ଜନଗହଳିପୂର୍ଣ୍ଣ ସ୍ଥାନରୁ ସନ୍ଧ୍ୟାରେ ସୁନାଚେନ ଲୁଟ୍‍

ଆଠଗଡ :  ଆଠଗଡ ସହରର ଜନଗହଳିପୂର୍ଣ୍ଣ ପୁରୁଣା ବସଷ୍ଟାଣ୍ଡସ୍ଥିତ ଯଜ୍ଞନାରାୟଣ ମନ୍ଦିର ନିକଟରୁ ସନ୍ଧ୍ୟା ସମୟରେ ଜଣେ ମହିଳାଙ୍କ ବେକରୁ ୩ଜଣ ଦୁର୍ବୁତ୍ତ ଏକ ବାଇକରେ ଆସି ଜଣେ ମହିଳାଙ୍କ ବେକରୁ ସୁନାଚେନ ଝାମ୍ପିନେଇ ଚମ୍ପଟ ମାରିଥିବା ଜଣାପଡିଛି । ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ମାଣିପୁର ଗ୍ରାମର ଲିପୁ ବେହେରା ଓ ତାଙ୍କ ପତ୍ନୀ ପିଙ୍କି ଆଠଗଡ ବଜାରକୁ ରାକ୍ଷୀ କିଣିବା ପାଇଁ ଆସିଥିଲେ । ଯଜ୍ଞନାରାୟଣ ମନ୍ଦିର କଢରେ ଥିବା ଏକ ରାକ୍ଷୀ ଦୋକାନରୁ ସେମାନେ ରାକ୍ଷୀ କିଣି ମହିଳା ଜଣକ ଚାଲି ଚାଲି ଆସିଥିବା ଅଟୋ ନିକଟକୁ ଯାଉଥିବାବେଳେ ଏକ ପଲସର ବାଇକରେ ତିନି ଜଣ ଦୁର୍ବୁତ୍ତ ଆସି ତାଙ୍କ ବେକରୁ ସୁନାଚେନ୍‍ ଭିଡିନେଇ ଜନଗହଳିପୂର୍ଣ୍ଣ ବଜାର ମଝିରେ ଦ୍ରୁତଗତିରେ ଫେରାର ହୋଇଯାଇଥିଲେ । ସଂପୃକ୍ତ ମହିଳା ଏ ସଂପର୍କରେ ଆଠଗଡ ଥାନାରେ ଲିଖିତ ଅଭିଯୋଗ କରିବା ପରେ ଆଠଗଡ ପୁଲିସ ତୁରନ୍ତ ଘଟଣାସ୍ଥଳକୁ ଆସି ତଦନ୍ତ କରିଥିଲେ ମଧ୍ୟ କୌଣସି ସୁଫଳ ପାଇନାହାଁନ୍ତି । ଆଠଗଡ ବଜାରର ଜନଗହଳି ପୂର୍ଣ୍ଣ ଅଞ୍ଚଳରୁ ସନ୍ଧ୍ୟା ସମୟରେ ଏପରି ଛିନତାଇ ଘଟଣା ପୁଲିସ ପାଇଁ ଖୋଲା ଆହ୍ୱାନ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।

kalyan agarbati

Comments are closed.