ଅଭିନନ୍ଦନର ଅର୍ଥ  ଶୁଭେଚ୍ଛା , ଏବେ ଅର୍ଥ ବଦଳିବ: ପ୍ରଧାନମନ୍ତ୍ରୀ

0

ନୂଆଦିଲ୍ଲୀ ..- ଶତ୍ରୁ ପକ୍ଷର ବିମାନକୁ ଭାରତ ସୀମାରୁ ବିତାଡିତ କରିବା ସହ ଏକ ଏଫ୍‌-୧୬ ଯୁଦ୍ଧ ବିମାନକୁ  ନଷ୍ଟ କରିବା ପରେ ନିଜର ମିଗ୍‌ ବିମାନ କ୍ଷତିଗ୍ରସ୍ତ ହେବା ପରେ ପାକିସ୍ତାନ ଅଧିକୃତ କାଶ୍ମୀରରେ ପାରାସ୍ୟୁଟ୍‌ ଯୋଗେ ଭାରତୀୟ ବାୟୁସେନାର ଓ୍ୱିଙ୍ଗ କମାଣ୍ଡର ଅଭିନନ୍ଦନ ଓହ୍ଲାଇଥିଲେ । ଭାରତ ସରକାରଙ୍କ କୂଟନୈତିକ ଚାପ ଯୋଗୁଁ ମାତ୍ର ୨ ଦିନ ମଧ୍ୟରେ ଓ୍ୱିଙ୍ଗଂ କମାଣ୍ଡର ନିଜ ଦେଶକୁ ଫେରିଛନ୍ତି । ଅଭିନନ୍ଦନଙ୍କୁ ଜୋରଦାର ସ୍ୱାଗତ କରାଯାଇଛି ।

prayash

ଅଭିନନ୍ଦନର ଅର୍ଥ ଶୁଭେଚ୍ଛା ମାତ୍ର ଏବେ ଏହାର ଅର୍ଥ  ବଦଳିବ ବୋଲି  ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି । ଅଭିନନ୍ଦନକୁ ଏକ ନୂଆ ଅର୍ଥରେ ବୁଝା ଯିବ ବୋଲି ମୋଦୀ ପ୍ରକାଶ କରିଛନ୍ତି । ଏବେ ଭାରତ ଯାହା କରୁଛି ସାରା ବିଶ୍ୱର ନଜର ତା ଉପରେ ଅଛି । ଅଭିନନ୍ଦନ ଏତେ ଶୀଘ୍ର ଦେଶକୁ ପ୍ରତ୍ୟାବର୍ତ୍ତନ କରିବା ଏକ କୂଟନୈତିକ ବିଜୟ ବୋଲି କହିଛନ୍ତି । ନୂଆଦିଲ୍ଲୀରେ ଆୟୋଜିତ ଏକ ସଭାରେ ସେ ଏ ବିଷୟରେ ସୂଚନା ଦେଇଛନ୍ତି ।

kalyan agarbati
Leave A Reply