www.samajalive.in
Saturday, December 13, 2025
14.1 C
Bhubaneswar

ଓପୋ ଆର-୧୭ ପ୍ରୋରେ ମିଳିବ ୬ହଜାର ଟଙ୍କାର ରିଆତି

ନୂଆଦିଲ୍ଲୀ : ଗତବର୍ଷ ଡିସେମ୍ବରରେ ଓପୋ ଭାରତରେ ତାର ନୂଆ ସ୍ମାର୍ଟଫୋନ ଓପୋ ଆର-୧୭ପ୍ରୋ ଲଞ୍ଚ କରିଥିଲା। ଏହା ପୂର୍ବରୁ ଓପୋ ଆର-୧୭ପ୍ରୋକୁ ଚୀନରେ ଲଞ୍ଚ କରାଯାଇଥିଲା। ଏବେ ଏହି ଫୋନରେ ୬ହଜାର ଟଙ୍କାର ରିଆତି ମିଳିବ ବୋଲି ଜଣାପଡିଛି। ଏଥିରେ ଓପୋର ସୁପର ଭିଓଓସି ଫ୍ଲାସ ଚାର୍ଜ ଫାଷ୍ଟ ଚାର୍ଜିଙ୍ଗର ସପୋର୍ଟ ମିଳିବ। ଯାହାଦ୍ୱାରା ୧୦ମିନିଟ ଚାର୍ଜ କରିବାଦ୍ୱାରା ୪୦ପ୍ରତିଶତ ଚାର୍ଜ ହୋଇଯିବ।

courtesy-mobile2go

ଓପୋ ଆର-୧୭ପ୍ରୋର ବିଶେଷତ୍ୱ
ଏହାର ବିଶେଷତ୍ୱ ବିଷୟରେ କହିଲେ ଏଥିରେ ଡୁଆଲ ସିମ ସପୋର୍ଟ ସହିତ ଆଣ୍ଡ୍ରଏଡ ଓରିୟୋ ୮.୧ ଆଧାରିତ କଲର ଠଏସ୍‍ ୫.୨ରହିଛି। ଏହାବ୍ୟତୀତ ଫୋନରେ ୬.୪ଇଞ୍ଚର ଫୁଲ ଏଚଡି ପ୍ଲସ ଏମୋଲେଡ ୱାଟର ଡ୍ରପ ନଞ୍ଚ ଡିସପ୍ଲେ ରହିଛି। ଡିସପ୍ଲେ ଉପରେ କନିଙ୍ଗ ଗରିଲା ଗ୍ଲାସ-୬ର ପ୍ରୋଟେକ୍ସନ ଦିଆଯାଇଛି। ଓପୋ ଆର-୧୭ପ୍ରୋରେ କ୍ୱାଲାକମର ସ୍ନାପଡ୍ରାଗନ ୭୧୦ପ୍ରୋସେସର, ୮ଜିବି ରାମ ଏବଂ ୧୨୮ଜିବିର ଷ୍ଟୋରେଜ ରହିଛି। ଯାହାକୁ ମେମୋରୀ କାର୍ଡ ସାହାର୍ଯ୍ୟରେ ୨୫୬ଜିବି ପର୍ଯ୍ୟନ୍ତ ବଢାଇପାରିବେ।

