www.samajalive.in
Monday, December 15, 2025
27.1 C
Bhubaneswar

ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ; ଶବଦାହ ବେଳେ ମାଡ଼ି ବସିଲା ପୁଲିସ

ଲୋଇସିଂହା: ବଲାଙ୍ଗୀର ଜିଲା ଲୋଇସିଂହା ସ୍ଥିତ ଚମାରପଡାଠାରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଚମାରପଡାର ମକାରୁ ମେହେରଙ୍କ ସ୍ତ୍ରୀ ଜାନକୀ ମେହେରଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ଏହାକୁ ନେଇ ବାପଘର ଲୋକେ ଲୋଇସିଂହା ଥାନାରେ ଅଭିଯୋଗ କରିଛନ୍ତି।

ସୂଚନା ମୁତାବକ, ଲୋଇସିଂହା ଚମାରପଡାର ଉଜଳ ମେହେରଙ୍କ ପୁଅ ମକାରୁ ମେହେର ୨୦୧୦ ମସିହାରେ ସୁବର୍ଣ୍ଣପୁରର ଜାନକୀ ମେହେରଙ୍କୁ ବିବାହ କରିଥିଲେ। ଉଭୟଙ୍କର ୮ ବର୍ଷର ଏକ ପୁତ୍ର ସନ୍ତାନଟିଏ ଅଛି। କିଛି ବର୍ଷ ଉଭୟଙ୍କ ତେଲ ଲୁଣର ସଂସାର ଠିକ୍‌ରେ ଚାଲିଥିବା ବେଳେ ହଠାତ୍ ଜାନକୀଙ୍କ ସ୍ଵାମୀ ମକାରୁ ଅନେକ ତନ୍ତ୍ରମନ୍ତ୍ର କରି ସବୁବେଳେ ଏକ ବନ୍ଦ କୋଠରୀରେ ଜାନକୀଙ୍କୁ ରଖୁଥିଲେ। ଏମିତିକି ପୁଅକୁ ମଧ୍ୟ ଜାନକୀଙ୍କ ସହିତ ଭେଟ କରାଇଦେଉ ନ ଥିଲେ। ସୋମବାର ସକାଳୁ ହଠାତ୍ ଜାନକୀଙ୍କର ବାପଘର ଲୋକେ ଜାନକୀଙ୍କ ମୃତ୍ୟୁ ଖବର ପାଇ ନିଜ ସମାଜର କିଛି ଲୋକଙ୍କ ସହ ଲୋଇସିଂହା ଚମାରପଡା ସ୍ଥିତ ଜାନକୀଙ୍କ ଶାଶୂଘରକୁ ଆସିଥିବା ବେଳେ ସେଠାରେ ଜାନକୀଙ୍କ ମୃତଦେହ ନ ଥିଲା। ପରେ କୌଣସି ସୂତ୍ରରୁ ଖବର ପାଇ ଲୋଇସିଂହା ନିକଟସ୍ଥ କୁସଙ୍ଗଇ ବ୍ରିଜ୍ ପାଖକୁ ଆସି ଜାନକୀଙ୍କ ଶବଦାହ କରାଯାଉଥିବା ଦେଖି ଜାନକୀଙ୍କ ପରିବାର ଲୋକେ ଆଶ୍ଚର୍ଯ୍ୟ ଚକିତ ହୋଇ ଯାଇଥିଲେ। ସନ୍ଦେହ ହେବାରୁ ଲୋଇସିଂହା ଥାନାରେ ଅଭିଯୋଗ କରିଥିଲେ। ଲୋଇସିଂହା ପୁଲିସ ବଲାଙ୍ଗୀର ଏସଡିପିଓ ତୁଫାନ ବାଗଙ୍କ ସହ ସାଇଣ୍ଟିଫିକ ଟିମ୍ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଚଳାଇବା ସହ ମୃତଦେହ ଜବତ କରି ବଲାଙ୍ଗୀର ଭୀମଭୋଇ ଡାକ୍ତରଖାନାକୁ ବ୍ୟବଚ୍ଛେଦ ନିମନ୍ତେ ପଠାଇଛି। ଏଥିସହ କେସ୍ ନଂ ୧୮୨/୨୩ରେ ଏକ ମାମଲା ରୁଜୁ କରାଯାଇଛି। ସନ୍ଦେହରେ ତାଙ୍କ ସ୍ୱାମୀଙ୍କୁ ଅଟକ ରଖି ଅଧିକ ପଚରାଉଚରା କରାଯାଉଛି। ପ୍ରକୃତ ଘଟଣା ପରେ ଜଣାପଡ଼ିବ ବୋଲି ଏସଡିପିଓ ଶ୍ରୀ ବାଗ ସୂଚନା ଦେଇଛନ୍ତି।

Hot this week

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

ମେସିଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଦିଲ୍ଲୀରେ ପ୍ରବଳ ମାତ୍ରାରେ ପ୍ରଦୂଷଣ ଯୋଗୁଁ...

ବିଶିଷ୍ଟ ଦନ୍ତ ଚିକିତ୍ସକ ପ୍ରୋଫେସର ଡକ୍ଟର ସୁଶାନ୍ତ ମହାନ୍ତି ISPPD ଅଧ୍ୟକ୍ଷ ଭାବେ ନିର୍ବାଚିତ

ଭୁବନେଶ୍ୱର: ଇଣ୍ଡିଆନ୍‌ ସୋସାଇଟି ଅଫ୍‌ ପେଡୋଡଣ୍ଟିକ୍ସ ଏଣ୍ଡ ପ୍ରିଭେନ୍ଟିଭ୍‌ ଡେଣ୍ଟିଷ୍ଟ୍ରି (ISPPD)...

ମଣ୍ଡେଇ ସାଂସ୍କୃତିକ ମଞ୍ଚରେ ବାଘ-ଛେଳି ଛକାପଞ୍ଝା

ନବରଙ୍ଗପୁର: ସାଂସ୍କୃତିକ ମଞ୍ଚ ପାଲଟିଲା ରାଜନୈତିକ ମଞ୍ଚ । ଲକ୍ଷାଧିକ ଦର୍ଶକ...

ମୁଖ୍ୟ ସୂଚନା ଆୟୁକ୍ତ ଭାବେ ଶପଥ ନେଲେ ରାଜ କୁମାର ଗୋୟଲ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ ଭାରତୀୟ ପ୍ରଶାସନିକ ଅଧିକାରୀ ରାଜ...

Related Articles

Popular Categories