www.samajalive.in
Sunday, December 7, 2025
26.1 C
Bhubaneswar

ଆଜି ଲୋକସଭା ବାଚସ୍ପତି ନିର୍ବାଚନ : ଓମ୍ ବିର୍ଲା-କେ.ସୁରେଶଙ୍କ ମଧ୍ୟରେ ମୁକାବିଲା

ନୂଆଦିଲ୍ଲୀ : କିଏ ହେବେ ଲୋକସଭା ବାଚସ୍ପତି। ଆଜି ହେବ ନିର୍ବାଚନ। ମୁହାଁମୁହିଁ ହେବେ ଓମ୍ ବିର୍ଲା ଏବଂ କେ.ସୁରେଶ। ପୂର୍ବତନ ବାଚସ୍ପତି ଓମ୍ ବିର୍ଲାଙ୍କୁ ଏନଡିଏ ପ୍ରାର୍ଥୀ କରିଥିବାବେଳେ କେ ସୁରେଶଙ୍କୁ ପ୍ରାର୍ଥୀ କରିଛି ଇଣ୍ଡି ମେଣ୍ଟ। ଆଜି ଦିନ ୧୧ଟାରେ ବାଚସ୍ପତି ପଦ ପାଇଁ ନିର୍ବାଚନ ହେବ। ଦେଶ ଇତିହାସରେ ଚତୁର୍ଥଥର ବାଚସ୍ପତି ପଦ ପାଇଁ ନିର୍ବାଚନ ହେବାକୁ ଯାଉଛି। ଆଜି ଲୋକସଭାରେ ଉପସ୍ଥିତ ରହିବାକୁ ନିଜ ନିଜ ସାଂସଦଙ୍କୁ ହ୍ବିପ୍ ଜାରି କରିଛନ୍ତି ବିଜେପି, କଂଗ୍ରେସ ସମେତ ଅନ୍ୟ ଦଳ। ଦିନ ୧୧ଟାରୁ ନିର୍ବାଚନ ପ୍ରକ୍ରିୟା ସରିବା ପର୍ଯ୍ୟନ୍ତ ଉପସ୍ଥିତ ରହିବା ପାଇଁ ହ୍ବିପ୍ ଜାରି ହୋଇଛି। ପୂର୍ବରୁ ୧୯୫୨, ୧୯୬୮ ଏବଂ ୧୯୭୬ରେ ନିର୍ବାଚନ ହୋଇଥିଲା। ଦୀର୍ଘ ଦଶଦ୍ଦୀ ପରେ ପୁଣିଥରେ ଲୋକସଭା ଦେଖିବ ବାଚସ୍ପତି ନିର୍ବାଚନ। ପରମ୍ପରା ଅନୁସାରେ ବାଚସ୍ପତି ଏବଂ ଉପବାଚସ୍ପତିଙ୍କ ସହମତି ଆଧାରରେ ନିର୍ବାଚିତ ହୋଇଥାନ୍ତି। ଏଥର କିନ୍ତୁ ଏଥିରେ ବ୍ରତିକ୍ରମ ଦେଖିବାକୁ ମିଳିଛି। ଏନଡିଏ ପ୍ରାର୍ଥୀ ଓମ୍ ବିର୍ଲା ରାଜସ୍ଥାନ କୋଠାରୁ ସାଂସଦ ଅଛନ୍ତି। ଲଗାତାର ତୃତୀୟ ଥର ନିର୍ବାଚନ ଜିତି ଆସିଛନ୍ତି ଓମ୍ ବିର୍ଲା। ସପ୍ତଦଶ ଲୋକସଭାର ବାଚସ୍ପତି ଥିବା ସମୟରେ ଅନେକ ଗୁରୁତ୍ଵପୂର୍ଣ୍ଣ ବିଲ୍ ଲୋକସଭାରେ ପାରିତ ହୋଇଥିଲା। ସେହିପରି ୮ଥରର ସାଂସଦ କେ ସୁରେଶ ଲୋକସଭାରେ ସବୁଠାରୁ ବରିଷ୍ଠ ସଦସ୍ୟ। ଆଜି ବାଚସ୍ପତି ନିର୍ବାଚନ ପରେ ଆସନ୍ତାକାଲି ସଂସଦର ମିଳିତ ଅଧିବେଶନ କୁ ସମ୍ବୋଧନ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।

Hot this week

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

Related Articles

Popular Categories