www.samajalive.in
Saturday, December 13, 2025
21.1 C
Bhubaneswar

ଲୁନା-୨୫ ଅଭିଯାନ ଅସଫଳ ହେବାରୁ ସାରା ବିଶ୍ୱକୁ ଝଟକା

ମସ୍କୋ- ୪୭ ବର୍ଷ ପରେ ରୁଷ୍‌ ପୁଣି ଚନ୍ଦ୍ର ଅଭିଯାନ ଆରମ୍ଭ କରିଥିଲା । ମାତ୍ର ଏହା ଅସଫଳ ହୋଇଛି । ରୁଷ୍‌ର ଲୁନା-୨୫ ଚନ୍ଦ୍ରପୃଷ୍ଟରେ ଅବତରଣ ପୂର୍ବରୁ ଦୁର୍ଘଟଣାଗ୍ରସ୍ତ ହୋଇଯାଇଛି ।

ଚନ୍ଦ୍ରର ଦକ୍ଷିଣ ମେରୁରେ ଏହା ଅବତରଣ କରିଥାଆନ୍ତା । ପୃଥିବୀ ପୃଷ୍ଟରୁ ଏହା ଦେଖାଯାଇ ନଥାଏ । ଅନ୍ଧାର ସହ ଏହାର ତାପମାତ୍ର -୨୦୦ ଡିଗ୍ରୀ ତଳକୁ ଚାଲିଯାଇଥାଏ । ଏତେ କମ୍‌ ତାପମାତ୍ରାରେ କୌଣସି ବୈଦ୍ୟୁତିକ ଉପକରଣ ଭଲ ଭାବରେ କାମ କରି ନଥାଏ । ଅବତରଣ ପୂର୍ବରୁ ଏହା ନିଜ କକ୍ଷପଥକୁ ଯିବା ସମୟରେ ଏଥିରେ ଯାନ୍ତ୍ରିକ ତ୍ରୁଟି ଦେଖାଯାଇଥିଲା । ଏହାପରେ ଚନ୍ଦ୍ରପୃଷ୍ଟରେ ଏହା ଜୋର୍‌ରେ ଧକ୍କା ଖାଇଥିଲା ।

- Advertisement -

ଲୁନା ୨୫ ଅଭିଯାନ ଅସଫଳ ହେବା ରୁଷ୍‌ର ରାଷ୍ଟ୍ରପତି ପୁତିନଙ୍କ ପାଇଁ ଏକ ବ୍ୟକ୍ତିଗତ କ୍ଷତି । ଏହା ସହ ବିଜ୍ଞାନ ଜଗତ ପାଇଁ କ୍ଷତି । ସାରା ଦୁନିଆଁରେ ବିଭିନ୍ନ ଗବେଷଣା ସଂସ୍ଥାର ଚନ୍ଦ୍ରଅଭିଯାନ ଚାଲିଛି । ଏହାସହ ଅନେକଙ୍କର ମଙ୍ଗଳ ଅଭିଯାନ ଚାଲିଛି । ରୁଷ୍‌ର ରୋଭର ପ୍ରାୟ ଏକ ବର୍ଷ ଧରି ଚନ୍ଦ୍ରର ଦକ୍ଷିଣ ମେରୁରୁ ଅନେକ ତଥ୍ୟ ସଂଗ୍ରହ କରିଥାଆନ୍ତା । ଏହା ସହ ସେଠାରେ ଥିବା ବରଫ ଏବଂ ପାଣି ବିଷୟରେ ଅନୁଧ୍ୟାନ କରିଥାଆନ୍ତା ।

ବରଫ ଏବଂ ପାଣି ଥିବାରୁ ଚନ୍ଦ୍ରରେ ଅନ୍ୟ ସମ୍ଭାବନା ମଧ୍ୟ ରହିଛି । ଏହା ଅସଫଳ ହେବାରୁ ସାରା ବିଶ୍ୱର ମହାକାଶ ବିଜ୍ଞାନ ପାଇଁ ଏହା ଏକ ଝଟକା ।

Hot this week

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

Related Articles

Popular Categories