www.samajalive.in
Tuesday, December 9, 2025
15.1 C
Bhubaneswar

ଲକ୍‌ଡାଉନ୍‌‌ରେ କର୍କଟକୁ ହରାଇଲେ ଯୁବତୀ

ଭାରତରେ ଯେଉଁ ସମୟରେ ଲକ୍-ଡାଉନ୍ ଘୋଷଣା କରାଗଲା, କେତେଜଣ ଏଥିପାଇଁ ଖୁବ୍ କ୍ଷୟକ୍ଷତି ସହିଲାବେଳେ ଅନ୍ୟ କେତେଜଣ ପୁନର୍ଜୀବନ ପାଇଥିଲେ। ସେଇମାନଙ୍କ ମଧ୍ୟରୁ ଜଣେ ହେଲେ ୩୧ ବର୍ଷୀୟା ଯୁବତୀ ଊର୍ଜା। ସ୍ବାମୀ ନିକୁଞ୍ଜଙ୍କ ସହ ସେ ମୁମ୍ବଇରେ ରହୁଥିଲେ। ମାର୍ଚ୍ଚ ଦ୍ବିତୀୟ ସପ୍ତାହବେଳକୁ ତାଙ୍କ ସ୍ବାସ୍ଥ୍ୟ ଖରାପ ହେବାକୁ ଲାଗିଲା। ଖାଇବା ଓ ପିଇବାରେ କଷ୍ଟ ଅନୁଭବ କରିବା ସହ ନିଶ୍ବାସ-ପ୍ରଶ୍ବାସ ନେବା ମଧ୍ୟ ତାଙ୍କ ପକ୍ଷେ ଯନ୍ତ୍ରଣାଦାୟକ ହୋଇଗଲା। ଡାକ୍ତରଙ୍କ ସହ ଯୋଗାଯୋଗ କରିବା ପରେ ବିଭିନ୍ନ ପ୍ରକାର ପରୀକ୍ଷା ହେଲା ଓ ଜଣାପଡ଼ିଲା ଊର୍ଜା ଇସୋଫେଗସ୍‌ କର୍କଟରେ ଆକ୍ରାନ୍ତ। ଡାକ୍ତର ତାଙ୍କୁ ଯଥା ଶୀଘ୍ର ଚିକିତ୍ସା ଆରମ୍ଭ କରିବାକୁ ପରାମର୍ଶ ଦେବା ସହ ସେ ତୃତୀୟ ଷ୍ଟେଜ୍‌ରେ ଥିବାର କହିଥିଲେ। ଏଇ ରୋଗରୁ ସେ ବର୍ତ୍ତିବାର ଆଶା ୫୦% ଥିବାର ମଧ୍ୟ ତାଙ୍କୁ ଉପଦେଶ ଦେଇଥିଲେ ଊର୍ଜାଙ୍କୁ ଚିକିତ୍ସା କରୁଥିବା ଡାକ୍ତର ମିଲିନ୍ଦ। କର୍କଟ ରୋଗାକ୍ରାନ୍ତ ଜାଣିବା ପରେ ସେ ସମ୍ପୂର୍ଣ୍ଣ ଭାଙ୍ଗିପଡ଼ିଥିଲେ। ଦୈନନ୍ଦିନ ଇଣ୍ଟରନେଟ୍ ଦେଖି ଅଧିକ ତଥ୍ୟ ଜାଣିବାକୁ ପାଇଥିଲେ। ତେବେ ଡାକ୍ତର ମିଲିନ୍ଦ ତାଙ୍କୁ କହିଥିଲେ, ଇଣ୍ଟରନେଟର ସମସ୍ତ କଥାକୁ ଗ୍ରହଣ କରିବା ଅନୁଚିତ; ବରଂ ନିଜ ଚିକିତ୍ସାଶୈଳୀକୁ ଗୁରୁତ୍ବ ଦେବା ବୁଦ୍ଧିମାନର କାର୍ଯ୍ୟ ହେବ। ଏଇ କଥାକୁ ଊର୍ଜା ଗୁରୁତ୍ବର ସହ ଗ୍ରହଣ କଲେ। ମାର୍ଚ୍ଚ ୩୦ରେ ତାଙ୍କ ଚିକିତ୍ସା ଆରମ୍ଭ ହେଲା। ସେଇ ସମୟରେ ଊର୍ଜାଙ୍କ ଓଜନ ଥିଲା ମାତ୍ର ୩୬ କିଲୋ। ଡାକ୍ତର କହିଲେ ଚିକିତ୍ସା ଚାଲିଥିବା ସମୟରେ ୧ କିଲୋ ଓଜନ କମ୍ ହେବା ମାତ୍ର ବିପଦର କାରଣ। ଏଣୁ ଡାଏଟିସିଆନ୍‌ଙ୍କ ପରାମର୍ଶରେ ସେ ଖାଇବାକୁ ଲାଗିଲେ। ଅଗଷ୍ଟ ଶେଷ ସପ୍ତାହ ସୁଦ୍ଧା ସେ ୪୭ କିଲୋ ଓଜନରେ ପହଞ୍ଚିଛନ୍ତି। ଚିକିତ୍ସା ଆରମ୍ଭ ସମୟରେ ସେ ହତାଶ ହୋଇଯାଇଥିଲେ। ବଞ୍ଚିବାର ଆଶା କ୍ଷୀଣ ବୋଲି ଊର୍ଜା ଭାବିନେଇଥିଲେ। ପ୍ରଥମଥର କେମୋଥେରାପି ପରେ ତାଙ୍କ ସ୍ବାସ୍ଥ୍ୟ ଉନ୍ନତି ହୋଇଥିଲା। ଊର୍ଜାଙ୍କ ମନୋବଳ ବଢ଼ିବା ସହ ଡାକ୍ତରଙ୍କ ପ୍ରତ୍ୟେକ ପରାମର୍ଶକୁ ସେ ଗ୍ରହଣ କରିଥିଲେ। ଆରମ୍ଭ ସମୟରେ ଊର୍ଜା ୬ ଥର କେମୋଥେରାପି ଓ ୩୫ ଥର ରେଡିଏସନ୍ ଥେରାପି ନେବେ​‌ ବୋଲି ଡାକ୍ତର କହିଥିଲେ। ୨୯ ଥର ରେଡିଏସନ୍ ଥେରାପି ପରେ ତାଙ୍କ ଚିକିତ୍ସା ବନ୍ଦ କରାଯାଇଥିଲା; କାରଣ ଡାକ୍ତର ମିଲିନ୍ଦ ରିପୋର୍ଟ ଦେଖି ସ୍ପଷ୍ଟ କରିଥିଲେ ଯେ ତୁମେ ଏବେ କର୍କଟମୁକ୍ତ। ଅଗଷ୍ଟ ୨୯ରେ ସେ ସୁସ୍ଥ ହୋଇଥିଲେ। ଊର୍ଜା କହିଛନ୍ତି ଲକ୍-ଡାଉନ୍ ସମୟରେ ଘରୁ ବାହାରିବା କଷ୍ଟକର ହୋଇଥିଲା। ସ୍ବାମୀ ନିକୁଞ୍ଜହିଁ ତାଙ୍କୁ ଚିକିତ୍ସାଳୟ ନେଉଥିଲେ। କରୋନା ଭୟରେ ମଧ୍ୟ ସେମାନେ ଆତଙ୍କିତ ଥିଲେ; ହେଲେ ଡାକ୍ତରଙ୍କ ସୁରକ୍ଷିତ ଚିକିତ୍ସା ଓ ସହଯୋଗରେ ହିଁ ସେ ପୁନର୍ଜନ୍ମ ପାଇଥିବାର କହିଛନ୍ତି। n

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories