www.samajalive.in
Monday, December 15, 2025
27.1 C
Bhubaneswar

ଲୋକସଭା ନିର୍ବାଚନର ଦୁଇ ଦିନ ପୂର୍ବରୁ ବନ୍ଦ ହୋଇପାରେ ସାମାଜିକ ଗଣମାଧ୍ୟମ

ନୂଆଦିଲ୍ଲୀ : ଲୋକସଭା ନିର୍ବାଚନର ଦୁଇ ଦିନ ପୂର୍ବରୁ ସାମାଜିକ ଗଣମାଧ୍ୟମରେ ରୋକ ଲଗାଯିବ। ନିର୍ବାଚନ କମିଶନ ନିର୍ବାଚନ ତାରିଖ ଘୋଷଣା ପରେ ଏହାର ନିଷ୍ପତ୍ତି ନେବେ। ଏହାର ନିଷ୍ପତ୍ତି ନିଆଗଲେ କୌଣସି ବ୍ୟକ୍ତି ନିର୍ବାଚନର ଦୁଇ ଦିନ ପୂର୍ବରୁ ସାମାଜିକ ଗଣମାଧ୍ୟମ ବ୍ୟବହାର କରିପାରିବେ ନାହିଁ। ଏ ନେଇ ନିର୍ବାଚନ କମିଶନ ଏକ କମିଟି ଗଠନ କରିଛନ୍ତି। ଏହି କମିଟି ୧୯୫୧ ଧାରା ୧୨୬ ଅନୁସାରେ ସାମାଜିକ ଗଣମାଧ୍ୟମ ଫେସବୁକ, ହ୍ୱାଟ୍ସଆପ, ଟୁଇଟରରେ ନିର୍ବାଚନ ସମ୍ପର୍କିତ କୌଣସି ଖବର ଦୁଇ ଦିନ ପୂର୍ବରୁ ବନ୍ଦ କରିବା ଦରକାର ବୋଲି ମତ ଦେଇଥିଲେ।

courtesy – Amar Ujala

ବରିଷ୍ଠ ଉପ ନିର୍ବାଚନ ଆୟୁକ୍ତ ଉମେଶ ସିଂହାଙ୍କ ଅଧ୍ୟକ୍ଷତାରେ ଏହି କମିଟି ଗଠନ କରାଯାଇଥିଲା। ଦୁଇଦିନ ପୂର୍ବରୁ ଭୋଟର ନିଜେ ଚିନ୍ତାକରି ନିଜର ଜନପ୍ରତିନିଧି ଚୟନ କରିବା ଦରକାର ବୋଲି କମିଟି କହିଛି। ଏହି ନିଷ୍ପତ୍ତି ପାଇଁ ନିର୍ବାଚନ ଆୟୋଗ ସହ ବିଧି ଆୟୋଗ ଏକମତ ହୋଇଛି। କାରଣ ନିର୍ବାଚନ ପୂର୍ବରୁ ବିଭିନ୍ନ ରାଜନୈତିକ ଦଳଙ୍କ ମିଛ ପ୍ରଚାର ଲୋକଙ୍କ ମାନସିକତା ଉପରେ ପ୍ରଭାବ ପକାଇଥାଏ ବୋଲି ଜଣାପଡିଛି।

Hot this week

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

ମେସିଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଦିଲ୍ଲୀରେ ପ୍ରବଳ ମାତ୍ରାରେ ପ୍ରଦୂଷଣ ଯୋଗୁଁ...

Related Articles

Popular Categories