ଭୁବନେଶ୍ବର: ଟାଟା ମୋଟର୍ସରେ ଚାକିରି ଦେବା ନାଁରେ ଠକେଇ ମାମଲାରେ ଭୁବନେଶ୍ବର ସ୍ବତନ୍ତ୍ର ଅଦାଲତରେ ୩ଜଣଙ୍କ ନାମରେ ଚାର୍ଜଫ୍ରେମ ହୋଇଛି। ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ ଚାର୍ଜଫ୍ରେମ ହୋଇଛି। ପ୍ରଦୀପ ପାଣିଗ୍ରାହୀଙ୍କ ସହ ଆଉ ଦୁଇଜଣଙ୍କ ନାମରେ ଚାର୍ଜଫ୍ରେମ କରାଯାଇଛି। ଆଉ ଦୁଇଜଣ ହେଲେ ଆକାଶ ପାଠକ ଏବଂ ସର୍ବେଶ୍ବର ରାଓ। ଆକାଶ ହେଉଛନ୍ତି ବହିଷ୍କୃତ ଆଇଏଫଏସ ଅଭୟ ପାଠକଙ୍କ ପୁଅ। ସର୍ବେଶ୍ବର ହେଉଛନ୍ତି ପ୍ରଦୀପ ପାଣିଗ୍ରାହୀଙ୍କ ସହଯୋଗୀ। ସର୍ବେଶ୍ବରଙ୍କ ଜରିଆରେ ପ୍ରଦୀପ ଟଙ୍କା ଆଦାୟ କରିଥିବା ଅଭିଯୋଗ ହୋଇଥିଲା। ଟାଟା ମୋଟର୍ସରେ ଆକାଶ ପାଠକ ଚାକିରି କରୁଥିବା ମିଛରେ କୁହାଯାଇଥିଲା। ଜନ ପ୍ରତିନିଧି ହୋଇ ଲୋକଙ୍କଠୁ ପ୍ରଦୀପ ଟଙ୍କା ଆଦାୟ କରୁଥିବା ଅଭିଯୋଗ ହୋଇଥିଲା।
Popular Categories



