ମହିଳାଙ୍କୁ ବାନ୍ଧି ଲୁଟ

0

ସୋର: ମହିଳାଙ୍କୁ ବାନ୍ଧି ଲୁଟ ହୋଇଥିବା ଅଭିଯୋଗ ହୋଇଛି। ସୋର ଥାନା ଅନ୍ତର୍ଗତ ସରସ୍ବତୀପୁର ଗ୍ରାମର ଦୈତାରୀ ବିଶ୍ବାଳଙ୍କ ସ୍ତ୍ରୀ ଘରେ ଏକୁଟିବା ବେଳେ ୨ଜଣ ଦୁବୁର୍ତ୍ତ ଘର ଭିତରକୁ ପଶିଥିଲେ। ଘରେ ପଶି କବାଟ ବନ୍ଦ କରି ପ୍ରଥମେ ତାଙ୍କର ମୁହଁ ଓ ଗୋଡହାତକୁ ଲୁଗାରେ ବାନ୍ଧି ଦେଇଥିଲେ। ପରେ ତାଙ୍କ ହାତକୁ ହାଣି ନଗଦ ୩୦ହଜାର ଟଙ୍କା ସହ ୭୦ହଜାର ଟଙ୍କାର ସୁନାଗହଣା ଲୁଟ କରିଥିବା ଜଣା ପଡିଛି। ଦୁବୁର୍ତ୍ତ ମାନେ ଲୁଟ ବେଳେ ମୁହଁରେ କପଡା ଗୁଡାଇଥିଲେ। ଲୁଟ ପରେ ଦୁବୁର୍ତ୍ତ ମାନେ ଫେରାର ହୋଇଯାଇଛନ୍ତି। ଅଭିଯୋଗ ପରେ ସୋର ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Leave A Reply