www.samajalive.in
Monday, December 15, 2025
17.1 C
Bhubaneswar

ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ସେବିକାଙ୍କ କାର୍ଯ୍ୟ ପ୍ରଶଂସନୀୟ

ଭୁବନେଶ୍ୱର: କ୍ୟାପିଟାଲ ହସ୍ପିଟାଲ ନର୍ସିଂ କର୍ମଚାରୀ ସଂଘ ପକ୍ଷରୁ ୟୁନିଟ୍-୬ସ୍ଥିତ ଆଇଏମ୍ ଇନଷ୍ଟିଚ୍ୟୁଟ ପରିସରରେ ଆନ୍ତର୍ଜାତୀୟ ସେବିକା ଦିବସ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା ମୁଖ୍ୟ ଅତିଥି, ଭୁବନେଶ୍ୱର ମେୟର ସୁଲୋଚନା ଦାସ ଏବଂ କଟକ ମେୟର ସୁବାସ ସିଂ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ କ୍ୟାପିଟାଲ ହସ୍ପିଟାଲ ନର୍ସିଂ ଅଫିସରମାନଙ୍କ କାର୍ଯ୍ୟଶୈଳୀକୁ ଭୂୟସୀ ପ୍ରଶଂସା କରିଥିଲେ। ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ସେବିକା ମାନେ ଯେଉଁଭଳି ଭାବେ ନିଜ ଜୀବନକୁ ବାଜି ଲଗାଇ ଦିନରାତି ରୋଗୀଙ୍କୁ ସେବା ଯେଗାଇ ଆସୁଛନ୍ତି ବାସ୍ତବରେ ତାହା ଖୁବ୍ ପ୍ରଶଂସନୀୟ । ବିଶେଷକରି କୋଭିଡ଼ ମହାମାରୀର ମହାସଂଗ୍ରାମରେ ସେବିକାମାନଙ୍କ ବଳିଷ୍ଠ ଅବଦାନକୁ ସାଧୁବାଦ ଜଣାଇଥିଲେ। ସଂଘ ତରଫରୁ ସମ୍ପାଦିକା ସୁମତି ପାଇକରାୟ ସଂଘର ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଦାବି ଉପସ୍ଥାପନ କରିବା ସହିତ ୪ ଦଫା ସମ୍ବଳିତ ଦାବିପତ୍ର ଅତିଥିମାନଙ୍କୁ ପ୍ରଦାନ କରିଥିଲେ।

 

- Advertisement -

ଅତିଥିମାନେ ଦାବିପତ୍ରକୁ ଗ୍ରହଣ କରି ଖୁବ୍ କମ୍ ଦିନ ମଧ୍ୟରେ ସମସ୍ତ ସମସ୍ୟାର ସମାଧାନ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ। ଏହି ଅବସରରେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ପ୍ରତିମା ସାମନ୍ତରାୟ, ଆରତୀଲତା ଖୁଣ୍ଟିଆ, ପ୍ରଭାତୀ ମହାନ୍ତି ଏବଂ ଲକ୍ଷ୍ମୀପ୍ରିୟା ଜେନାଙ୍କୁ ଅତିଥିମାନେ ନାଇଟଙ୍ଗେଲ ସମ୍ମାନରେ ସମ୍ମାନିତ କରିଥିଲେ। ଏହି କାର୍ଯ୍ୟକ୍ରମରେ ସଂଘର ସଭାପତି ପୁଷ୍ପଲତା ମହାନ୍ତି, ସମ୍ପାଦିକା ସୁମତୀ ପାଇକରାୟ, କାର୍ଯ୍ୟକାରିଣୀ ସଦସ୍ୟା କେତକୀ ନାଥ, ସସ୍ମିତା ଧଳ, ବିଜନବାଳା ଖଣ୍ଡେଇ ଏବଂ ବହୁ ବରିଷ୍ଠ କର୍ମ·ରୀମାନେ ଉପସ୍ଥିତ ଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories