www.samajalive.in
Sunday, December 14, 2025
23.1 C
Bhubaneswar

ଶିକ୍ଷୟତ୍ରୀଙ୍କ ଦୁର୍ବ୍ୟବହାର ପ୍ରତିବାଦରେ ସ୍କୁଲରେ ତାଲା ପକାଇଲେ ଅଭିଭାବକ 

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫୁଲବାଣୀ ନିକଟସ୍ଥ କଡ଼ିପାରି ସରକାରୀ ଆଶ୍ରମ ସ୍କୁଲରେ ଶିକ୍ଷୟତ୍ରୀଙ୍କ ମନମୁଖୀ କାର୍ଯ୍ୟ କଳାପ ଯୋଗୁଁ ଛାତ୍ରଛାତ୍ରୀଙ୍କ ଅଭିଭାବକ, ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟ ଓ ଗ୍ରାମବାସୀ ସ୍କୁଲରେ ତାଲା ପକାଇଥିବା ଦେଖିବାକୁ ମିଳିଛି । ପାଞ୍ଚଦିନ ହେଲାଣି ଆଶ୍ରମ ସ୍କୁଲରେ ତାଲା ପଡିଛି ।

ସୂଚନା ମୁତାବକ କଡ଼ିପାରି ସରକାରୀ ଆଶ୍ରମ ସ୍କୁଲରେ କାର୍ଯ୍ୟରତ ଶିକ୍ଷୟତ୍ରୀ ଅରୁଣୀ ପ୍ରିୟା ଖଣ୍ଡେଇ କିଛିଦିନ ହେଲା ସ୍କୁଲରେ ପିଲାଙ୍କୁ ଠିକ୍ ଭାବରେ ପାଠ ନପଢାଇ ପିଲାଙ୍କୁ ଗାଳି ଗୁଳଜ କରିବା ସହ ଖରାପ ବ୍ୟବହାର କରୁଥିବା ଅଭିଭାବକ ମାନେ ଅଭଯୋଗ କରିଛନ୍ତି । ଏହି ଘଟଣାରେ ଅଭିଭାବକମାନେ ଶିକ୍ଷୟତ୍ରୀଙ୍କୁ ପଚାରିବାରୁ କୌଣସି କଥାକୁ ଖାତିର ନକରି ଅଭିଭାବକ ମାନଙ୍କୁ ଦୁର୍ବ୍ୟବହାର କରିଆସୁଛନ୍ତି । ଏହି ସମ୍ପର୍କରେ ଫିରିଙ୍ଗିଆ ବିଇଓଙ୍କୁ ମଧ୍ୟ ଅଭିଯୋଗ କରିଥିଲେ ମଧ୍ୟ କୌଣସି ଫଳ ନ ମିଳିଥିବାରୁ ଗ୍ରାମବାସୀ ଓ ଛାତ୍ରଛାତ୍ରଙ୍କ ଅଭିଭାବକ ମାନେ ଉତ୍ତ୍ୟକ୍ତ ହୋଇ ସ୍କୁଲରେ ତାଲା ପକାଇଛନ୍ତି । ଅନ୍ୟପକ୍ଷରେ ଶିକ୍ଷୟତ୍ରୀ ଏହାକୁ ଖଣ୍ଡନ କରିଛନ୍ତି ।

- Advertisement -

 

Hot this week

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

Related Articles

Popular Categories