ନୂଆଦିଲ୍ଲୀ: ‘ମନ୍ କି ବାତ୍ – ରେଡ଼ିଓରେ ଏକ ସାମାଜିକ ବିପ୍ଲବ’ ଶୀର୍ଷକ ପୁସ୍ତକକୁ ଅର୍ଥମନ୍ତ୍ରୀ ଅରୁଣ ଜେଟ୍ଲୀ ନୂଆଦିଲ୍ଲୀରେ ଉନ୍ମୋଚନ କରିଛନ୍ତି। ଏହି ପୁସ୍ତକ ୫୦ଟି ମନ୍ କି ବାତ୍ କାର୍ଯ୍ୟକ୍ରମର ଏକ ସଂକଳନ। ଏହି ଅବସରରେ ଶ୍ରୀ ଜେଟ୍ଲୀ କହିଛନ୍ତି, ଲୋକମାନଙ୍କ ସହ ସିଧାସଳଖ ସମ୍ପର୍କ ସ୍ଥାପନ କରିବାର କ୍ଷମତା ଅଳ୍ପ କିଛି ରାଜନୈତିକ ନେତାଙ୍କର ରହିଛି ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସର୍ବସାଧାରଣଙ୍କ ସହ ଯୋଗାଯୋଗ ପାଇଁ ରେଡ଼ିଓ ଏକ ଫଳପ୍ରଦ ମାଧ୍ୟମ ବୋଲି ଜାଣିଥିଲେ। ଜାତିର ଜନକ ମହାତ୍ମାଗାନ୍ଧୀ ମଧ୍ୟ ଅତି ସରଳ ଭାଷାରେ ଲୋକମାନଙ୍କ ସହ ଯୋଗାଯୋଗ କରୁଥିଲେ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଯେତେବେଳେ କୌଣସି ସ୍ଥାନକୁ ଯାତ୍ରା କରୁଥିଲେ ରେଡ଼ିଓ ସମ୍ବାଦ ଶୁଣିବା ପାଇଁ ସର୍ବଦା ସାଙ୍ଗରେ ଏକ ଟ୍ରାଞ୍ଜିଷ୍ଟର ରେଡ଼ିଓ ନେଇ ଯାଉଥିଲେ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି।
Popular Categories



