ପିପିଲିରେ ରାଷ୍ଟ୍ରୀୟ ଲୋକ ଅଦାଲତ : ୮୦ଟି ଋଣଖିଲାପି ମାମଲାର ଫଏସଲା

0

ପିପିଲି:ପିପିଲି କୋର୍ଟର ତାଲୁକ ଆଇନ ସେବା ସଂସ୍ଥା ପକ୍ଷରୁ ରବିବାର କୋର୍ଟ ପରିସରରେ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଅଛି ।  ଏଥିରେ ବିଭିନ୍ନ ବ୍ୟାଙ୍କର ୮୦ଟି ଋଣଖିଲାପି ମାମଲାର ଫଏସଲା କରାଯାଇଛି । ଏଥରେ  ମୋଟ୍‍ ୩୯ଲକ୍ଷ ୩୫ହଜାର ୭ଟଙ୍କା ଆଦାୟ କରାଯାଇଛି ।

ପିପିଲି ବରିଷ୍ଠ ଦେୱାନୀ ଅଦାଲତର ବିଚାରପତି ସୁବ୍ରତ କୁମାର ପଟ୍ଟନାୟକ ମୋଟ୍ ୨୨ଟି ବିଭିନ୍ନ ବ୍ୟାଙ୍କର ଋଣଖିଲାପି ମାମଲାର ଫଏସଲା କରିଥିବା ବେଳେ ସେ ବାବଦରେ ୩୪ଲକ୍ଷ ୪୪ହଜାର ୬୪୪ଟଙ୍କା ଆଦାୟ କରାଯାଇଛି । ସେହିପରି ଜେଏମ୍‍ଏଫ୍‍ସି ତଥା କନିଷ୍ଠ ଦେୱାନୀ ଅଦାଲତର ବିଚାରପତି ଅରୂପ ନାୟକ ୩ଟି ଦେୱାନୀ ମାମଲା ଓ ଗୋଟିଏ ପାରିବାରିକ ହିଂସା ଆଇନ ମାମଲାର ଫଏସଲା କରିଥିଲେ । ସେ ବିଭିନ୍ନ ବ୍ୟାଙ୍କର ୫୮ଟି ଋଣଖିଲାପି ମାମଲାର ଫଏସଲା କରିଥିବା ବେଳେ ସେ ବାବଦରେ ୪ଲକ୍ଷ ୯୦ହଜାର ୩୬୩ଟଙ୍କା ଆଦାୟ କରାଯାଇଥିଲା ।  ଏସ୍‍ବିଆଇ ଦାଣ୍ଡମୁକୁନ୍ଦପୁର ଶାଖାର ୧୫ଟି ଋଣଖିଲାପ ମାମଲାର ଫଏସଲା କରି ୬୪ହଜାର ୩୩୯ଟଙ୍କା ଆଦାୟ କରାଯାଇଥିବା ବେଳେ ଏସ୍‍ବିଆଇ ପିପିଲି ଶାଖାର ୫ଟି ମାମଲାର ଫଏସଲା କରାଯାଇ ସେ ବାବଦରେ ୧ଲକ୍ଷ ୯୪ହଜାର ୨୨୪ଟଙ୍କା, ଓଡିଶା ଗ୍ରାମ୍ୟ ବ୍ୟାଙ୍କ ପିପିଲି ଶାଖାର ୨୭ଟି ମାମଲାର ଫଏସଲା କରାଯାଇ ସେ ବାବଦରେ ୪୭ହଜାର ୨ଶହ ଟଙ୍କା, ପିଏନ୍‍ବି ପିପିଲି ଶାଖାର ୩ଟି ମାମଲାର ଫଏସଲା କରାଯାଇ ସେ ବାବଦରେ ୭୨ହଜାର ୫ଶହ ଟଙ୍କା, କର୍ପୋରେସନ ବ୍ୟାଙ୍କ ପିପିଲି ଶାଖାର କୌଣସି ମାମଲାର ଫଏସଲା ହୋଇ ପାରି ନ ଥିବା ବେଳେ ଗୋଟିଏ ଋଣଖିଲାପି ବାବଦରେ ଏକ ହଜାର ଟଙ୍କା, ଓଡିଶା ଗ୍ରାମ୍ୟ ବ୍ୟାଙ୍କ ମଙ୍ଗଳପୁର ଶାଖାର ୬ଟି ମାମଲାର ଫଏସଲା କରାଯାଇ ସେ ବାବଦରେ ୩୧ହଜାର ଶହେ ଟଙ୍କା ଓ ୟୁକୋ ବ୍ୟାଙ୍କ ଡେଲାଙ୍ଗ ଶାଖାର ୨ଟି ମାମଲାର ଫଏସଲା କରାଯାଇ ସେ ବାବଦରେ ୮୦ ହଜାର ଟଙ୍କା ଆଦାୟ କରାଯାଇଥିଲା । ଏହି ଲୋକ ଅଦାଲତରେ ପିପିଲି କୋର୍ଟର ସରକାରୀ ଓକିଲ ସୁଧିର କୁମାର ମହାନ୍ତି, ପ୍ରସନ୍ନ କୁମାର ଚମ୍ପତ୍ତି, ବରିଷ୍ଠ ଆଇନଜୀବୀ ରଶାନ୍ତ କିଶୋର ପରିଡା, ନିରଞ୍ଜନ ପତି, ହାଡୁବନ୍ଧୁ ଜେନା, ଶିବପ୍ରସାଦ ସାହୁ, ଅକ୍ଷୟ କୁମାର ଦିକ୍ଷିତ, ଶଙ୍କର୍ଷଣ ପ୍ରଧାନ ଓ ବ୍ୟାଙ୍କ ଓକିଲ ସୁଜିତ କୁମାର ଦାସ ପ୍ରମୁଖ ସହଯୋଗ କରିଥିଲେ ।

Leave A Reply