www.samajalive.in
Sunday, December 7, 2025
26.1 C
Bhubaneswar

ଗୁଗଲ୍‌ ପେ’ ଭଏସ୍ ଫିଚର: ଏଣିକି ଖାଲି କହିଲା ମାତ୍ରେ ହେବ ପେମେଣ୍ଟ

ସମାଜ ଡିଜିଟାଲ ଡେସ୍କ: ଭାରତର ୟୁପିଆଇ ପେମେଣ୍ଟ ଆପ୍‌ Google Payରେ ଏକ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ଉପଭୋକ୍ତାମାନଙ୍କ ସୁବିଧା ପାଇଁ ଭଏସ୍ ଫିଚର ଆଣିବ ଗୁଗଲ୍ ପେ। ଗୁଗଲ ପେ’ର ଲିଡ୍ ପ୍ରଡକ୍ଟ ମ୍ୟାନେଜମେଣ୍ଟ ଶରଥ ବୁଲୁସୁଙ୍କ କହିବାନୁଯାୟୀ, ଗୁଗଲ୍ ପେ’ର ନୂଆ ଭଏସ୍ ଫିଚର ଦ୍ଵାରା ଅନଲାଇନ୍ ପେମେଣ୍ଟ କରିବା ସହଜ ହୋଇଯିବ। ତେ​‌ବେ ଏହି ଭଏସ୍ ଫିଚର କିପରି କାମ କରିବ ସେ ବିଷୟରେ ଅଧିକ ସୂଚନା ଦିଆଯାଇ ନାହିଁ। କିନ୍ତୁ ଅନୁମାନ କରାଯାଉଛି ଯେ, ହୁଏତ କଥା କହି ଅନଲାଇନ୍ ପେମେଣ୍ଟ କରାଯାଇପାରିବ। ଯଦି ଏପରି ହୁଏ, ତେବେ ଭାରତ ପାଇଁ ଏହା ଏକ ଗେମ୍‌ ଚେଞ୍ଜିଂ ଫିଚର ହୋଇପାରେ, କାରଣ ଭାରତରେ ଭିନ୍ନ ଭିନ୍ନ ଭାଷାର ଲୋକ ଅଛନ୍ତି। ଏମିତି ଅନେକ ଲୋକ ମଧ୍ୟ ଅଛନ୍ତି, ଯେଉଁମାନେ ଲେଖା ପଢା ଜାଣି ନାହାନ୍ତି।

ରିପୋର୍ଟ ଅନୁସାରେ GPay ଖୁବଶୀଘ୍ର ଭଏସ୍‌ ଫିଚର ଲଞ୍ଚ୍‌ କରିବ। ତେବେ କମ୍ପାନୀ ଲଞ୍ଚ୍‌ ତାରିଖ ଘୋଷଣା କରିନାହିଁ। ଗୁଗଲ୍‌ ପେ’ କହିଛି ଯେ, ସେମାନେ ଭାରତ ସରକାରଙ୍କ Bhasini ଭଳି ପ୍ରୋଜେକ୍ଟଗୁଡ଼ିକ ସହିତ କାମ କରୁଛନ୍ତି, ଯାହା ଲୋକମାନଙ୍କୁ ସ୍ଥାନୀୟ ଭାଷାରେ ପେମେଣ୍ଟ କରିବାରେ ସାହାଯ୍ୟ କରିବ। ଗୁଗଲ୍‌ ପେ’ ଆହୁରି କହିଛି ଯେ, ମେସିନ୍ ଲର୍ଣ୍ଣିଂ ଏବଂ ଏଆଇ ଉପରେ କମ୍ପାନୀ ଲଗାତର କାର୍ଯ୍ୟ କରୁଛି। କମ୍ପାନୀର କହିବାକଥା, ଏଆଇ ଏବଂ ମେସିନ୍ ଲର୍ଣ୍ଣିଂ ସାହାଯ୍ୟରେ ଏହା ଅନଲାଇନ୍ ଠକେଇ ଏବଂ ଧମକକୁ ରୋକିବାରେ ସାହାଯ୍ୟ ମିଳିପାରିବ।

Hot this week

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

Related Articles

Popular Categories