- Advertisement -
courtesy-the indian express

ଓପୋ ଆର-୧୭ ପ୍ରୋର କ୍ୟାମେରା
ଫୋନରେ ତିନୋଟି ରିୟର କ୍ୟାମେରା ରହିଛି। ଯେଉଁଥିରେ ଗୋଟିଏ ୧୨ମେଗାପିକ୍ସେଲର ରହିଛି ଏବଂ ଏହାର ଅଫର୍ଚର ଏଫ୍‍/୧.୫ରୁ ଏଫ୍‍/୨.୪ ରହିଛି। ଦ୍ୱିତୀୟ କ୍ୟାମେରାଟି ୨୦ମେଗାପିକ୍ସେଲର ଏଫ୍‍/୨.୬ଅଫର୍ଚର ଏବଂ ତୃତୀୟ କ୍ୟାମେରାଟି ଟିଓଏଫ୍‍ ୩ଡି ଷ୍ଟେରିୟୋ ରହିଛି। ଏହାର ଆଗପଟ କ୍ୟାମେରା ୨୫ମେଗାପିକ୍ସେଲର ରହିଛି। ଯାହାର ଅଫର୍ଚର ଏଫ୍‍/୨.୦ ରହିଛି। କ୍ୟାମେରା ସହିତ ଏଆଇ ବ୍ୟୁଟି ମୋଡ ମଧ୍ୟ ମିଳିବ। ଏଥିରେ ସଂଯୋଗ ପାଇଁ ୪ଜି ଭୋଲଟିଇ, ୱାଇ-ଫାଇ, ବ୍ଲୁ-ଟୁଥ ଭି୫.୦, ଜିପିଏସ୍‍ ୟୁଏସବି ଟାଇପ୍‍ ସି ଚାର୍ଜିଙ୍ଗ ଏବଂ ୩୭୦୦ଏମ୍‍ଚ୍ର ବ୍ୟାଟେରୀ ରହିଛି। ଯାହା ସୁପର ଭିଓଓସି ପ୍ଲସ ଚାର୍ଜିଙ୍ଗ ମିଳିବ। ଫୋନ ସହିତ ୫୦ୱାଟର ଚାର୍ଜର ମିଳିବ। ଯାହାଦ୍ୱାରା ବ୍ୟାଟେରୀକୁ ୧୦ମିନିଟ୍‍ ଚାର୍ଜ କରିବା ଦ୍ୱାରା ୪୦ପ୍ରତିଶତ ଚାର୍ଜ ହୋଇଥାଏ।

courtesy-whistleout

ଓପୋ ଆର-୧୭ ପ୍ରୋର ମୂଲ୍ୟ
ଭାରତରେ ଓପୋ ଆର-୧୭ ପ୍ରୋର ୮ଜିବି ରାମ ଏବଂ ୧୨୮ଜିବି ଷ୍ଟୋରେଜର ମୂଲ୍ୟ ୪୫,୯୯୦ଟଙ୍କା ରହିଥିଲା। ଯାହା ବର୍ତ୍ତମାନ ରିଆତି ପରେ ୩୯,୯୯୦ଟଙ୍କା ହୋଇଯାଇଛି। ଏହି ଫୋନକୁ ଅନଲାଇନ ଷ୍ଟୋର ପେଟିଏମ୍‍ ମଲ, ଅମାଜନ, ରିଲାଏନ୍ସ ଡିଜିଟାଲ, କ୍ରୋମ ଏବଂ ଏୟାରଟେଲ ଭଳି ଷ୍ଟୋର ବ୍ୟତୀତ ଅଫଲାଇନରୁ ମଧ୍ୟ କିଣିପାରିବେ।

Hot this week

ଶନିବାର ରାଶିଫଳ: ଈପ୍‌ସିତ ଅର୍ଥ ପ୍ରାପ୍ତିର ସୂଚନା

ମେଷ: ଧୈର୍ଯ୍ୟ ଓ ସାହସ ସଞ୍ଚୟ କରି ଆଶୁ ବିପଦର ମୁକାବିଲା କରିପାରନ୍ତି।...

ସାବଧାନ, ଅଣ୍ଡା ଖାଇଲେ ହେଉଛି କ୍ୟାନସର!

ଶୀତ ଋତୁରେ ଅଧିକାଂଶ ଲୋକ ଅଣ୍ଡା ଖାଆନ୍ତି। ଅଣ୍ଡାରେ ପ୍ରୋଟିନ୍, କ୍ୟାଲସିୟମ୍...

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

Related Articles

Popular Categories