www.samajalive.in
Saturday, December 6, 2025
19.1 C
Bhubaneswar

୧୦୦୦ କୋଟିରୁ ଊର୍ଦ୍ଧ୍ବ ଟଙ୍କା ନେଇ ସଂସ୍ଥା ମୁଖିଆ ଚମ୍ପଟ

ସମ୍ବଲପୁର: ସମ୍ବଲପୁର ସହର ଧନୁପାଲି ଥାନା ଅନ୍ତର୍ଗତ କୁଲୁଥକାନୀ ମାଉଳି ନଗରରେ ଥିବା ‘ଏମ୍‌ସିଏକ୍ସ ସିଟି’ ସଂସ୍ଥା ୪୦୦ ଜମାକାରୀଙ୍କ ଠାରୁ ୧୦୦୦ କୋଟି ଟଙ୍କା ନେଇ ଫେରାର ହୋଇଯାଇଥିବା ଅଭିଯୋଗ ଉଠିଛି।  ଏନେଇ ଠକେଇର ଶିକାର ହୋଇଥିବା ଜମାକାରୀମାନେ ରବିବାର ସନ୍ଧ୍ୟାରେ ଧନୁପାଲି ଥାନାରେ ଏତଲା ଦେଇଛନ୍ତି। ସମ୍ପୃକ୍ତ ଏମ୍‌ସିଏକ୍ସ ସିଟି ସଂସ୍ଥାର ପରିଚାଳନା ନିର୍ଦେଶକ ସନ୍ତୋଷ କୁମାର ଆଚାର୍ଯ୍ୟ ମାସିକ ୩ରୁ ୭ % ସୁଧ ଦେବା ପ୍ରତିଶ୍ରୁତି ଦେଇ ଜମାକାରୀଙ୍କ ଠାରୁ ଟଙ୍କା ଜମା ନେଉଥିଲେ। ପ୍ରତିମାସ ସୁଧ ଦେବା ସହ ବର୍ଷଶେଷରେ ମୂଳଟଙ୍କା ଫେରସ୍ତ କରିବାକୁ ପ୍ରତିଶ୍ରୁତି ଦେଇଥିଲେ। ୪୦୦ରୁ ଊର୍ଦ୍ଧ୍ବ ଜମାକାରୀଙ୍କ ଠାରୁ ୧୦୦୦ କୋଟିରୁ ଊର୍ଦ୍ଧ୍ବ ଟଙ୍କା ଜମା ନେବାପରେ ଉକ୍ତ ସଂସ୍ଥା ଓ ପରିଚାଳନା ନିର୍ଦେଶକ ଶ୍ରୀ ଆଚାର୍ଯ୍ୟ ଫେରାର ହୋଇଯାଇଛନ୍ତି। ଉକ୍ତ ସଂସ୍ଥାରେ ୬୦୦୦ରୁ ଊର୍ଦ୍ଧ୍ବ ଜମାକାରୀ ଥିବା କୁହାଯାଉଛି। ଏହି ସଂସ୍ଥା ୨୦୧୩-୧୪ ମସିହାରୁ ଆରମ୍ଭ ହୋଇ ଟଙ୍କାଜମା ନେଉଥିଲା; କିନ୍ତୁ ଫେବୃଆରୀ ୨୦୨୪ ପରେ ଜମାକାରୀଙ୍କୁ ଟଙ୍କା ଫେରସ୍ତ କରିବା ବନ୍ଦ କରିଦେଇଥିଲା, ଗତ କିଛିମାସ ହେଲା ଟଙ୍କା ଆଦୌ ପ୍ରଦାନ କରୁ ନ ଥିବା ଜମାକାରୀମାନେ ଅଭିଯୋଗ କରିଛନ୍ତି। ଆଜି ଏନେଇ ଶତାଧିକ ଜମାକାରୀ ଧନୁପାଲି ଥାନାରେ ଏତଲା ଦେଇଛନ୍ତି। ଜମାକାରୀଙ୍କ ନେତୃତ୍ୱ ନେଉଥିବା ସୁନ୍ଦରଗଡ଼଼ ଜିଲାର ଦେବବ୍ରତ ପାଣିଗ୍ରାହୀ କହିଛନ୍ତି, ‘ଏମ୍‌ସିଏକ୍ସ ସିଟି’ ସଂସ୍ଥାର ନିର୍ଦେଶକ ଶ୍ରୀ ଆଚାର୍ଯ୍ୟ ବିଭିନ୍ନ ସ୍କିମକରି ମାସକୁ ୧ ଲକ୍ଷରୁ ୧ କୋଟି ଟଙ୍କା ପର୍ଯ୍ୟନ୍ତ ଜମାନେଇ ମାସିକ ୩ ରୁ ୭% ସୁଧ ଦେଉଥିଲା । ବିଭିନ୍ନ ସ୍ଥାନରେ ଏଜେଣ୍ଟ ନିଯୁକ୍ତିକରି ଲୋକଙ୍କ ଠାରୁ ଟଙ୍କା ଜମା ନେଉଥିଲା ା ଗତବର୍ଷ ଫେବୃଆରୀରୁ ସେ ଟଙ୍କା ନ ଫେରାଇବାରୁ ଜମାକାରୀ କାର୍ଯ୍ୟାଳୟକୁ ଆସିଥିଲେ ା ‘ମୋ ପାଖରେ ଟଙ୍କା ନାହିଁ, ଯାହା କରୁଛ କର’ ବୋଲି ଧମକ ଦେଇଥିବା ଅଭିଯୋଗ ହୋଇଛି। ଶ୍ରୀ ଆଚାର୍ଯ୍ୟ ଏବେ ଫେରାର ହୋଇ ଯାଇଥିବା ଅଭିଯୋଗ ହୋଇଛି। ତେବେ ଧନୁପାଲି ପୁଲିସ କେବଳ ନିଜ ଅଞ୍ଚଳର ଅଭିଯୋଗକାରୀଙ୍କ ଏତଲା ରଖିବ, ବାକିମାନେ ନିଜ ଅଞ୍ଚଳର ଥାନାରେ ଏତଲା ଦିଅନ୍ତୁ ବୋଲି କହିବାରୁ ଜମାକାରୀଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ସୁନ୍ଦରଗଡ଼଼ ଜିଲାର ଜଣେ ପୂର୍ବତନ ସେନା କର୍ମଚାରୀ ଓମ୍‌କାର ପଟେଲଙ୍କ କହିବାନୁସାରେ ସେ ତାଙ୍କର ୧୦ ଡିସିମିଲ ଜମି ବିକ୍ରିକରି ୨୦ ଲକ୍ଷ ଟଙ୍କା ଜୁନ ୨୦୨୪ ମସିହାରେ ଏହି ସଂସ୍ଥାରେ ଜମା କରିଥିଲେ। ଥରେ ମାତ୍ର ସେ ୧.୧୦ ଲକ୍ଷ ଟଙ୍କା ସୁଧ ପାଇଛନ୍ତି। ଆଉ କୌଣସି ଟଙ୍କା ପାଇ ନ ଥିବା ବେଳେ ଏବେ ସଂସ୍ଥା ଫେରାର ହୋଇଯାଇଛି। କେତେକ ମହିଳା ଥାନାରେ ଅଭିଯୋଗ କରିଛନ୍ତି, ସେମାନେ ଅଧିକ ସୁଧ ପାଇବା ଆଶାରେ ନିଜ ସୁନା ଗହଣା ବ୍ୟାଙ୍କରେ ଦେଇ ଟଙ୍କା ଆଣି ଏହି ସଂସ୍ଥାରେ ଜମା କରିଥିଲେ।
ଏଥିପାଇଁ ସେମାନେ ପ୍ରତିମାସ ବ୍ୟାଙ୍କର କିସ୍ତି ଦେଉଥିବା ବେଳେ ଏବେ ଟଙ୍କା ବୁଡି ଯାଇଥିବାରୁ କ’ଣ କରିବେ ବୋଲି କହିଛନ୍ତି। ସମ୍ବଲପୁର ସହର ମଧ୍ୟରେ ଏଭଳି ଏକ ସଂସ୍ଥା ଚାଲୁଥିବା ନେଇ କିପରି ପ୍ରଶାସନ ଓ ପୁଲିସ ଜାଣିପାରିଲେ ନାହିଁ, ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି। ଆଜି ଶତାଧିକ ଜମାକାରୀ ଆସି ଧନୁପାଲି ଥାନାର ଦ୍ୱାରସ୍ଥ ହୋଇଥିଲେ। ଏନେଇ ସେମାନେ ମୁଖ୍ୟମନ୍ତ୍ରୀ, ରାଜ୍ୟର ଅର୍ଥନୈତିକ ଅଭିଯୋଗ ଶାଖା, କ୍ରାଇମବ୍ରାଞ୍ଚରେ ଅଭିଯୋଗ କରିବେ ବୋଲି କହିଛନ୍ତି।

Hot this week

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

Related Articles

Popular Categories