ ଥିବା ସୁନା, ଦେଢ଼ ଲକ୍ଷ ଟଙ୍କା ଲୁଟି ନେଇଥିବା ଥାନାରେ ଅଭିଯୋଗ ହୋଇଛି ।

 

Hot this week

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

ନିତିନ ନବୀନ ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି

ନୂଆଦିଲ୍ଲୀ: ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି ଭାବରେ ନିତିନ ନବୀନ ମନୋନୀତ...

କିସ୍‌ ଗସ୍ତ କରିବେ ଓଏସସିପିସିଆର

ସମାଜଲାଇଭ ଡେସ୍କ: କିସ୍‌ ଛାତ୍ର ମୃତ୍ୟୁ ଘଟଣାର ତଦନ୍ତ ପାଇଁ କିସ୍...

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

Related Articles

Popular Categories