କେମିତି କଟିବ ଆଜିର ଦିନ: ଗୁରୁବାର ରାଶିଫଳ

ମେଷ: ପତ୍ନୀ ଆପଣଙ୍କୁ ପତନ ମୁଖରୁ ରକ୍ଷା କରିବାର ଧର୍ମ ଆଚରଣ କରିବେ। ଧନପ୍ରିୟା ହେବାର ସୂଚନା ମିଳୁଛି। ଅସାଧୁମାନଙ୍କୁ ଦୂରୁ ଜୁହାର କରି ବିମୁଖ ଭାବ ପୋଷଣ କରିପାରନ୍ତି। ନୀତିନିଷ୍ଠ ହେବେ।
ବୃଷ: ଗୃହପାଳିତ ପଶୁମାନଙ୍କ ରକ୍ଷଣାବେକ୍ଷଣ ଉପରେ ଧ୍ୟାନ ନ ଦେଇ ପଡ଼ୋଶୀଙ୍କର ବିରାଗଭାଜନ ହୋଇପାରନ୍ତି। ଅସତ୍ୟ ମାର୍ଗକୁ ପରିତ୍ୟାଗ କରିପାରନ୍ତି। ପତ୍ନୀ ଓ ବନ୍ଧୁଙ୍କ ମନସ୍କାମନା ପୂରଣ କରିବେ।
ମିଥୁନ: ସନ୍ତାନମାନେ ସୁନିଶ୍ଚିତ ସୁଶିକ୍ଷିତ ହେବେ। ଧର୍ମାନୁରକ୍ତ ହେବାର ସୂଚନା ମିଳୁଛି। ନିର୍ମଳ ଭାବମୂର୍ତ୍ତି ଓ ସତ୍‌ଚରିତ୍ରଯୁକ୍ତ ହେବେ। ପ୍ରତ୍ୟେକ କ୍ଷେତ୍ରରେ ସ୍ବତେଜଦ୍ବୀପ୍ତ ଆଭାକୁ ପ୍ରକାଶ କରିବେ।
କର୍କଟ: ଜଳଯାତ ଦ୍ରବ୍ୟରୁ ଧନ ଲାଭ ହେବାର ସୂଚନା ମିଳୁଛି। କୂପ ଖନନ ପୂର୍ବକ ପାନୀୟ ଜଳ ଯୋଗାଇ ଜନକଲ୍ୟାଣ ଲାଭ କରିବେ। ଭୂସମ୍ପତ୍ତିର ମାଲିକାନା ସାବ୍ୟସ୍ତ କରିପାରନ୍ତି। ବାସଗୃହ ଉତ୍ତମ ମାନର ହୋଇପାରେ।
ସିଂହ: ସେବାକାରୀ ଜାତିର ଲୋକଙ୍କ ପ୍ରିୟପାତ୍ର ହେବେ। ଧର୍ମ କାର୍ଯ୍ୟରେ ଧନ ବ୍ୟୟ କରି ପ୍ରଶଂସାର ପାତ୍ର ହେବେ। କର୍ମଚଞ୍ଚଳ ରହିବେ। ପର ଧନରେ ନିଜକୁ ଧନୀ ସଜାଇ ପାରନ୍ତି। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ।
କନ୍ୟା: ସରକାରୀ ଅର୍ଥାତ୍‌ କାର୍ଯ୍ୟ କରୁଥିବା ସଂସ୍ଥାରୁ ଧନ ପ୍ରାପ୍ତିର ସୂଚନା ମିଳୁଛି। ସେବା ଓ ପରୋପକାରକୁ ଜୀବନର ବ୍ରତଭାବେ ଗ୍ରହଣ କରିପାରନ୍ତି। ଯାନବାହନ ସୁଖ ମିଳିପାରେ। ବ୍ୟବସାୟ ଲାଭପ୍ରଦ ହେବ।
ତୁଳା: ଚିତ୍ର ବିଦ୍ୟା ପାରଦର୍ଶୀ ହେବାର ସୂଚନା ମିଳୁଛି। ଅତ୍ୟଧିକ ତଥା ସାରା ଜୀବନ କାଳ ପୁଣ୍ୟଜନରେ କର୍ମଶୀଳ ହେବାର ସୁଯୋଗ ସୃଷ୍ଟି ହୋଇଛି। ସମ୍ପତ୍ତିବାନ୍‌ ହୋଇପାରନ୍ତି। କ୍ଷମତାସୀନ ହେବେ।
ବିଛା: କୁମିତ୍ରମାନେ ନିକଟତର ହେବା ପୂର୍ବରୁ ସେମାନଙ୍କୁ ଦୂରୁ ଜୁହାର କରି ବିତାଡ଼ିତ କରିପାରନ୍ତି। ଜଗିଲା ଘରେ ଭୂତ ପଶିପାରିବ ନାହିଁ ନୀତିରେ ଚୋରଙ୍କ ପ୍ରତି ସତର୍କ ରହିବାକୁ ପଡ଼ିବ। ବ୍ୟୟ ଅଧିକ ହୋଇପାରେ।
ଧନୁ: ସରକାରୀ ସ୍ତରରୁ ଧନ ପ୍ରାପ୍ତିର ସୂଚନା ମିଳୁଛି। ସେବା ଭାବନାରେ ଉଦ୍‌ବୁଦ୍ଧ ହେବା ସହିତ ନିଜକୁ ନିୟୋଜିତ କରିପାରନ୍ତି। କର୍ମକ୍ଷେତ୍ରରେ ପୌରୁଷ ପଣିଆ ସାବ୍ୟସ୍ତ କରିପାରନ୍ତି। ଧନ ପ୍ରାପ୍ତ ହୋଇପାରେ।
ମକର: ପ୍ରତାପୀ ହେବାର ସୂଚନା ମିଳୁଛି। ସଦାସର୍ବଦା ନିଜ କର୍ମ ଉପରେ ପ୍ରାଧାନ୍ୟ ଦେଇପାରନ୍ତି। ଦୁଷ୍ଟ ଓ ଅବିଶ୍ବାସୀଙ୍କ ଉପରେ ନିର୍ଦୟ ଭାବ ପ୍ରଦର୍ଶନ କରିବେ। ବନ୍ଧୁଙ୍କ ହାନିକାରୀଙ୍କୁ ଘୃଣା କରିପାରନ୍ତି।
କୁମ୍ଭ:ଦେବ ଭକ୍ତିରେ ମତିସଂଯୁକ୍ତ କରି ନିଜକୁ ଧନ୍ୟ ମନେ କରିପାରନ୍ତି। ଚାରା ରୋପଣ ଓ ତା’ର ରକ୍ଷଣାବେକ୍ଷଣ ପ୍ରତି ଉଚିତ୍‌ ଧ୍ୟାନ ଦେବେ। କ୍ଲାନ୍ତି ଯୋଗଁୁ ଆରାମ ଦାୟକ ସମୟର ଉପଯୋଗ କରିପାରନ୍ତି।
ମୀନ: ପେଟ ରୋଗ ପ୍ରତି ଉଚିତ୍‌ ଧ୍ୟାନ ଦେବାକୁ ପଡ଼ିବ। ପିତ୍ତ ଜ୍ବରର ପ୍ରତିଷେଧକ ବ୍ୟବସ୍ଥା କରିବାକୁ ପଡ଼ିବ। ଅତ୍ୟଧିକ ଜଳ ବ୍ୟବହାର ଜନିତ ଅସୁସ୍ଥତା ଅନୁଭବ କରିପାରନ୍ତି। ଶସ୍ତ୍ରାଘାତ ହୋଇପାରେ।

Comments are closed.