www.samajalive.in
Monday, December 15, 2025
16.1 C
Bhubaneswar

ଲୋକନାଥ ଚୌଧୁରୀଙ୍କ ୧୯ତମ ରାଜ୍ୟସ୍ତରୀୟ ସ୍ମୃତି ସମାରୋହ ଆୟୋଜିତ

ଡେସ୍କ: କମ୍ୟୁନିଷ୍ଟ ଆନ୍ଦୋଳନର ମହାରଥୀ, ସିପିଆଇର ପୂର୍ବତନ ରାଜ୍ୟ ସମ୍ପାଦକ ତଥା ବିଶିଷ୍ଟ ଜନନେତା ଲୋକନାଥ ଚୌଧୁରୀଙ୍କ ୧୯ତମ ରାଜ୍ୟସ୍ତରୀୟ ସ୍ମୃତି ସମାରୋହ ଭଗବତୀ ଭବନଠାରେ ଅନୁଷ୍ଠିତ ହୋଇଯାଇଛି। ପାର୍ଟିର ଜାତୀୟ କାର୍ଯ୍ୟକାରିଣୀ ସଭ୍ୟ ଦିବାକର ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସମାରୋହରେ ସିପିଆଇର ରାଜ୍ୟ ସମ୍ପାଦକ ଆଶିଷ କାନୁନ୍‍ଗୋ, ବିଶ୍ୱ ଶିକ୍ଷକ ମହାସଂଘର ସଭାପତି ଡ. ଅମିୟ ମହାନ୍ତି, ପାର୍ଟିର ରାଜ୍ୟ କାର୍ଯ୍ୟକାରିଣୀ ସଭ୍ୟ ସୁର ଜେନା ଓ ଜୟନ୍ତ ଦାସ ଏବଂ ଅବସରପ୍ରାପ୍ତ ଆଇଏଏସ ସୁରେଶ ଚନ୍ଦ୍ର ମନ୍ତ୍ରୀ ପ୍ରମୁଖ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

ଲୋକନାଥ ଚୌଧୁରୀ ଛାତ୍ର ଜୀବନରୁ ବ୍ରିଟିଶ ଗୋଲାମୀର ପ୍ରତୀକ ୟୁନିୟନ ଜ୍ୟାକ୍‍ ପତାକାକୁ ରେଭେନ୍ସା କଲେଜ ପରିସରରୁ ଓହ୍ଲାଇ ଆଣିବାର ଐତିହାସିକ ଆନ୍ଦୋଳନର ନେତୃତ୍ୱ ନେବା ସଙ୍ଗେ ସଙ୍ଗେ ଢେଙ୍କାନାଳ ପ୍ରଜାମଣ୍ଡଳ ଆନ୍ଦୋଳନରେ ମଧ୍ୟ ସାମିଲ ହୋଇଥିଲେ। ୧୯୭୪ରେ ନନ୍ଦିନୀ ଶତପଥୀଙ୍କ ସଂଖ୍ୟାଲଘୁ ସରକାର ସିପିଆଇର ୭ଜଣ ଏମଏଲଏଙ୍କ ସମର୍ଥନରେ ଚାଲିଥିବାବେଳେ ଲୋକନାଥ ଚୌଧୁରୀଙ୍କ ସମର୍ଥନ ପ୍ରତ୍ୟାହାର ଧମକ ଫଳରେ ଶିକ୍ଷକଶିକ୍ଷୟିତ୍ରୀଙ୍କ ପ୍ରତ୍ୟକ୍ଷ ଦରମା ସମ୍ଭବ ହୋଇଥିଲା। ସେ ୧୯୯୦ ଦଶକରେ ସାଂସଦ ଥିବାବେଳେ ପାର୍ଲାମେଣ୍ଟରେ ଧାରଣା ନୋଟିସ ଦେବାରୁ କେବିକେ ଯୋଜନା ପ୍ରଣୟନ ହୋଇଥିଲା।

Hot this week

ମଧ୍ୟସ୍ଥତା ହିଁ ନ୍ୟାୟ ପ୍ରଣାଳୀର ସରଳ ବିକଳ୍ପ : ପ୍ରଧାନ ବିଚାରପତି

କଟକ: ବିଚାରାଧୀନ ମାମଲା, ବଢ଼ୁଥିବା ମକଦ୍ଦମା ଖର୍ଚ୍ଚ ଏବଂ ସମୟ ବ୍ୟୟ-ଏହି...

କଂଗ୍ରେସରୁ ବିଦା ହେଲେ ମୋକିମ୍‌ : ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ

ସମାଜ ଡିଜିଟାଲ ଡେସ୍କ: ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ...

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

Related Articles

Popular Categories