www.samajalive.in
Sunday, December 14, 2025
23.1 C
Bhubaneswar

ମାନବ ମସ୍ତିଷ୍କର ଆକାର ଧିରେ ଧିରେ ବଢୁଛି, କମିପାରେ ଡିମେନସିଆର ଆଶଙ୍କା

ନୂଆଦିଲ୍ଲୀ : ସମୟ ସହିତ ମାନବ ମସ୍ତିଷ୍କର ଆକାର ଧିରେ ଧିରେ ବଢୁଛି ଯାହା ଫଳରେ ଯୁବପିଢିଙ୍କ ମଧ୍ୟରେ ଡିମେନସିଆର ଆଶଙ୍କା କମିପାରେ । ଜାମା ନ୍ୟୁରୋଲୋଜିରେ ଛପିଥିବା ଏକ ଅଧ୍ୟୟନର ରିପୋର୍ଟରେ ଏହା ସାମ୍ନାକୁ ଆସିଛି ।

ଅଧ୍ୟୟନରେ ୫୫ରୁ ୬୫ ବର୍ଷର ୩ ହଜାର ବୟସ୍କଙ୍କ ମସ୍କିଷ୍କର ଫଟୋ ଲାଗିଛି । ଏସବୁ ନେଇ ଅଧ୍ୟୟନ କରାଯାଇଥିଲା । ଏଥିରୁ ଜଣାପଡିଥିଲା କି ୧୯୭୦ ଦଶକରେ ଜନ୍ମ ନେଇଥିବା ଲୋକଙ୍କ ମସ୍କିଷ୍କର ଆକାର ୧୯୩୦ ଦଶକରେ ଜନ୍ମ ନେଇଥିବା ଲୋକଙ୍କ ମସ୍କିଷ୍କ ତୁଳନାରେ ୬.୬ ପ୍ରତିଶତ ଅଧିକ । ନ୍ୟୁରୋଲୋଜିଷ୍ଟ ଚାର୍ଲ୍ସ ଡେକାର୍ଲି କୁହନ୍ତି କି ମସ୍ତିଷ୍କର ଆକାରକୁ ନିର୍ଦ୍ଧାରିତ କରିବାରେ ଜେନେଟିକ୍ସ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ । ତେବେ ଏହି ଅଧ୍ୟୟନରେ ଜଣାପଡିଛି କି ବାହ୍ୟ ପ୍ରଭାବ ଯଥା ସ୍ବାସ୍ଥ୍ୟ, ସାମାଜିକ ଚଳଣି ଏବଂ ଶିକ୍ଷା ମଧ୍ୟ ମୁଖ୍ୟ ଭୂମିକା ଗ୍ରହଣ କରିପାରେ ।

- Advertisement -

ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ଅନୁସାରେ ବିଶ୍ବରେ ୫.୫ କୋଟି ଲୋକ ଡିମେନସିଆରେ ପିଡିତ । ଏମାନଙ୍କ ମଧ୍ୟରୁ ୬୦ ପ୍ରତିଶତ ରୋଗୀ କମ୍ ବା ମଧ୍ୟମ ଆୟ କରୁଥିବା ଦେଶରେ ରୁହନ୍ତି । ଭୁଲିବା ରୋଗ ଅଧିକାଂଶ ବୟସ୍କଙ୍କଠାରେ ହିଁ ଦେଖିବାକୁ ମିଳେ ।  ଆପଣଙ୍କ ମସ୍ତିଷ୍କର ଆକାର ମସ୍ତିଷ୍କର ସ୍ବାସ୍ଥ୍ୟ ସମ୍ପର୍କରେ ଜଣାଇଥାଏ । ଯଦି ମସ୍ତିଷ୍କର ଆକାର ହ୍ରାସ ପାଉଛି ତେବେ ଡିମେନସିଆର ଲକ୍ଷଣ ହୋଇପାରେ । ମସ୍ତିଷ୍କର ଆକାର ସମାନ ରହିବା ବା ବୃଦ୍ଧି ପାଇବା ଏକ ଉତ୍ତମ ଲକ୍ଷଣ ହୋଇପାରେ । ପ୍ରତିଦିନ ଅଧଘଣ୍ଟା ବୁଲାବୁଲି କରି ମଧ୍ୟ ଆପଣ ନିଜ ମସ୍ତିଷ୍କକୁ ସୁସ୍ଥ ରଖିପାରିବେ ।

Hot this week

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

Related Articles

Popular Categories